Get Updates
Get notified of breaking news, exclusive insights, and must-see stories!

ଭାରତରେ ଆସିପାରେ କୋଭିଡର ତୃତୀୟ ଲହର, AIIMS ନିର୍ଦ୍ଦେଶକ କହିଲେ ଏହାର କାରଣ, ଏହା କେତେ ବିପଜ୍ଜନକ ?

ମଙ୍ଗଳବାର ଦିନ ଡକ୍ଟର ଗୁଲେରିଆ ଭାରତରେ ତୃତୀୟ ଲହର ବ୍ୟାପିବା ନେଇ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, ଯଦି କୋଭିଡ -19 ପରିବର୍ତ୍ତନ ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବିରୋଧରେ ନିଜର ଶକ୍ତି ମଜବୁତ କରେ ତେବେ ଭାରତରେ ଏହାର ତୃତୀୟ ଲହର ଆସିପାରେ ।

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ଦେଶର ଅଗ୍ରଣୀ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର(AIIMS) ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କ୍ରମାଗତ ଭାବରେ କୋଭିଡ -19 ସମ୍ବନ୍ଧରେ ନୂତନ ପରାମର୍ଶ ଜାରି କରୁଛନ୍ତି । ମଙ୍ଗଳବାର ଦିନ ଡକ୍ଟର ଗୁଲେରିଆ ଭାରତରେ ତୃତୀୟ ଲହର ବ୍ୟାପିବା ନେଇ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, ଯଦି କୋଭିଡ -19 ପରିବର୍ତ୍ତନ ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବିରୋଧରେ ନିଜର ଶକ୍ତି ମଜବୁତ କରେ ତେବେ ଭାରତରେ ଏହାର ତୃତୀୟ ଲହର ଆସିପାରେ ।

randeep-guleria

ସପ୍ତାହାନ୍ତ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ପ୍ରଭାବଶାଳୀ ନୁହେଁ

ରଣଦୀପ ଗୁଲେରିଆ ନାଇଟ୍ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଲକଡାଉନ୍ ଭାଇରସକୁ ରୋକିବାରେ ଅସମର୍ଥ ବୋଲି କହିଛନ୍ତି ।

ଦେଶରେ ଏପରି କୋଭିଡ ସଙ୍କଟ କାରଣରୁ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା କଷ୍ଟସାଧ୍ୟ ଏବଂ ଅମ୍ଳଜାନ ଅଭାବକୁ ନେଇ ଦେଶ ସମସ୍ୟାର ସମ୍ମୁଖାନ ହେଉଥିବା ବେଳେ ଦେଶକୁ କରୋନା ଦାଉରୁ ରକ୍ଷା ପାଇବା କଣ ବିକଳ୍ପ ରହିଛି ପ୍ରଶ୍ନରେ ସେ କହିଛନ୍ତି, ଦେଶରେ କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ କିଛି ସମୟ ପାଇଁ ଲକଡାଉନର ଆବଶ୍ୟକତା ରହିଛି ।

ଏକ ଟିଭି ଚ୍ୟାନେଲ ସହିତ ଆଲୋଚନା ସମୟରେ AIIMS ନିର୍ଦ୍ଦେଶକ କହିଛନ୍ତି, "ତିନୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପ୍ରଥମଟି ହେଉଛି ହସ୍ପିଟାଲର ଭିତ୍ତିଭୂମି । ଦ୍ୱିତୀୟଟି ଆକ୍ରମଣାତ୍ମକ ଭାବେ ମାମଲା ହ୍ରାସ କରିବା ଏବଂ ତୃତୀୟଟି ହେଉଛି ଟୀକାକରଣ ।" ଗୁଲେରିଆ କହିଛନ୍ତି ଯେ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବାକୁ ପଡିବ । ଯଦି ଆମେ ଲୋକଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବାକୁ ସକ୍ଷମ ହେବା ତେବେ ଭାଇରସ୍ ସଂକ୍ରମଣ ମଧ୍ୟ ହ୍ରାସ ପାଇବ ।

