ଅଣାୟତ କରୋନାଜନିତ ମୃତ୍ୟୁ : ଗତ 24 ଘଣ୍ଟାରେ 1.49 ଲକ୍ଷ ରୋଗୀ ଚିହ୍ନଟ, 1072 ଜଣଙ୍କର ମୃତ୍ୟୁ
ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 1 ଲକ୍ଷ 49 ହଜାର 394 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 2 ଲକ୍ଷ 46 ହଜାର 674 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଭୟାବହତା ବଢିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞମାନଙ୍କ ଚିନ୍ତାର କାରଣ ପାଲଟିଛି । ଆଶ୍ୱସ୍ତିକର ବିଷୟ ହେଉଛି ଯେ ଗତ କିଛି ଦିନ ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 1 ଲକ୍ଷ 49 ହଜାର 394 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 2 ଲକ୍ଷ 46 ହଜାର 674 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ଅପରପକ୍ଷରେ ଦେଶରେ ଗତ 24 ଘଣ୍ଟାରେ ମୋଟ 1072 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଏହା ବାଦ୍ ଆଜି ଦେଶରେ ମୋଟ 14 ଲକ୍ଷ 35 ହଜାର 569 ଜଣ ସକ୍ରିୟ ରୋଗୀ ଅଛନ୍ତି । କରୋନା କାରଣରୁ ଦେଶରେ ଏଯାବତ୍ ମୋଟ 5 ଲକ୍ଷ 55 ଜଣ ରୋଗୀଙ୍କ ପ୍ରାଣହାନି ହୋଇଛି ।












Click it and Unblock the Notifications