ଦୁଇ ଶହ ତଳେ ରହି ଆସୁଛି କରୋନା ଦୈନିକ ମାମଲା, ଗତ 24 ଘଣ୍ଟାରେ 2 ଜଣଙ୍କର କରୋନାଜନିତ ମୃତ୍ୟୁ
ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 197 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 274 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3 ହଜାର 767 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।
ନୂଆଦିଲ୍ଲୀ : ସ୍ଥିର ରହିଛି କରୋନା ମାମଲା । ଗତ କିଛି ଦିନ ହେବ କରୋନା ଦୈନିକ ମାମଲା 2 ଶହ ତଳେ ରହିଛି । ଏହା ସହିତ ଆଶ୍ୱସ୍ତିକର ରହିଛି କରୋନାଜନିତ ମୃତ୍ୟୁ ସଂଖ୍ୟା । ମାସ ଆରମ୍ଭରୁ କରୋନା ଦୈନିକ ମାମଲା ତିନି ଶହ ତଳେ ରହିଥିବା ବେଳେ ବର୍ତ୍ତମାନ ଏହା 2 ଶହ ତଳେ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ ମୋଟ 197 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ 274 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ 3 ହଜାର 767 ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଆଶ୍ୱସ୍ତିକର ଖବର ହେଉଛି ଏହି ସମୟରେ 2 ରୋଗୀଙ୍କର କରୋନାଜନିତ ମୃତ୍ୟୁ ହୋଇଛି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ଏଯାବତ୍ ମୋଟ 4 କୋଟି 46 ଲକ୍ଷ 75 ହଜାର 447 ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ 4 କୋଟି 41 ହଜାର 41 ହଜାର 017 ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ଲକ୍ଷ 30 ହଜାର 663 ରୋଗୀ ପ୍ରାଣ ହରାଇଛନ୍ତି ।
ଏହା ବ୍ୟତୀତ ସାରା ଦେଶରେ ଚାଲିଥିବା କରୋନା ଟୀକାକରଣ ଅଭିଯାନରେ ଆଜି ପର୍ଯ୍ୟନ୍ତ ମୋଟ 219 କୋଟି 98 ଲକ୍ଷ 82 ହଜାର 753 ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି 59 ହଜାର 327 ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications