ଦେଢ ମାସରେ ସବୁଠୁ କମ୍ କରୋନା ସଂକ୍ରମିତ ଚିହ୍ନଟ : ଗତ 24 ଘଣ୍ଟାରେ 1.73 ଲକ୍ଷ ସଂକ୍ରମିତ, 3,617 ଜଣଙ୍କର ମୃତ୍ୟୁ
କ୍ରମାଗତ ଭାବେ ହ୍ରାସ ପାଉଛି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଶନିବାର (ମେ 29) ରେ ସର୍ବନିମ୍ନ 1.73 ଲକ୍ଷ ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ବିଗତ 45 ଦିନ ମଧ୍ୟରେ, ଦୈନିକ ସଂକ୍ରମଣରେ ଏହା ସବୁଠାରୁ କମ୍ ବୋଲି ରେକର୍ଡ ହୋଇଛି ।
ନୂଆଦିଲ୍ଲୀ : କ୍ରମାଗତ ଭାବେ ହ୍ରାସ ପାଉଛି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ଶନିବାର (ମେ 29) ରେ ସର୍ବନିମ୍ନ 1.73 ଲକ୍ଷ ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ବିଗତ 45 ଦିନ ମଧ୍ୟରେ, ଦୈନିକ ସଂକ୍ରମଣରେ ଏହା ସବୁଠାରୁ କମ୍ ବୋଲି ରେକର୍ଡ ହୋଇଛି । କିନ୍ତୁ ମୃତ୍ୟୁ ସଂଖ୍ୟାରେ କୌଣସି ହ୍ରାସ ପରିଲକ୍ଷିତ ହେଉନାହିଁ । ପ୍ରତିଦିନ 3 ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଉଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 3,617 ଲୋକଙ୍କର ମୃତ୍ୟୁ ହୋଇଛି ଏବଂ 1 ଲକ୍ଷ 73 ହଜାର 790 ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଏହି ସମୟ ମଧ୍ୟରେ 2 ଲକ୍ଷ 84 ହଜାର 601 ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ରିପୋର୍ଟ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରେ 3 ଲକ୍ଷ 22 ହଜାର 512 ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ 2 କୋଟି 51 ଲକ୍ଷ 78 ହଜାର 11 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଦେଶରେ ସକ୍ରିୟ ମାମଲା ସଂଖ୍ୟା ରହିଛି 22 ଲକ୍ଷ 28 ହଜାର 724 । ସେହିପରି ଦେଶରେ ମୋଟ 2 କୋଟି 77 ଲକ୍ଷ 29 ହଜାର 247 ଜଣ କୋରାନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଭାରତରେ 16 ଜାନୁୟାରୀରୁ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନରେ 20 କୋଟି 89 ଲକ୍ଷ 2 ହଜାର 445 ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 30 ଲକ୍ଷ 62 ହଜାର 747 ଲୋକଙ୍କୁ ଟିକା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ସୁସ୍ଥ ହାର 90.80 ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ପଡିଟିଭ୍ ହାର ବର୍ତ୍ତମାନ 9.84 ପ୍ରତିଶତ ରହିଛି । ସେହିପରି ଦୈନିକ ସଂକ୍ରମିତ ହାର 8.36 ପ୍ରତିଶତ ରହିଛି । କ୍ରମାଗତ ପାଞ୍ଚ ଦିନ ପାଇଁ କୋଭିଡ୍ -19 ପଜିଟିଭିଟି ହାର 10 ପ୍ରତିଶତରୁ କମ୍ ରହିଛି ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ, ଏପର୍ଯ୍ୟନ୍ତ ଭାରତରେ 34 କୋଟି 11 ଲକ୍ଷ 19 ହଜାର 909 ଟି କରୋନା ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ 28 ମେ ରେ କେବଳ 20 ଲକ୍ଷ 80 ହଜାର 48 ଟି ନମୁନା ପରୀକ୍ଷା କରାଯାଇଛି ।












Click it and Unblock the Notifications