ଅର୍ଥନୈତିକ ସର୍ବେ : 23-24 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 6 ରୁ 6.8 ପ୍ରତିଶତ ହେବା ନେଇ ଆକଳନ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଯେଉଁଥିରେ 2023-24 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 6 ରୁ 6.8 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।

ମଙ୍ଗଳବାର ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଏହାର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଯେଉଁଥିରେ 2023-24 ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 6 ରୁ 6.8 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ଭାରତ ସରକାରଙ୍କ ଅନୁଯାୟୀ, ଆର୍ଥିକ ବର୍ଷ 23 ର ଦ୍ୱିତୀୟ ତ୍ରୟମାସରେ ଜିଡିପିର ଶତକଡ଼ା ବ୍ୟକ୍ତିଗତ ହାର 58.4 ପ୍ରତିଶତରେ ପହଞ୍ଚିଛି, ଯାହା 2013-14 ପରଠାରୁ ଦ୍ୱିତୀୟ ତ୍ରୟମାସରେ ସର୍ବାଧିକ । ବାଣିଜ୍ୟ, ହୋଟେଲ ଏବଂ ପରିବହନ ଭଳି ସେବାରେ ବୃଦ୍ଧି ଯୋଗୁଁ ଏଥିରେ ଅଭିବୃଦ୍ଧି ହୋଇଛି ।
ଏହି ଅଭିବୃଦ୍ଧି ହାରରେ ଭାରତୀୟ ଅର୍ଥନୀତି ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ। ମହାମାରୀ ସମୟରେ ମନ୍ଥର ହୋଇ ଯାଇଥିବା ଅର୍ଥନୀତି ପୁଣି ଥରେ ଉଦ୍ଧାର ହୋଇଛି ବୋଲି ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।












Click it and Unblock the Notifications