ଅରୁଣାଚଳର 11 ଟି ସ୍ଥାନର ନାମ ବଦଳାଇଲା ଚୀନ୍, ଜବାବ ରଖିଲା ଭାରତ
ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ଉପରେ ନିଜର ପତିଆରା ବଢାଇବାକୁ ବାରମ୍ବାର ପ୍ରୟାସ କରୁଛି ଚୀନ୍ । ବର୍ତ୍ତମାନ ଚୀନ୍ ଅରୁଣାଚଳ ପ୍ରଦେଶ ରାଜ୍ୟର 11 ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି । ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଭାରତ ଏହା ଉପରେ କଡ଼ା ଜବାବ ରଖିଛି ।

ଭାରତ ନିଜର ଜବାବରେ ଅରିନ୍ଦମ ବାଗଚି କହିଛନ୍ତି ଯେ ଆମେ ଏଭଳି ରିପୋର୍ଟ ଦେଖିଛୁ । ଚୀନ୍ ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରିନାହିଁ । ଆମେ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛୁ । ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ରହିଛି ଏବଂ ରହିବ । ଏହିପରି ପ୍ରୟାସ ବାସ୍ତବତାକୁ ପରିବର୍ତ୍ତନ କରିବାରେ ସଫଳ ହେବ ନାହିଁ ।
Our response to media queries regarding the renaming of places in Arunachal Pradesh by China:https://t.co/JcMQoaTzK6 pic.twitter.com/CKBzK36H1K
— Arindam Bagchi (@MEAIndia) April 4, 2023
ଆପଣଙ୍କୁ କହି ରଖୁଛୁ ଯେ 11 ଟି ସ୍ଥାନର ନାମ ବଦଳାଇ ଏହାକୁ ଦକ୍ଷିଣ ତିବ୍ବତ୍ ବୋଲି କହିଛି ଚୀନ୍ । ଚୀନ ନାଗରିକ ମନ୍ତ୍ରଣାଳୟ ପକ୍ଷରୁ 11 ଟି ସ୍ଥାନର ନାମ ଜାରି କରାଯାଇଛି । ଦୁଇଟି ଭୂମି କ୍ଷେତ୍ର, ଦୁଇଟି ଜନବସତି କ୍ଷେତ୍ର, 5ଟି ପର୍ବତାଞ୍ଚଳ ଓ ଦୁଇଟି ନଦୀର ନାଁ ଜାରି କକରାଯାଇଛି ।
ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଏ ନେଇ ପ୍ରକାଶିତ ରିପୋର୍ଟରେ ଏହି ନାମ ପରିବର୍ତ୍ତନକୁ ତୃତୀୟ ପର୍ଯ୍ୟାୟ ବୋଲି କୁହାଯାଇଛି । 2017 ରେ 6ଟି ଓ 2021 ରେ 15 ଟି ସ୍ଥାନର ନାମକୁ ଚୀନ ପରିବର୍ତ୍ତନ କରିଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ପୂର୍ବରୁ ଚୀନର ଏହି କାରନାମାକୁ ଭାରତ ବିରୋଧ କରିଆସୁଛି ।












Click it and Unblock the Notifications