Get Updates
Get notified of breaking news, exclusive insights, and must-see stories!

ତ୍ରିରଙ୍ଗାର ଇତିହାସ: 'ବନ୍ଦେମାତରମ'ରୁ 'ଅଶୋକ ଚକ୍ରର' ଯାତ୍ରା ସଂପର୍କରେ ଜାଣନ୍ତୁ

ଜାତୀୟ ପତାକା ଦେଶବାସୀଙ୍କର ଗର୍ବ । ପତାକା ତିଆରି 'ବନ୍ଦେମାତରମ'ରୁ 'ଅଶୋକ ଚକ୍ରର' ଯାତ୍ରା ସଂପର୍କରେ ଜାଣନ୍ତୁ ...

ଜାତୀୟ ପତାକା , ଗୋଟିଏ ଦେଶ ଓ ଜାତିର ପ୍ରତୀକ । ତ୍ରିରଙ୍ଗା କଥା ମନରେ ଭାବିବା କ୍ଷଣି ଦେଶଭକ୍ତି ଜାଗେ । ଦେଶ ପାଇଁ ଆସେ ଗର୍ବ । ତେବେ ଏହି ତ୍ରିରଙ୍ଗା ନିର୍ମାଣ ହେବା ପଛରେ ରହିଛି କାହାଣୀ। ତେବେ ବର୍ତ୍ତମାନର ତ୍ରିରଙ୍ଗା 5ଟି ସୋପାନ ଦେଇ ତିଆରି କରାଯାଇଛି । ପରିବର୍ତ୍ତିତ ହୋଇଛି ଡିଜାଇନ । ଆମ ଦେଶର ପତାକା ଅନ୍ୟ ଦେଶ ଠାରୁ ସଂପୂର୍ଣ୍ଣ ଭିନ୍ନ । ତିନୋଟି ରଙ୍ଗରେ ସଜେଇ ହୋଇଛି ଏହି ଜାତିର ପ୍ରତୀକ।
ତେବେ ଆସନ୍ତୁ ଜାଣିବା କେବେ ପ୍ରଥମେ ତିଆରି ହୋଇଥିଲା ଜାତୀୟ ପତାକା...

triranga
ଶିଳ୍ପୀ:
ଜାତୀୟ ପତାକା ତିଆରି କରିଥିବା ଶିଳ୍ପୀ ହେଉଛନ୍ତି ପିଙ୍ଗାଲି ଭେଙ୍କୟା । ପିଙ୍ଗାଲି ହେଉଛନ୍ତି ବ୍ରିଟିଶ ଶାସନ ସମୟରେ ଆନ୍ଧ୍ରପ୍ରଦେଶର ମଛଲିପଟନମ ଅଞ୍ଚଳର ଜଣେ ସ୍ବାଧୀନତା ସଂଗ୍ରାମୀ । 1876, ଅଗଷ୍ଟ 2 ରେ ଜନ୍ମ ନେଇଥିଲେ ଏହି ସଂଗ୍ରାମୀ । ଦେଶ ବ୍ରିଟିଶ କବଳରୁ ସ୍ବାଧୀନ ହେବାରେ ପିଙ୍ଗଲିଙ୍କର ରହିଛି ଅନେକ ଅବଦାନ । ସ୍ବାଧୀନତାର ସଂଗ୍ରାମରେ ସାମିଲ ହେବା ସହିତ ସେ ଦେଶ ପାଇଁ ଜାତୀୟ ପତାକା ଡିଜାଇନ କରିଥିଲେ। ପରବର୍ତ୍ତୀ ସମୟରେ ଏଥିରେ ଡିଜାଇନ ବଦଳିଥିଲା ।

ପ୍ରଥମ ସଂସ୍କରଣ :
ବର୍ତ୍ତମାନର ପତାକା ଭଳି ପ୍ରଥମ ପତାକା ମଧ୍ୟ ତିନି ଭାଗରେ ରହିଥିଲା। ଉପର ଭାଗରେ ଗାଢ ସବୁଜ ରଙ୍ଗ ରହିଥିବା ବେଳେ ମଝିରେ ହଳଦିଆ ଓ ନିମ୍ନ ଭାଗରେ ଲାଲ ରଙ୍ଗ ରହିଥିଲା । ସବୁଜ ରଙ୍ଗରେ ପଦ୍ମଫୁଲର ଚିହ୍ନ ରହିଥିବା ବେଳେ ଲାଲ ରଙ୍ଗରେ ଜହ୍ନ ଓ ସୂର୍ଯ୍ୟର ଚିହ୍ନ ରହିଥିଲା । ମଝିରେ ହିନ୍ଦୀ ଅକ୍ଷରରେ ବନ୍ଦେ ମାତରମ ଲେଖାଯାଇଥିଲା। 1906 ମସିହା ଅଗଷ୍ଟ 7 ତାରିଖରେ ଏହି ପତାକା କୋଲକାତାର ଗ୍ରୀନ ପାର୍କ ଠାରେ ଉଡ଼ାଯାଇଥିଲା ।

