ସୀମାରେ ପୁଣି ଉତ୍ତେଜନା, ମୁହାଁମୁହିଁ ହେଲେ ଚୀନ୍-ଭାରତୀୟ ସେନା, 30 ରୁ ଅଧିକ ଯବାନ ଆହତ
ସୀମାରେ ପୁଣି ଉତ୍ତଜନା ସୃଷ୍ଟି କରିଛି ଚୀନ୍ ସେନା । ସୋମବାର ଦିନ ଚୀନ୍ ସେନା ଓ ଭାରତୀୟ ସେନା ମଧ୍ୟରେ ସୀମାରେ ସଂଘର୍ଷ ହୋଇଛି । ଏହି ଘଟଣାରେ ଉଭୟ ଦେଶର ଯବାନ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: ସୀମାରେ ପୁଣି ଉତ୍ତଜନା ସୃଷ୍ଟି କରିଛି ଚୀନ୍ ସେନା । ସୋମବାର ଦିନ ଚୀନ୍ ସେନା ଓ ଭାରତୀୟ ସେନା ମଧ୍ୟରେ ସୀମାରେ ସଂଘର୍ଷ ହୋଇଛି । ଏହି ଘଟଣାରେ ଉଭୟ ଦେଶର ଯବାନ ଆହତ ହୋଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 30 ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଚୀନ ସେନା ତାୱାଙ୍ଗରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ଏହାକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନା ପ୍ରୟାସ କରିଥିଲା । ଏହି ସମୟରେ ଉଭୟ ଦେଶର ସେନାର ଯବାନ ଆହତ ହୋଇଛନ୍ତି ।
ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରର ୟଙ୍ଗଷ୍ଟେରେ ଏହି ଘଟଣା ଘଟିଛି । ଉଭୟ ପକ୍ଷର ସେନା ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ତୁରନ୍ତ ଏହି ଅଞ୍ଚଳରୁ ଫଛକୁ ଫେରିଛନ୍ତି । ଏହି ଘଟଣା ପରେ ଭାରତୀୟ କମାଣ୍ଡର ତାଙ୍କ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
ଏହି ସମଗ୍ର ଘଟଣା ବିଷୟରେ ଭାରତୀୟ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଭାରତୀୟ ସେନା ଦ୍ୱାରା ଜାରି ଅଧିକାରୀକ ବିବୃତ୍ତିରେ କୁହାଯାଇଛି ଯେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରର LAC ର କିଛି ଅଞ୍ଚଳରେ ଉଭୟ ଦେଶର ପାଟ୍ରୋଲିଂ ପାର୍ଟି ସେମାନଙ୍କ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । 2006 ମସିହାରୁ ଏହା ଉଭୟ ଦେଶର ସୈନିକମାନଙ୍କର ଏହି ପାଟ୍ରୋଲିଂ ଜାରି ରହିଛି । 9 ଡିସେମ୍ବର 2022 ରେ, PLA ସୈନ୍ୟମାନେ ତାୱାଙ୍ଗ ସେକ୍ଟରର ନିକଟତର ହୋଇଥିଲେ, ଯାହା ଆମର ସେନା କର୍ମଚାରୀମାନେ ଦୃଢତା ଏବଂ ନିଷ୍ଠାର ସମ୍ମୁଖୀନ ହୋଇଥିଲେ । ଏହି ସମୟରେ ଉଭୟ ପକ୍ଷର ସୈନିକମାନେ ସାମାନ୍ୟ ଆହତ ହୋଇଛନ୍ତି । ଉଭୟ ପକ୍ଷ ତୁରନ୍ତ ସେହି ଅଞ୍ଚଳରୁ ଦୂରେଇ ଯାଇଥିଲେ ।
ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ସାମ୍ନାକୁ ଆସିଛି । ଗତ ବର୍ଷ ପୂର୍ବରୁ ମଧ୍ୟ ସମାନ ଅଞ୍ଚଳରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଏଥି ସହିତ ଗଲାୱାନରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯଦିଓ ଚୀନ୍ ଏହାକୁ ପ୍ରଥମେ ଅସ୍ୱୀକାର କରିଥିଲା କିନ୍ତୁ କିଛି ମାସ ପରେ ଏହାକୁ ସ୍ୱୀକାର କରିଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications