ଚିନ୍ତା ବଢାଉଛି ଦୈନିକ କରୋନା ସଂକ୍ରମଣ ମାମଲା ; ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 12847 ଆକ୍ରାନ୍ତ, ପ୍ରାଣ ହରାଇଲେ 14 ରୋଗୀ

ସାରା ଦେଶରେ ମୋଟ 12 ହଜାର 847 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ 7985 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ନୂଆଦିଲ୍ଲୀ : ସାରା ଦେଶରେ ଗତ କିଛି ଦିନ ହେବ କରୋନା ଦୈନିକ ସଂକ୍ରମଣ ମାମଲାରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହେଉଛି । ଗତ ଦୁଇ ଦିନ ହେବ କରୋନାର ଦୈନିକ ସଂକ୍ରମଣ ମାମଲା ପ୍ରାୟ 12 ହଜାର ଉପରେ ରହୁଛି, ଯାହାକି ଏକ ଚିନ୍ତାଜନକ ବିଷୟ । ଏଥି ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ ବୃଦ୍ଧି ହୋଇଛି ।

CoronaVirus

ଗତ 24 ଘଣ୍ଚା ମଧ୍ୟରେ ସାରା ଦେଶରେ ମୋଟ 12 ହଜାର 847 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟାରେ 7985 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରିପୋର୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବର୍ତ୍ତମାନ ଦେଶରେ ମୋଟ 63 ହଜାର 063 ଜଣ କରୋନା ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟ ମଧ୍ୟରେ ଗତକାଲି 14 ଜଣ ରୋଗୀ ପ୍ରାଣ ହରାଇଛନ୍ତି ।

ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ପରେ ସାରା ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 32 ଲକ୍ଷ 70 ହଜାର 577 ରେ ପହଞ୍ଚିଛି । ସେହିପରି ସୁସ୍ଥ ହୋଇଥିବା ରୋଗୀଙ୍କୁ ମିଶାଇ ଦେଶରେ ମୋଟ 4 କୋଟି 26 ଲକ୍ଷ 82 ହଜାର 697 ଜଣ ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏପରିକି ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 5 ଲକ୍ଷ 24 ହଜାର 817 ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ଏହା ବ୍ୟତୀତ କରୋନା ଭାଇରସ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନରେ ଦେଶରେ ଏଯାବଚ୍ ମୋଟ୍ 195 କୋଟି 84 ଲକ୍ଷ 03 ହଜାର 471 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତ 24 ଘଣ୍ଟାରେ 15 ଲକ୍ଷ 27 ହଜାର 365 ଡୋଜ୍ ଟିକା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+