Get Updates
Get notified of breaking news, exclusive insights, and must-see stories!

ବ୍ରିଟେନର ସଂସଦରେ କୃଷକଙ୍କ ପ୍ରସଙ୍ଗ ଆଲୋଚନା ଏକତରଫା : ଭାରତ

ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ଭାରତରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ତଥା ଗଣମାଧ୍ୟମର ସ୍ୱାଧୀନତା ପାଇଁ ଦାଖଲ ହୋଇଥିବା ଏକ ଇ-ଆବେଦନ ଉପରେ ଲଣ୍ଡନ ସଂସଦରେ ହୋଇଥିବା ବିତର୍କକୁ ଲଣ୍ଡନର ଭାରତୀୟ ଉଚ୍ଚ ଆୟୋଗ ଦୃଢ ନିନ୍ଦା କରିଛି ।

ନୂଆଦିଲ୍ଲୀ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ଭାରତରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ତଥା ଗଣମାଧ୍ୟମର ସ୍ୱାଧୀନତା ପାଇଁ ଦାଖଲ ହୋଇଥିବା ଏକ ଇ-ଆବେଦନ ଉପରେ ଲଣ୍ଡନ ସଂସଦରେ ହୋଇଥିବା ବିତର୍କକୁ ଲଣ୍ଡନର ଭାରତୀୟ ଉଚ୍ଚ ଆୟୋଗ ଦୃଢ ନିନ୍ଦା କରିଛି । ସୋମବାର ସନ୍ଧ୍ୟାରେ ବ୍ରିଟିଶ ସଂସଦରେ ହୋଇଥିବା ବିତର୍କକୁ ଏକପାଖିଆ ବୋଲି କହିଛି ଆୟୋଗ ।

Farmer- Protest

ଏହା ସହିତ ଆୟୋଗ କହିଛନ୍ତି ଯେ, ଏହି ବିତର୍କରେ ମିଥ୍ୟା ଦାବି କରାଯାଇଛି । ବିତର୍କ ପରେ ଆୟୋଗ ଏକ ବିବୃତ୍ତି ଜାରି କରି କହିଛନ୍ତି, ଆମେ ଗଭୀର ଦୁଃଖିତ ଯେ ସନ୍ତୁଳିତ ବିତର୍କ ପରିବର୍ତ୍ତେ କୌଣସି ପ୍ରମାଣ ତଥା ତଥ୍ୟ ବିନା ମିଥ୍ୟା ଦାବି କରାଯାଇଥିଲା ଏବଂ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ର ଓ ଏହାର ଅନୁଷ୍ଠାନଗୁଡିକୁ ବଦନାମ କରାଯାଇଛି । ଆପଣଙ୍କୁ କହିରଖୁଛୁ, କୃଷକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଦାଖଲ ହୋଇଥିବା ଆବେଦନରେ 1 ଲକ୍ଷ ଲୋକ ଦସ୍ତଖତ କରିଥିଲେ । ଏହା ପରେ ହାଉସ ଅଫ୍ କମନ୍ସ ପିଟିସନ୍ କମିଟି ଦ୍ୱାରା ପାସ୍ ହୋଇଥିଲା । ବ୍ରିଟିଶ ସରକାର ଏହା ପୂର୍ବରୁ କହିଥିଲେ ଯେ କୃଷି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଭାରତ ସରକାର ଆଣିଥିବା କୃଷି ଆଇନ ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ।

ଏହି ବିତର୍କ ପରେ ବ୍ରିଟିଶ ସରକାର ଭାରତର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, 'ଭାରତ ଏବଂ ବ୍ରିଟେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅଂଶୀଦାର ଭାବରେ କାର୍ଯ୍ୟ କରନ୍ତି ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଅନେକ ବିଶ୍ୱ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥାଏ । ' ଭାରତୀୟ ଉଚ୍ଚ ଆୟୋଗ ଏହା ମଧ୍ୟ କହିଛି ଯେ, କୃଷକଙ୍କ ବିରୋଧ ମଧ୍ୟରେ ବିଦେଶୀ ଗଣମାଧ୍ୟମକୁ ଏ ବିଷୟରେ ଖବର ପ୍ରସାରଣ କରିବା ନେଇ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି, ତେଣୁ ଭାରତରେ ସାମ୍ବାଦିକଙ୍କ ବାକ୍ ସ୍ୱାଧୀନତାର ଉଲଙ୍ଘନର ପ୍ରଶ୍ନ ଉଠୁ ନାହିଁ ।'

ଭାରତୀୟ ଆୟୋଗ ଏ ସନ୍ପର୍କରେ ଦୁଃଖ ପ୍ରକାଶ କରି କହିଛନ୍ତି, କୃଷକ ଆନ୍ଦୋଳନ ସମ୍ପର୍କରେ ମିଥ୍ୟା ପ୍ରଚାର କରାଯାଇଛି ଏବଂ ଭାରତର ହାଇ କମିଶନ ସମୟ ସମୟରେ ଆବେଦନରେ ଉଠାଯାଇଥିବା ପ୍ରସଙ୍ଗ ସମ୍ପର୍କରେ ସମସ୍ତଙ୍କୁ ଜଣାଇବାକୁ ଯତ୍ନବାନ ଅଛନ୍ତି ।

ଉଲ୍ଲେଖନୀୟ ଯେ, ସୋମବାର ଦିନ ବ୍ରିଟେନ ସଂସଦରେ ଭାରତରେ ବିକ୍ଷୋଭକାରୀଙ୍କ ସୁରକ୍ଷା ଏବଂ ଗଣମାଧ୍ୟମର ସ୍ୱାଧୀନତା ପ୍ରସଙ୍ଗରେ ବିତର୍କ ହୋଇଥିଲା । ବିଶେଷକରି ବ୍ରିଟେନର ସାଂସଦମାନେ ଏହି ବିତର୍କରେ ଅଂଶଗ୍ରହଣ କରିଥିଲେ ଯେଉଁମାନେ ଭାରତରେ କୃଷକଙ୍କ ବିରୋଧ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିଥିଲେ । ଏହି ପ୍ରସଙ୍ଗରେ ଭାରତୀୟ ମୂଳ ପରାମର୍ଶଦାତା ଗୁରୁଚରନ୍ ସିଂଙ୍କ ଦ୍ୱାରା ଏକ ଅନଲାଇନ୍ ଆବେଦନ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+