ଭାରତରେ 90% ବୟସ୍କ ଲୋକଙ୍କ ହୋଇସାରିଛି କରୋନା ଟୀକାକରଣ
କେନ୍ଦ୍ର ସରକାର କରୋନା ଟୀକାକରଣ ନେଇ ନିରନ୍ତର ଅଭିଯାନ ଚଳାଉଛନ୍ତି । ଏଥି ସହ ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ସୋମବାର କହିଛନ୍ତି ଯେ କୋଭିଡରୁ ସୁରକ୍ଷା ପାଇଁ ଭାରତର 90% ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି ।
ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଟିକା ହେଉଛି ଏକମାତ୍ର ଉପାୟ । ଏହି କାରଣରୁ କେନ୍ଦ୍ର ସରକାର କରୋନା ଟୀକାକରଣ ନେଇ ନିରନ୍ତର ଅଭିଯାନ ଚଳାଉଛନ୍ତି । ଏଥି ସହ ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ସୋମବାର କହିଛନ୍ତି ଯେ କୋଭିଡରୁ ସୁରକ୍ଷା ପାଇଁ ଭାରତର 90% ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟରରେ ଏକ ବାର୍ତ୍ତା ସେୟାର କରି ଏହାକୁ ଏକ ଅସାଧାରଣ ସଫଳତା ବୋଲି କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ ସବକା ବିକାଶ, ସବରା ପ୍ରୟାସ ମନ୍ତ୍ର ସହିତ ଭାରତ ଏହାର 90% ବୟସ୍କ ଜନସଂଖ୍ୟାକୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଛି । ସେ ଲେଖିଛନ୍ତି ଯେ ଆମେ ଏକାଠି ମହାମାରୀ ବିରୋଧରେ ଲଢେଇରେ ଜିତିବା ।
ଆମେ ଆପଣଙ୍କୁ କହି ରଖୁଛୁ ଗତ କିଛି ଦିନ ହେବ ଭାରତରେ କରୋନା ସଂକ୍ରମଣ ପୁଣି ମୁଣ୍ଡ ଟେକିଛି । ଗତ କିଥି ଦନ ହେବ ଦୈନିକ ସଂକ୍ରମଣ ମାମଲା ବଢିବା ସହ ସକ୍ରିୟ ମାମଲା ପ1 ଲକ୍ଷ ପରେ ରହିଆସୁଛି । ଏପରିକି କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ରବିବାର ଦିନ ଭାରତରେ 16,135 ନୂତନ କରୋନାଭାଇରସ୍ ସଂକ୍ରମଣ ପଞ୍ଜିକୃତ ହେବା ପରେ ମୋଟ COVID-19 ଆକ୍ରାନ୍ତଙ୍କ ସଂଖ୍ୟା 4,35,18,564 କୁ ବୃଦ୍ଧି ପାଇଛି । ଏହା ସହିତ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ କରୋନାଭାଇରସ୍ ମାମଲା 1,13,864 କୁ ବୃଦ୍ଧି ପାଇଛି ।












Click it and Unblock the Notifications