ଲକଡାଉନ୍ ଭାଇରସ ଶୃଙ୍ଖଳା ଭାଙ୍ଗିବାକୁ ସକ୍ଷମ

ଗୁଲେରିଆ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରିଟେନରେ ଯେପରି କରାଯାଇଥିଲା ଆମେ ଲକଡାଉନ୍ କିମ୍ବା ଆଞ୍ଚଳିକ ଲକଡାଉନ୍ ଲାଗୁ କରିପାରିବା । ଏହା ରାଜ୍ୟ ସ୍ତରରେ କିମ୍ବା ଏକ ବଡ଼ ସ୍ତରରେ ନିଷ୍ପତ୍ତି ନିଆଯାଇପାରେ । ଜୀବନ ଏବଂ ଜୀବିକା ଦୃଷ୍ଟିରୁ ସବୁକିଛି ସଂଗଠିତ କରିବାର ବିଷୟ । ଏଠାରେ ମଧ୍ୟ ଅତ୍ୟାବଶ୍ୟକ ସେବା ଆରମ୍ଭ କରିବା ଆବଶ୍ୟକ କାରଣ ଏହା ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ ଯେଉଁମାନେ ଦିନ ମଜୁରିଆ ଶ୍ରମିକ ଅଟନ୍ତି । ' ଏଥିସହ ସେ ଲକଡାଉନ କରିବା ନେଇ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେ ପର୍ଯ୍ୟନ୍ତ ସଂକ୍ରମଣ ମାମଲାକୁ ହ୍ରାସ କରିବାରେ ସଫଳ ନ ହୋଇଛନ୍ତି ଆମେ କେବଳ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ଉପରେ ନିର୍ଭର କରି ପାରିବା ନାହିଁ । ସପ୍ତାହାନ୍ତ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁର କୌଣସି ଅର୍ଥ ନାହିଁ । ଲକଡାଉନ୍ ସେବେ ପ୍ରଭାବଶାଳୀ ହେବ ଯେବେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗୁ କରାଯିବ । ଏହି ଲକଡାଉନ୍ ଅବଧି ଅତିକମରେ ଦୁଇ ସପ୍ତାହ ହେବା ଉଚିତ୍ ବୋଲି ସେ କହିଛନ୍ତି ।

corona-virus

ଭାଇରସର ପରିବର୍ତ୍ତନକୁ ଦେଖିବା ଆବଶ୍ୟକ

ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ଯଦି ଭାଇରସର ପରିବର୍ତ୍ତନ ହୁଏ ତେବେ ଭାରତରେ କରୋନୋଭାଇରସ୍ ମହାମାରୀର ତୃତୀୟ ତରଙ୍ଗ ହେବାର ଆଶଙ୍କା ରହିଛି । "ଆମକୁ କିଛି ଜିନିଷ ବୁଝିବାକୁ ହେବ । ଆମେ କେତେ ଶୀଘ୍ର ଲୋକଙ୍କୁ ଟୀକାକରଣ କରି ସେମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଦେଇପାରିବା ? ଆଉ ଗୋଟିଏ ହେଉଛି ଜୀବାଣୁ କିପରି ବଦଳିଥାଏ ? ଯଦି ଭାଇରସ ଆହୁରି ବିକଶିତ ହୁଏ ଏବଂ ଏହା ମଶିଷର ପ୍ରତିରକ୍ଷା ପ୍ରଣାଳୀକୁ କମଜୋର କରେ ତେବେ ଆପଣ ପୁଣି ସଂକ୍ରମିତ ହୋଇପାରନ୍ତି । ଏପରି ହେଲେ ଆମେ ଭାଇରସର ତୃତୀୟ ଲହରକୁ ସାମ୍ନା କରିବା । ସେ କହିଛନ୍ତି ଆମେ ବୋଧହୁଏ ଆଉ ଏକ ତରଙ୍ଗ ଦେଖିବା, କିନ୍ତୁ ମୁଁ ଆଶା କରୁଛି ଯେ ସେତେବେଳକୁ ବହୁ ସଂଖ୍ୟକ ଲୋକଙ୍କୁ ଟୀକାକରଣ କରାଯାଇଥିବ, ଫଳରେ କରୋନାଭାଇରସ୍ ର ବର୍ତ୍ତମାନର ତରଙ୍ଗ ପରି ଏହା ଏତେ ଭୟଙ୍କରଲ ହୋଇନପାରେ ଏବଂ ଏହାକୁ ମୁକାବିଲା କରିବା ସହଜ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+