ଚାରି ହଜାର ଟପିଲା ଦୈନିକ କରୋନା ମାମଲା, ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 4270 ଆକ୍ରାନ୍ତ
ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 4270 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏହି ସମୟରେ 15 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ 2619 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ ଗତ କିଛି ଦିନ ହେବ କରୋନା ଦୈନିକ ମାମଲା ତିନି ହଜାର ପରେ ରହୁଥିବା ବେଳେ ଗତକାଲି ଏଥିରେ ଅହେତୁକ ବୃଦ୍ଧି ହୋଇଛି । ଗତକାଲି କରୋନା ଦୈନିକ ସକ୍ରମଣ ମାମଲା 4 ହଜାର ଅତିକ୍ରମ କରିଛି । ଏଥି ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହେଉନାହିଁ, ଯାହାକି ଚିନ୍ତାର କାରଣ ପାଲଟିଛି ।

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 4270 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏହି ସମୟରେ 15 ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ 2619 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବର୍ତ୍ତମାନ ଦେଶରେ ମୋଟ 24 ହଜାର 052 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 31 ଲକ୍ଷ 76 ହଜାର 817 ରେ ପହଞ୍ଚିଛି । ସେଥି ମଧ୍ୟରୁ ମୋଟ 4 କୋଟି 26 ଲକ୍ଷ 28 ହଜାର 073 ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏପରିକି 5 ଲକ୍ଷ 24 ହଜାର 692 ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
କରୋନା ମହାମାରୀ ବିରୋଧରେ ଚାଲିଥିବା ଟୀକାକରଣ ଅଭିଯାନରେ ସାରା ଦେଶରେ ଏଯାବତ୍ ମୋଟ 194 କୋଟି 09 ଲକ୍ଷ 46 ହଜାର 157 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications