Get Updates
Get notified of breaking news, exclusive insights, and must-see stories!

ଏନଡିଏ ସରକାରରେ 95% ବିପକ୍ଷ ନେତାଙ୍କ ଉପରେ ସିବିଆଇ ଯାଞ୍ଚ, ୟୁପିଏରେ ଏହି ସଂଖ୍ୟା ଥିଲା 60%

ୟୁପିଏ ସରକାର କାର୍ଯ୍ୟକାଳ ମଧ୍ୟରେ 60 ପ୍ରତିଶତ ବିରୋଧୀଦଳ ନେତାଙ୍କ ବିରୋଧରେ ସିବିଆଇ ତଦନ୍ତ ଚାଲିଥିଲା । କିନ୍ତୁ ବର୍ତ୍ତମାନର ଏନଡିଏ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ସଂଖ୍ୟା 95 ପ୍ରତିଶତ ରହିଛି ।

ନୂଆଦିଲ୍ଲୀ : ଅନେକ ବିରୋଧୀଦଳ ନେତା ବର୍ତ୍ତମାନ ସିବିଆଇ ସ୍କାନରରେ ଅଛନ୍ତି । ଏକ ତଥ୍ୟରୁ ଜଣା ପଡ଼ିଛି ଯେ ୟୁପିଏ ସରକାର କାର୍ଯ୍ୟକାଳ ମଧ୍ୟରେ 60 ପ୍ରତିଶତ ବିରୋଧୀଦଳ ନେତାଙ୍କ ବିରୋଧରେ ସିବିଆଇ ତଦନ୍ତ ଚାଲିଥିଲା । କିନ୍ତୁ ବର୍ତ୍ତମାନର ଏନଡିଏ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ସଂଖ୍ୟା 95 ପ୍ରତିଶତ ରହିଛି । 2004 ରୁ 2014 ମଧ୍ୟରେ UPA-1 ଏବଂ UPA-2 କାର୍ଯ୍ୟକାଲ ସମୟରେ 72 ନେତାଙ୍କ ବିରୋଧରେ ସିବିଆଇ ଯାଞ୍ଚ ଚାଲିଥିଲା, ସେମାନଙ୍କ ମଧ୍ୟରୁ 43 ଜଣ ବିରୋଧୀ ଦଳର ଥିଲେ ।

CBI

ଅନ୍ୟପକ୍ଷରେ, ଯଦି ଆମେ ଏନଡିଏ ସରକାର ବିଷୟରେ ଆଲୋଚନା କରିବା, 2014 ରୁ 2022 ମଧ୍ୟରେ, ସମୁଦାୟ 124 ନେତା ସିବିଆଇ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି, ଯେଉଁଥିରୁ 118 ଜଣ ବିରୋଧୀ ଦଳର । ଏଥିମଧ୍ୟରୁ ମାତ୍ର 6 ଜଣ ନେତା ବିଜେପିର । ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଯେତେବେଳେ ୟୁପିଏ କାର୍ଯ୍ୟକାଳ ସମୟରେ ନେତାମାନେ ଦଳ ବଦଳ କରୁଥିଲେ, ସେମାନଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ କରାଯାଉଥିଲା, କିନ୍ତୁ ଯଦି ସେମାନେ ୟୁପିଏ ସହିତ ଆସୁଥିଲେ ତେବେ ସେମାନଙ୍କ ବିରୋଧରେ ସିବିଆଇ ମାମଲା ଛାଡି ଦିଆଯାଉଥିଲା ।

ସିବିଆଇ ସ୍କାନରରେ ଟିଏମସି ନେତା

ବର୍ତ୍ତମାନର ସରକାର ବିଷୟରେ କହିବାକୁ ଗଲେ, ଏନଡିଏ-2 ର କାର୍ଯ୍ୟକାଳ ମଧ୍ୟରେ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିର ଅଧିକାଂଶ ନେତା ସିବିଆଇ ସ୍କାନରରେ ଅଛନ୍ତି । 30 ଟିଏମସି ନେତାଙ୍କ ବିରୋଧରେ ସିବିଆଇ ତଦନ୍ତ ଚାଲିଛି । ଏହା ପରେ କଂଗ୍ରେସର 26 ନେତା ଏବଂ ଲାଲୁ ଯାଦବଙ୍କ ଦଳ ଆରଜେଡିର 10 ଜଣ ନେତା ସିବିଆଇ ତଦନ୍ତର ସମ୍ମୁଖୀନ ହେଉଛନ୍ତି । ୟୁପିଏ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଅଧିକାଂଶ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ପରେ ବିଏସପି ନେତା ଏବଂ ଟିଏମସି ନେତାଙ୍କ ବିରୋଧରେ ସିବିଆଇ ମାମଲା ଚାଲିଥିଲା ।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ସାରଦା ଚିଟ୍ ଫଣ୍ଡ ସ୍କାମ, ନାରଦା ଷ୍ଟିଙ୍ଗ ଅପରେସନ୍, ସ୍କୁଲ ନିଯୁକ୍ତି ସ୍କାମରେ ଅଧିକାଂଶ ଟିଏମସି ନେତାଙ୍କ ବିରୋଧରେ ସିବିଆଇ ମାମଲା ଚାଲିଛି । 2013 ରେ, ଡିଏମକେ ୟୁପିଏ ସହଯୋଗୀ ଦଳରୁ ବାହାରି ଆସିଥିଲା । ଏହାପରେ ସିବିଆଇ ଏମ.କେ ଷ୍ଟାଲିନଙ୍କ ଘର ଉପରେ ଚଢାଉ କରିଥିଲା । 33 ଟି ବେଆଇନ କାର ବିଷୟରେ ସିବିଆଇ ପାଖରେ ସୂଚନା ଥିଲା, କିନ୍ତୁ ଯେତେବେଳେ ଷ୍ଟାଲିନ ସରକାରରୁ ବାହରକୁ ଆସିଲେ ସିବିଆଇ ଚଢାଉ କରିଥିଲା ।

ସେହିପରି ବର୍ତ୍ତମାନ ବିହାରରେ ଏନଡିଏ ମିଳିତ ମଞ୍ଚରୁ ଦୂରେଇ ରହିବା ପରେ ନୀତୀଶ କୁମାର ତେଜସ୍ୱୀ ଯାଦବଙ୍କ ସହ ରାଜ୍ୟରେ ଏକ ନୂତନ ସରକାର ଗଠନ କରିଥିଲେ । ବିଜେପି ଠାରୁ ନୀତିଶ ଅଲଗା ହେବା ପରେ ଓ ନୂଆ ସରକାର ଗଠନ ପରେ ତେଜସ୍ୱୀ ଯାଦବଙ୍କ ବାସଭବନରେ ଚଢାଉ କରାଯାଇଥିଲା । ତେଜସ୍ୱୀ ଯାଦବ ବିହାରର ଉପମୁଖ୍ୟମନ୍ତ୍ରୀ ଅଟନ୍ତି । ସିବିଆଇ କହିଛି ଯେ ଆମେ ବିରୋଧୀ ଦଳକୁ ଟାର୍ଗେଟ କରୁନାହୁଁ, କେବଳ ଏହା ଏକ ସଂଯୋଗରେ ଯେ ମାମଲା ଏହି ସମୟରେ ସାମ୍ନାକୁ ଆସେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+