ଭାରତ-ଚୀନ୍ ସୀମା ବିବାଦ : ଜୁଲାଇ 17 ରେ 16 ତମ କମାଣ୍ଡର ସ୍ତରୀୟ ଆଲୋଚନା
ଭାରତ ଏବଂ ଚୀନ୍ ମଧ୍ୟରେ 16 ତମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଜୁଲାଇ 17 ରେ ହେବାର ସମ୍ଭାବନା ଅଛି । ଭାରତକୁ ଫାୟାର ଆଣ୍ଡ ଫ୍ୟୁରି କର୍ପସ କମାଣ୍ଡର ଲେଫ୍ଟ ଜେନ ଏ ସେନଗୁପ୍ତା ପ୍ରତିନିଧିତ୍ୱ କରିବେ ।
ନୂଆଦିଲ୍ଲୀ : ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)କୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ଗତ ତିନି ବର୍ଷ ଧରି ବିବାଦ ଲାଗି ରହିଛି । ଜାରି ରହିଥିବା ଏହି ସାମରିକ ତିକ୍ତତାକୁ ଦୂର କରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ପରବର୍ତ୍ତୀ ରାଉଣ୍ଡ ସାମରିକ ଆଲୋଚନା ଖୁବ ଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ 17 ଜୁଲାଇରେ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ 15 ଥର ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଛି । ଚିନ୍ତାଜନକ ବିଷୟ ହେଉଛି ଏଥର ଆଲୋଚନାର ବ୍ୟବଧାନ ଅଧିକ ହୋଇଗଲାଣି ।

ଏହାପୂର୍ବରୁ ମେ ମାସରେ ଭାରତ ଏବଂ ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପୂର୍ବ ଲଦାଖର ସମସ୍ତ ବିବାଦୀୟ ଅଞ୍ଚଳରୁ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିବା ପାଇଁ ଶୀଘ୍ର ସିନିୟର କମାଣ୍ଡର ସ୍ତରୀୟ ଆଲୋଚନା ଆରମ୍ଭ କରିବାକୁ ସହମତି ପ୍ରକାଶ କରିଥିଲେ । ସୂଚନାନୁସାରେ, ଏହି ଆଲୋଚନା ଭାରତ ଏବଂ ଚୀନ୍ ମଧ୍ୟରେ ଏହି ସପ୍ତାହ ଶେଷରେ ହୋଇପାରେ । ଭାରତ ଏବଂ ଚୀନ୍ ମଧ୍ୟରେ 16 ତମ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଜୁଲାଇ 17 ରେ ହେବାର ସମ୍ଭାବନା ଅଛି । ଭାରତକୁ ଫାୟାର ଆଣ୍ଡ ଫ୍ୟୁରି କର୍ପସ କମାଣ୍ଡର ଲେଫ୍ଟ ଜେନ ଏ ସେନଗୁପ୍ତା ପ୍ରତିନିଧିତ୍ୱ କରିବେ । ପୂର୍ବ ଲଦାଖରେ ଥିବା LAC ସହିତ ବିବାଦୀୟ ପଏଣ୍ଟଗୁଡିକୁ ମୁକ୍ତ କରିବା ପାଇଁ ଏହି ବୈଠକରେ ଆଲୋଚନା ହେବ ।
ଏହା ପୂର୍ବରୁ 11 ମାର୍ଚ୍ଚରେ ଭାରତୀୟ ସେନା ଏବଂ ଚୀନ୍ର PLA ମଧ୍ୟରେ 15 ତମ ରାଉଣ୍ଡ ଆଲୋଚନା ଅନୁଷ୍ଠିତ ହୋଇଥିଲା । ସେବେଠାରୁ ପାଖାପାଖି 4 ମାସ ବିତିଗଲାଣି, କୌଣସି ନୂଆ ରାଉଣ୍ଡ ଆଲୋଚନା ହୋଇନାହିଁ । ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଏଥିରେ ଜୟଶଙ୍କର ଆଲୋଚନା ମାଧ୍ୟମରେ ସୀମା ବିବାଦ ସମେତ ସମସ୍ତ ଉଲ୍ଲେଖନୀୟ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଚୀନ ପକ୍ଷ ମଧ୍ୟ ଏଥିରେ ରାଜି ହୋଇଥିଲେ ।












Click it and Unblock the Notifications