For Quick Alerts
Turn On Notification  
For Daily Alerts
Oneindia App Download

ବ୍ରିଟିଶ ଯାତ୍ରୀମାନଙ୍କ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଭାରତ

ବର୍ତ୍ତମାନ ବ୍ରିଟିଶ ଯାତ୍ରୀମାନଙ୍କୁ 17 ଫେବୃଆରୀ 2021 ରେ ଜାରି କରାଯାଇଥିବା (ପୁରୁଣା) ଗାଇଡଲାଇନକୁ ଅନୁସରଣ କରିବାକୁ ପଡିବ । ଏଥିରେ କ୍ୱାରେଣ୍ଟିନକୁ ଛାଡ ଦିଆଯାଇଥିଲା ।

|

ନୂଆଦିଲ୍ଲୀ : ନିକଟରେ ବ୍ରିଟେନ ତାର ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଥିଲା । ଯାହା ଅଧୀନରେ ଭାରତରେ କୋଭିଶିଲ୍ଡ ନେଇଥିବା ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଉଥିଲା । ଏହା ପରେ ଭାରତ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବ୍ରିଟିଶ ନାଗରିକଙ୍କ ପାଇଁ ଏକ କଠୋର ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଯେଉଁଥିରେ ନିଜ ଖର୍ଚ୍ଚରେ 2ଥର ଆରଟି- PCR ପରୀକ୍ଷା ସହ କ୍ୱାରେଣ୍ଟିନରେ ରହିବାରେ ଥିଲା । ଏହି କଠୋର ଆଭିମୁଖ୍ୟ ପରେ ବ୍ରିଟିଶ ସରକାର ଏଥିରେ ପରିବର୍ତ୍ତନ କରି ଟିକା ନେଇଥିବା ଭାରତୀୟ ଲୋକଙ୍କୁ ଛାଡ ପ୍ରଦାନ କରିଥିଲେ । ଯାହା ଉପରେ ବର୍ତ୍ତମାନ ଭାରତ ସରକାର ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

corona guideline

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅକ୍ଟୋବର 1 ରେ ବ୍ରିଟିଶ ନାଗରିକଙ୍କ ପାଇଁ ଏକ ନୂତନ ଗାଇଡଲାଇନ ଜାରି କରାଯାଇଥିଲା । ଯେଉଁଥିରେ ଅଧିକ କଠୋର ନିୟମ ଥିଲା । ବର୍ତ୍ତମାନ ଏହାକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ବ୍ରିଟିଶ ଯାତ୍ରୀମାନଙ୍କୁ 17 ଫେବୃଆରୀ 2021 ରେ ଜାରି କରାଯାଇଥିବା (ପୁରୁଣା) ଗାଇଡଲାଇନକୁ ଅନୁସରଣ କରିବାକୁ ପଡିବ । ଏଥିରେ କ୍ୱାରେଣ୍ଟିନକୁ ଛାଡ ଦିଆଯାଇଥିଲା ।

କ'ଣ ଥିଲା ବିବାଦର କାରଣ ?

ବାସ୍ତବରେ, ଭାରତର ଅଧିକାଂଶ ଲୋକଙ୍କୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭେଶିଲ୍ଡ ଦିଆଯାଉଛି । ବ୍ରିଟେନର ଲୋକଙ୍କୁ ଅନ୍ୟ ନାମରେ ସମାନ ଟିକା ଦିଆଯାଉଛି । ଏହି ଟିକା ନେଇ ବ୍ରିଟିଶ ସରକାରଙ୍କର କୌଣସି ଅସୁବିଧା ନାହିଁ । ସେ ଭାରତର କରୋନା ଟୀକାକରଣ ପ୍ରମାଣପତ୍ରକୁ ବିଶ୍ୱସ୍ତ ବୋଲି ବିବେଚନା କରୁନଥିଲେ, ଯେଉଁଥିପାଇଁ ସେ ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ କ୍ୱାରେଣ୍ଟିନ୍ ନିୟମ କରିଥିଲେ । ତେବେ ବ୍ରିଟେନ ପରେ କୋୱିନ୍ ଉତ୍ପାଦକଙ୍କ ସହ ଆଲୋଚନା କରିଥିଲା । ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India Issues Revised Guideline For British Passengers
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X