ଦ୍ବିତୀୟ ସଂସ୍କରଣ:
ଦ୍ବିତୀୟ ସଂସ୍କରଣରେ ଜାତୀୟ ପତାକାରେ କରାଯାଇଥିଲା ସାମାନ୍ୟ ପରିବର୍ତ୍ତନ । ଉପରେ ଥିବା 8ଟି ପଦ୍ମଫୁଲ ପରିବର୍ତ୍ତେ ରହିଥିଲା 7ଟି ତାରା । ଏଥିସହ ପତାକାର ରଙ୍ଗରେ ମଧ୍ୟ ସ୍ବଳ୍ପ ପରିବର୍ତ୍ତନ ହୋଇଥିଲା । 1907 ମସିହାରେ ପ୍ୟାରିସରେ ଉଡ଼ାଯାଇଥିଲା ପତାକା । ମ୍ୟାଡ଼ାମ ଭିକାଜି କାମା ଏବଂ ତାଙ୍କର ସହଯୋଗୀ ପତାକାକୁ ଉଡ଼ାଇଥିଲେ । ମ୍ୟାଡାମ କାମା ହେଉଛନ୍ତି ପ୍ରଥମ ବିଦେଶୀ ମହିଳା ଯେକି ବିଦେଶ ମାଟିରେ ଭାରତୀୟ ଜାତୀୟ ପତାକା ଉଡାଇଥିଲେ ।

ତୃତୀୟ ସଂସ୍କରଣ
ଏହି ସଂସ୍କରଣରେ ଡ. ଆନିବେଶାନ୍ତ ଏବଂ ବାଲ୍ ଗଙ୍ଗାଧର ତିଲକ ଆଣିଥିଲେ ଏଥିରେ ପରବର୍ତ୍ତନ । ଏଥର ତିନୋଟି ବଦଳରେ ଦୁଇଟି ରଙ୍ଗର ବ୍ୟବହାର କରାଯାଇଥିଲା । ଏହି ପତାକାକୁ 1917 ମସିହାରେ ଉଭୟ ଡ. ଆନିବେସାନ୍ତ ଓ ଲୋକମାନ୍ୟ ତିଲକ ଉଡ଼ାଇଥିଲେ । ଏହି ପତାକାରେ ପାଞ୍ଚଟି ଲାଲ ଓ 4ଟି ସବୁଜ ରଙ୍ଗର ପଟା ପଟା ଚିହ୍ନ ସହିତ 7ଟି ତାରାଙ୍କର ଚିହ୍ନ ମଧ୍ୟ ରହିଥିଲା । ପତାକାର ବାମପଟ ଉପର ପାର୍ଶ୍ସରେ ୟୁନିୟନ ଜ୍ୟାକର ଚିହ୍ନ ରହିଥିବା ବେଳେ କୋଣରେ ଅର୍ଦ୍ଧ ଚନ୍ଦ୍ର ଏବଂ ତାରାର ଚିତ୍ର ରହିଥିଲା ।

