Get Updates
Get notified of breaking news, exclusive insights, and must-see stories!

ବ୍ରିଟିଶ ଯାତ୍ରୀମାନଙ୍କ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଭାରତ

ବର୍ତ୍ତମାନ ବ୍ରିଟିଶ ଯାତ୍ରୀମାନଙ୍କୁ 17 ଫେବୃଆରୀ 2021 ରେ ଜାରି କରାଯାଇଥିବା (ପୁରୁଣା) ଗାଇଡଲାଇନକୁ ଅନୁସରଣ କରିବାକୁ ପଡିବ । ଏଥିରେ କ୍ୱାରେଣ୍ଟିନକୁ ଛାଡ ଦିଆଯାଇଥିଲା ।

ନୂଆଦିଲ୍ଲୀ : ନିକଟରେ ବ୍ରିଟେନ ତାର ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଥିଲା । ଯାହା ଅଧୀନରେ ଭାରତରେ କୋଭିଶିଲ୍ଡ ନେଇଥିବା ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଉଥିଲା । ଏହା ପରେ ଭାରତ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବ୍ରିଟିଶ ନାଗରିକଙ୍କ ପାଇଁ ଏକ କଠୋର ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଯେଉଁଥିରେ ନିଜ ଖର୍ଚ୍ଚରେ 2ଥର ଆରଟି- PCR ପରୀକ୍ଷା ସହ କ୍ୱାରେଣ୍ଟିନରେ ରହିବାରେ ଥିଲା । ଏହି କଠୋର ଆଭିମୁଖ୍ୟ ପରେ ବ୍ରିଟିଶ ସରକାର ଏଥିରେ ପରିବର୍ତ୍ତନ କରି ଟିକା ନେଇଥିବା ଭାରତୀୟ ଲୋକଙ୍କୁ ଛାଡ ପ୍ରଦାନ କରିଥିଲେ । ଯାହା ଉପରେ ବର୍ତ୍ତମାନ ଭାରତ ସରକାର ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

corona guideline

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର 1 ରେ ବ୍ରିଟିଶ ନାଗରିକଙ୍କ ପାଇଁ ଏକ ନୂତନ ଗାଇଡଲାଇନ ଜାରି କରାଯାଇଥିଲା । ଯେଉଁଥିରେ ଅଧିକ କଠୋର ନିୟମ ଥିଲା । ବର୍ତ୍ତମାନ ଏହାକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ବ୍ରିଟିଶ ଯାତ୍ରୀମାନଙ୍କୁ 17 ଫେବୃଆରୀ 2021 ରେ ଜାରି କରାଯାଇଥିବା (ପୁରୁଣା) ଗାଇଡଲାଇନକୁ ଅନୁସରଣ କରିବାକୁ ପଡିବ । ଏଥିରେ କ୍ୱାରେଣ୍ଟିନକୁ ଛାଡ ଦିଆଯାଇଥିଲା ।

କ'ଣ ଥିଲା ବିବାଦର କାରଣ ?

ବାସ୍ତବରେ, ଭାରତର ଅଧିକାଂଶ ଲୋକଙ୍କୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭେଶିଲ୍ଡ ଦିଆଯାଉଛି । ବ୍ରିଟେନର ଲୋକଙ୍କୁ ଅନ୍ୟ ନାମରେ ସମାନ ଟିକା ଦିଆଯାଉଛି । ଏହି ଟିକା ନେଇ ବ୍ରିଟିଶ ସରକାରଙ୍କର କୌଣସି ଅସୁବିଧା ନାହିଁ । ସେ ଭାରତର କରୋନା ଟୀକାକରଣ ପ୍ରମାଣପତ୍ରକୁ ବିଶ୍ୱସ୍ତ ବୋଲି ବିବେଚନା କରୁନଥିଲେ, ଯେଉଁଥିପାଇଁ ସେ ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ କ୍ୱାରେଣ୍ଟିନ୍ ନିୟମ କରିଥିଲେ । ତେବେ ବ୍ରିଟେନ ପରେ କୋୱିନ୍ ଉତ୍ପାଦକଙ୍କ ସହ ଆଲୋଚନା କରିଥିଲା । ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+