Get Updates
Get notified of breaking news, exclusive insights, and must-see stories!

INS ବିକ୍ରାନ୍ତ ଉପରେ ସଫଳ ଅବତରଣ କଲା ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ

ଭାରତରେ ନିର୍ମିତ ସ୍ୱଦେଶୀ ଲଢୁଆ ବିମାନ ଯୁଦ୍ଧପୋତ INS ବିକ୍ରାନ୍ତରେ ପ୍ରଥମଥର ପାଇଁ ଅବତରଣ କରିଛି । ଏପରିକି ଲଢୁଆ ବିମାନର ଅବତରଣ ସଫଳ ହୋଇଛି ।

INS Vikrant

ନୂଆଦିଲ୍ଲୀ: ଆତ୍ମନିର୍ଭର ଦିଗରେ ଆଗକୁ ବଢୁଛି ଦେଶ । ସେନା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭର ଜିନିଷର ବହୁଳ ବ୍ୟବହାର ହେଉଛି । ଏହାର ଏକ ସଫଳତା ଆଜି ପାଇଛି ଭାରତୀୟ ନୌସେନା । ଭାରତରେ ନିର୍ମିତ ସ୍ୱଦେଶୀ ଲଢୁଆ ବିମାନ ଯୁଦ୍ଧପୋତ INS ବିକ୍ରାନ୍ତରେ ପ୍ରଥମଥର ପାଇଁ ଅବତରଣ କରିଛି । ଏପରିକି ଲଢୁଆ ବିମାନର ଅବତରଣ ସଫଳ ହୋଇଛି । ଏହି ମେଡ୍ ଇନ୍ ଇଣ୍ଡିଆ ପ୍ରକଳ୍ପ ଏକ ବଡ ସଫଳତା ଭାବରେ ବିବେଚନା କରାଯାଉଛି । ପ୍ରତିରକ୍ଷା ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଏହି ଦେଶୀ ଜାହାଜ ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବ ।

ଏହି ପ୍ରସଙ୍ଗରେ ନୌସେନାର ମୁଖପାତ୍ର ସିଡିଆର ବିବେକ ମଧୱାଲ କହିଛନ୍ତି ଯେ ନୌସେନା ପାଇଲଟମାନେ INS ବିକ୍ରାନ୍ତରେ LCA (ନୌସେନା) ଅବତରଣ କରିଥିଲେ । ଆତ୍ମନିର୍ଭରଶୀଳ ଭାରତ ଦିଗରେ ଭାରତୀୟ ନୌସେନା ଦ୍ୱାରା ଏହା ଏକ ଐତିହାସିକ ମାଇଲଖୁଣ୍ଟ । ମୁଖପାତ୍ରଙ୍କ ଅନୁଯାୟୀ, ଏହି ସଫଳ ଅବତରଣ ସ୍ୱଦେଶୀ ଯୁଦ୍ଧ ବିମାନ ସହିତ IAC ର ପରିକଳ୍ପନା, ବିକାଶ, ଉତ୍ପାଦନ ଏବଂ ପରିଚାଳନା ପାଇଁ ଭାରତର ଦକ୍ଷତା ପ୍ରଦର୍ଶନ କରିଛି ।

ଉଲ୍ଲେଖଥାଉ କି, ଗତ ବର୍ଷ INS ବିକ୍ରାନ୍ତ କୁ ନୌସେନାରେ ସମ୍ପୂର୍ଣ୍ଣ ଭାବେ ସାମିଲ କରାଯାଇଥିଲା । ସେବେଠାରୁ ଅନେକ ପ୍ରକାରର ବିମାନ ଏହା ଉପରେ ଅବତରଣ କରିଛି ।

ଆପଣଙ୍କୁ କହି ରଖୁଛୁ ଭାରତରେ DRDO ଦ୍ୱାରା ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (LCA) ସଂପୂର୍ଣ୍ଣ ବିକଶିତ ହୋଇଛି । ଏହାର ଟେଷ୍ଟିଙ୍ଗ୍ ମଧ୍ୟ ସଫଳ ହୋଇଥିଲା । ଏହା ପୂର୍ବରୁ ଏହା INS ବିକ୍ରମଦିତ୍ୟରେ ଅବତରଣ କରିଥିଲା । ନୌସେନା ମଧ୍ୟ ଏ ସମ୍ପର୍କରେ ଅନେକ ମତାମତ ଦେଇଥିଲେ । ଏହା ଆଧାରରେ DRDO ଏକ ଟ୍ୱିନ୍ ଇଞ୍ଜିନ୍ ଡେକ୍-ଆଧାରିତ ଯୁଦ୍ଧବିମାନ (TEDBF) ବିକାଶ ଆରମ୍ଭ କରିଛି ।

ସ୍କି-ଜମ୍ପ କୌଶଳରେ INS ବିକ୍ରାନ୍ତରୁ ବିମାନ ଟେକ୍ ଅଫ୍ କରିଥାଏ, ସେହିପରି ଅବତରଣ ପାଇଁ ତିନୋଟି ସେଟ୍ ଆରେଷ୍ଟର୍ ତାର ଅଛି । ବର୍ତ୍ତମାନ, ମିଗ୍ -29 କେ ବିମାନ ଏହା ଦ୍ୱାରା ପରିଚାଳିତ ହେବ । ଏହା ପରେ ଏହା ଉପରେ LAC ନିୟୋଜିତ ହେବ । ଏଥି ସହିତ ବୋଇଙ୍ଗ F / A-18 E / F ସୁପର ହର୍ନେଟ ଏବଂ ଡାସଲ୍ଟ ଆଭିଏସନ ରାଫାଲ ବିମାନ କ୍ରୟକୁ ମଧ୍ୟ ବିଚାର କରାଯାଉଛି । ଯାହା ପରେ ନୌସେନାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+