ଚତୁର୍ଥ ସଂସ୍କରଣ:
1921 ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା ପତାକାକୁ ଆନ୍ଧ୍ରପ୍ରଦେଶର ବିଜଓ୍ବାଡ଼ାରେ ଉଡ଼ାଯାଇଥିଲା । ଏହି ପତାକାରେ ସବୁଜ ଏବଂ ଲାଲ ରଙ୍ଗ ରହିଥିଲା । ସର୍ବଭାରତୀୟ କଂଗ୍ରେସ ଅଧିବେସନ ସମୟରେ ଏହି ପତାକାକୁ ଉଡ଼ା ଯାଇଥିଲା । ପିଙ୍ଗଳି ଭେଙ୍କୟା ଏହି ଡିଜାଇନ ପ୍ରସ୍ତୁତ କରି ଗାନ୍ଧିଜୀଙ୍କୁ ଦେଇଥିଲେ । କିନ୍ତୁ ମହାତ୍ମା ଏଥିରେ ଧଳା ରଙ୍ଗ ଏବଂ ଏକ ଚଳନ୍ତି ଚରଖାର ଚିତ୍ର ରଖିବା ପାଇଁ ପରାମର୍ଶ ଦେଇଥିଲେ । ଗାନ୍ଧୀଜୀଙ୍କ ପ୍ରସ୍ଥାବ ଅନୁସାରେ ଏହି ପତାକାର ଉପର ଭାଗ ଧଳା, ମଝିରେ ସବୁଜ ଏବଂ ତଳେ ଲାଲ ରଙ୍ଗ ସହିତ ମଝିରେ ଚରଖାର ଚିତ୍ର ରହିଥିଲା।

ପଞ୍ଚମ ସଂସ୍କରଣ :
1931ରେ ଦେଶର ଜାତୀୟ ପତାକାର ପଞ୍ଚମ ସଂସ୍କରଣ ତିଆରି ହୋଇଥିଲା। ଏହି ପତାକା ବାକି ଚାରୋଟି ପତାକା ଠାରୁ ଭିନ୍ନ ଥିଲା । ମହାତ୍ମା ଗାନ୍ଧୀଙ୍କ ପରାମର୍ଶ କ୍ରମେ ଭାରତୀୟ ଜାତୀୟ ପତାକାକୁ ଅଙ୍ଗୀକାର କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାପରେ ଏହିବର୍ଷ ସ୍ବତନ୍ତ୍ର ପତାକାର ରୂପ ନେଇଥିଲା । ବର୍ତ୍ତମାନ ଭଳି ଏହି ପତାକାରେ 3ଟି ରଙ୍ଗ ରହିଥିଲା । ଉପର ଅଂଶରେ କମଳା ରଙ୍ଗ ରହିଥିବା ବେଳେ ମଝି ଅଂଶରେ ଧଳା ରଙ୍ଗ ସହିତ ଚରଖା ଚିହ୍ନ ରହିଥିବା ବେଳେ ତଳ ଭାଗରେ ଗାଢ ସବୁଜ ରଙ୍ଗ ରହିଥିଲା ।

ଷଷ୍ଠ ବା ଶେଷ ସଂସ୍କରଣ:
ଏହି ସଂସ୍କରଣରେ ପ୍ରସ୍ତୁତ ପତାକାରେ ତିନୋଟି ରଙ୍ଗ ରହିଥିଲା । ଉପର ଭାଗରେ ନାରଙ୍ଗୀ, ମଝିରେ ଧଳା ଏବଂ ତଳେ ସବୁଜ ରଙ୍ଗ ରହିଥିଲା । ଗାନ୍ଧୀଜୀଙ୍କର ଅରଖ ବଦଳରେ ଅଶୋକଙ୍କ ଧର୍ମଚକ୍ରକୁ ଚିହ୍ନିତ କରାଯାଇଥିଲା । ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ଏକ କମିଟି ପ୍ରସ୍ତୁତ କରାଯାଇଥିଲା । ଏଥିରେ ମୌଲାନା ଅବୁଲ କଲାମ ଆଜାଦ, ସରୋଜିନୀ ନାଇଡୁ, କେ ଏମ ମୁନସୀ, ବି ଆର ଆମ୍ବେଦକର, ରାଜ ଗୋପାଳଚାରୀ ସଦସ୍ୟ ଥିଲେ । 1947 ମସିହା ଜୁଲାଇ 14 ତାରିଖରେ କିମିଟିର ସୁପାରିଶ କ୍ରମେ ଭାରତର ଜାତୀୟ ପତାକାର ସଂପୂର୍ଣ୍ଣ ଏବଂ ଶେଷ ରୂପରେଖ ପ୍ରସ୍ତୁତ କରାଯାଇଥିଲା । 1947 ମସିହା ଜୁଲାଇ 22 ତାରିଖରେ ତ୍ରିରଙ୍ଗାକୁ ପୂର୍ଣ୍ଣ ରୂପ ମିଳିଥିଲା । ପରବର୍ତ୍ତୀ ସମୟରେ ଏହା ସ୍ବାଧୀନ ଭାରତର ଜାତୀୟ ପତାକା ଭାବେ ଉଡ଼ାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+