କମିଲା ଦୈନିକ ସଂକ୍ରମଣ, ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା : ଗତ 24 ଘଣ୍ଟାରେ 1.27 ଲକ୍ଷ ରୋଗୀ ଚିହ୍ନଟ, 1059 ମୃତ

ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 1 ଲକ୍ଷ 27 ହଜାର 952 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 2 ଲକ୍ଷ 30 ହଜାର 814 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ନୂଆଦିଲ୍ଲୀ : ସାରା ଦେଶରେ କରୋନା ମହାମାରୀର ଭୟାବହତା ବଢିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବିଶେଷଜ୍ଞମାନଙ୍କ ଚିନ୍ତାର କାରଣ ପାଲଟିଛି । ଆଶ୍ୱସ୍ତିକର ବିଷୟ ହେଉଛି ଯେ ଗତ କିଛି ଦିନ ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ହେଉଥିବା ପରିଲକ୍ଷିତ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ 1 ଲକ୍ଷ 27 ହଜାର 952 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ମୋଟ 2 ଲକ୍ଷ 30 ହଜାର 814 ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି ସମୟରେ କରୋନା କାରଣରୁ 1059 ଜଣଙ୍କର ମୃତ୍ୟୁ ହୋଇଛି ।

CoronaVirus

ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 20 ଲକ୍ଷ 80 ହଜାର 664 ରେ ପହଞ୍ଚିଛି । ଏଥିମଧ୍ୟରୁ ମୋଟ 4 କୋଟି 2 ଲକ୍ଷ 47 ହଜାର 902 ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ 13 ଲକ୍ଷ 31 ହଜାର 648 ଣ ସକ୍ରିୟ ରୋଗୀ ଅଛନ୍ତି । ଏଯାବତ୍ କରୋନା କାରଣରୁ ମୋଟ 5 ଲକ୍ଷ 1 ହଜାର 114 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ମୋଟ 168 କୋଟି 98 ଲକ୍ଷ 17 ହଜାର 199 ଡୋଜ୍ ଟିକା ଦିଆଯାଇଛି । ଏଥି ମଧ୍ୟରୁ ଗତ କାଲି 47 ଲକ୍ଷ 53 ହଜାର 081 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+