କଂଗ୍ରେସ ଆରମ୍ଭ କଲା 'ଆଜାଦୀ ଗୌରବ ଯାତ୍ରା'
କଂଗ୍ରେସ ‘ଆଜାଦୀ ଗୌରବ ଯାତ୍ରା' ଆରମ୍ଭ କରିଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ନେତା ଗୁଲାମ ନବୀ ଆଜାଦ ଦିଲ୍ଲୀରେ 'ଆଜାଦୀ ଗୌରବ ଯାତ୍ରା' ଆରମ୍ଭ କରିଛନ୍ତି ।
ନୂଆଦିଲ୍ଲୀ : ଦେଶକୁ ଗୋରା ସରକାର ଶାସନରୁ ସ୍ୱାଧୀନ ହେବାର 75 ବର୍ଷ ପୁରିଛି । ଏହି ଅବସରରେ ସାରା ଦେଶ ଆଜି 76 ତମ ସ୍ୱାଧୀନତା ଦିବସ ପାଳ କରୁଛି । କେନ୍ଦ୍ର ସରକାର ଏନେଇ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛନ୍ତି ।
ଏଭଳି ମହାନ୍ ଦିନରେ କଂଗ୍ରେସ 'ଆଜାଦୀ ଗୌରବ ଯାତ୍ରା' ଆରମ୍ଭ କରିଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ନେତା ଗୁଲାମ ନବୀ ଆଜାଦ ଦିଲ୍ଲୀରେ 'ଆଜାଦୀ ଗୌରବ ଯାତ୍ରା' ଆରମ୍ଭ କରିଛନ୍ତି ।

ଏହି ସମୟରେ ସ୍ୱାଧୀନତା ଦିବସରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ସେହି ଦେଶବାସୀ, ନେତାମାନେଙ୍କୁ ସ୍ମରଣ କରିବା, ଯେଉଁମାନେ ଏହି ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ଯେଉଁଥିପାଇଁ ଆମେ ମୁକ୍ତ । ଦେଶ ପାଇଁ ଏବଂ ଦେଶକୁ ଆଗକୁ ନେବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ । ଏହାପୂର୍ବରୁ ସ୍ୱାଧୀନତା ଦିବସରେ କଂଗ୍ରେସ ଦଳର 'ଆଜାଦି ଗୌରବ ଯାତ୍ରା'ର ଏକ ଅଂଶ ଭାବରେ ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ନେତାମାନେ ଗାନ୍ଧୀ ସ୍ମୃତିରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications