ସ୍ଥାନୀୟ ଟ୍ରାଏଲ ନିୟମକୁ ଉଚ୍ଛେଦ କଲେ କେନ୍ଦ୍ର ସରକାର, ବିନା ଟ୍ରାଏଲରେ ଦିଆଯିବ ବିଦେଶୀ ଟିକା
ବିଦେଶରେ ନିର୍ମିତ ଆଣ୍ଟି କୋଭିଡ୍ ଭ୍ୟାକସିନ୍କୁ ବିନା ଟ୍ରାଏଲରେ ଭାରତରେ ମଞ୍ଜୁରୀ ଦେବେ ସରକାର । ଭାରତୀୟଙ୍କ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି ଭାରତ ସରକାର । ଆଜି କେନ୍ଦ୍ର ସରକାର ଟିକାର ସ୍ଥାନୀୟ ଟ୍ରାଏଲ ନିୟମକୁ ଉଚ୍ଛେଦ କରିଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭୂତାଣୁର ଦ୍ବିତୀୟ ଲହର ଜାରି ରହିଛି । ଏହା ମଧ୍ୟରେ ଦେଶରେ ସଂକ୍ରମଣ ହାରକୁ ହ୍ରାସ କରିବା ପାଇଁ ଟୀକାକରଣକୁ ତ୍ୱରାନ୍ୱିତ କରୁଛନ୍ତି କେନ୍ଦ୍ର ସରକାର । ଏହି ଟୀକାକରଣକୁ କ୍ଷିପ୍ର କରିବା ପାଇଁ ଭାରତ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଦେଶରେ ନିର୍ମିତ ଆଣ୍ଟି କୋଭିଡ୍ ଭ୍ୟାକସିନ୍କୁ ବିନା ଟ୍ରାଏଲରେ ଭାରତରେ ମଞ୍ଜୁରୀ ଦେବେ ସରକାର । ଭାରତୀୟଙ୍କ ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି ଭାରତ ସରକାର । ଆଜି କେନ୍ଦ୍ର ସରକାର ଟିକାର ସ୍ଥାନୀୟ ଟ୍ରାଏଲ ନିୟମକୁ ଉଚ୍ଛେଦ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ ଟିକା ଆମଦାନୀକୁ ବଳ ମିଳିବ ବୋଲି କୁହାଯାଇଛି ।

ପୂର୍ବରୁ ଯେକୌଣସି ଟିକାର ଡୋଜ୍ ଲୋକଙ୍କୁ ଦେବା ପୂର୍ବରୁ ଏହାର ସ୍ଥାନୀୟ ଟ୍ରାଏଲ ବାଧ୍ୟତାମୂଳକ ଥିଲା। ଅର୍ଥାତ ବିଦେଶୀ କମ୍ପାନୀର ଟିକା ଦେଶର ଲୋକଙ୍କୁ ଦେବା ପୂର୍ବରୁ ଏହାର ଟ୍ରାଏଲ ଭାରତରେ କରାଯିବାର ନିୟମ ରହିଥିଲା। ବର୍ତ୍ତମାନ ଦେଶରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ର କୋଭାକ୍ସିନ ଲୋକଙ୍କୁ ଦିଆଯାଉଛି । ସେହିପରି ରୁଷର କରୋନା ଟିକା ସ୍ପୁଟନିକ-ଭି ଟିକା ମଧ୍ୟ ଖୁବଶୀଘ୍ର ଲୋକଙ୍କୁ ଦିଆଯିବ ବୋଲି ଭାରତ ସରକାର ଅନୁମତି ଦେଇଛନ୍ତି ।
ଖୁବଶୀଘ୍ର ଟିକା ଆମଦାନୀ ପାଇଁ ଫାଇଜର ସହ ଆଲୋଚନା ଚାଲିଛି । ଏହା ବ୍ୟତୀତ ଜନସନ ଆଣ୍ଡ ଜନସନ ଏବଂ ମଡର୍ଣ୍ଣା ସହ ମଧ୍ୟ ଚର୍ଚ୍ଚା ଚାଲିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟ ଦେଶରୁ ଆମଦାନୀ ହେବାକୁ ଥିବା ଭଲ ଟିକାକୁ ଦେଶରେ ଟ୍ରାଏଲ୍ର ଅନିବର୍ଯ୍ୟତାକୁ କୋହଳ କରାଯାଇଛି ଏବଂ ନୀତିରେ ପରିବର୍ତ୍ତନ କରାଯାଇଥିବା ନେଇ ସରକାର କହିଛନ୍ତି । ଅନ୍ତର୍ଜାତୀୟ ଟିକା ନିର୍ମାତାଙ୍କୁ ଭାରତରେ ଉତ୍ପାଦନ ପାଇଁ ସରକାର ଆହ୍ବାନ କରିଛନ୍ତି ।
ତଥାପି ଟିକାର ଅଭାବ ଦେଖାଯାଉଥିବାରୁ ବିଭିନ୍ନ ଦେଶରେ ବ୍ୟବହୃତ ହେଉଥିବା ଟିକାକୁ ଭାରତ ସରକାର ଦେଶକୁ ଫାଷ୍ଟଟ୍ରାକ୍ ପ୍ରଣାଳୀରେ ଆଣିବାକୁ ଚାହୁଁଛନ୍ତି । ଏହି କାରଣରୁ ସ୍ଥାନୀୟ ଟ୍ରାଏଲ ନିୟମକୁ ଉଚ୍ଛେଦ କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ ଟିକା କମ୍ପାନୀଗୁଡ଼ିକୁ ଭାରତରେ ଟିକାର ଉତ୍ପାଦନ କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି ।












Click it and Unblock the Notifications