Get Updates
Get notified of breaking news, exclusive insights, and must-see stories!

LAC ବିବାଦକୁ ନେଇ ସାମରିକ ସ୍ତରୀୟ ଆଲୋଚନା କରିବେ ଭାରତ - ଚୀନ୍, ସହମତି ପ୍ରକାଶ କଲେ ଉଭୟ ଦେଶ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଶୀଘ୍ର ଆଲୋଚନା ମାଧ୍ୟମରେ LAC ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଛି । ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶର ବରିଷ୍ଠ କମାଣ୍ଡୋମାନେ ଆଲୋଚନା କରିବେ ।

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଶେଷ ହୋଇନାହିଁ । ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଖୁବ ଶୀଘ୍ର ସାମରିକ ସ୍ତରୀୟ ଆଲୋଚନା ହେବାକୁ ଯାଉଛି । ପରବର୍ତ୍ତୀ ବରିଷ୍ଠ ସାମରିକ ସ୍ତରୀୟ ଆଲୋଚନା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି ।

ଏହି ବୈଠକରେ ଉଭୟ ଦେଶର ବରିଷ୍ଠ ସୈନିକ କମାଣ୍ଡରମାନେ ଅଂଶଗ୍ରହଣ କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ 15 ପର୍ଯ୍ୟାୟ ଆଲୋଚନା କରିସାରିଛନ୍ତି । ଉଭୟ ପକ୍ଷରୁ LAC ସ୍ଥିତିର ସମୀକ୍ଷା କରିବା ପରେ ଆଲୋଚନା ପ୍ରକ୍ରିୟା ଜାରି ରଖିବାକୁ ସହମତି ପ୍ରକାଶ ପାଇଛି ଏବଂ ଆଲୋଚନା ମାଧ୍ୟମରେ ସମଗ୍ର ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି ।

LAC issue

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଶୀଘ୍ର ଆଲୋଚନା ମାଧ୍ୟମରେ LAC ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଛି । ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶର ବରିଷ୍ଠ କମାଣ୍ଡୋମାନେ ଆଲୋଚନା କରିବେ ।

ଆପଣଙ୍କୁ କହି ରଖୁଛୁ 15 ରାଉଣ୍ଡ ବୈଠକ ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରି ନାହିଁ । ମାର୍ଚ୍ଚ 11 ରେ ଦୁଇ ଦେଶ ମଧ୍ୟରେ ଶେଷ ସାମରିକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ 15 ବିଷୟରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଗତ ଥର ଅଧିକାରୀମାନେ ଆଶା କରିଥିଲେ ଯେ PP15 ର ସମସ୍ୟା ଶୀଘ୍ର ସମାଧାନ ହେବ, କିନ୍ତୁ ଡେମଚୋକ, ଡେପସାଙ୍ଗ ଦୁଇ ଦେଶ ମଧ୍ୟରେ ସମସ୍ୟା ହୋଇ ରହିଛି । ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ବୈଠକ ପରେ ସୈନ୍ୟ ବାହିନୀ ଗଲଭାନ୍ ଉପତ୍ୟକା ଏବଂ ପାଙ୍ଗଙ୍ଗ ହ୍ରଦରୁ ପଛକୁ ଫେରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+