କରୋନା ଅପଡେଟ୍ : ଗତ 24 ଘଣ୍ଟା ମଧ୍ୟରେ 1,41986 ରୋଗୀ ଚିହ୍ନଟ, ଚାରି ଲକ୍ଷ ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା
ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 1 ଲକ୍ଷ 41 ହଜାର 986 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 285 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ : ପୁଣି ତୀବ୍ର ହେବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣରେ ପୁଣି ବୃଦ୍ଧି ହୋଇଛି । ଏଥିସହିତ କରୋନାଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି କୋଭିଡର ନୂତନ ମାମଲାର ତଥ୍ୟ ପ୍ରକାଶ କରିଛି ।
ହେଲ୍ଥ ବୁଲେଟିନ୍ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 1 ଲକ୍ଷ 41 ହଜାର 986 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟରେ 285 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏତିସହିତ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା 3071 କୁ ବୃଦ୍ଧି ପାଇଛି । ଓମିକ୍ରନ୍ ସଂକ୍ରମିତଙ୍କ ମଧ୍ୟରୁ 1203 ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି ।

ଏହା ବ୍ୟତୀତ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟରେ ସମୁଦାୟ 40 ହଜାର 895 ଜଣ ରୋଗୀ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ 4 ଲକ୍ଷ 72 ହଜାର 169 ଜଣ ସକ୍ରିୟ ରୋଗୀ ଅଛନ୍ତି ।
ନୂଆ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 53 ଲକ୍ଷ 68 ହଜାର 372 ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ 3 କୋଟି 44 ଲକ୍ଷ 12 ହଜାର 740 ଜଣ ସୁସ୍ଥ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା 4 ଲକ୍ଷ 83 ହଜାର 463 ହୋଇଛି ।
ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 150 କୋଟି 61 ଲକ୍ଷ 92 ହଜାର 903 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications