Get Updates
Get notified of breaking news, exclusive insights, and must-see stories!

ଗୋଆ ନିର୍ବାଚନରେ ଦିଲ୍ଲୀ ଅବକାରୀ ସ୍କାମର ଟଙ୍କା ବ୍ୟବହାର କରିଛି AAP - ଇଡି

ଗତ କିଛି ଦିନ ପୂର୍ବରୁ ବାହାରକୁ ଆସିଥିବା ଦିଲ୍ଲୀ ଅବକାରୀ ସ୍କାମ ଟଙ୍କାକୁ ଗୋଆ ନିର୍ବାଚନରେ ବ୍ୟବହାର କରାଯାଇଥିବା ନେଇ କହିଛି ଇଡି । ଗୁରୁବାର ଦିନ ଇଡି କହିଛି ଯେ ଆମ୍ ଆଦମୀ ପାର୍ଟି ଗୋଆରେ ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀର ମଦ ସ୍କାମର ଟଙ୍କା ବ୍ୟବହାର କରିଛି

ED

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଆମ୍ ଆଦମୀ ପାର୍ଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗତ କିଛି ଦିନ ପୂର୍ବରୁ ବାହାରକୁ ଆସିଥିବା ଦିଲ୍ଲୀ ଅବକାରୀ ସ୍କାମ ଟଙ୍କାକୁ ଗୋଆ ନିର୍ବାଚନରେ ବ୍ୟବହାର କରାଯାଇଥିବା ନେଇ କହିଛି ଇଡି । ଗୁରୁବାର ଦିନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଛି ଯେ ଆମ୍ ଆଦମୀ ପାର୍ଟି ଗୋଆରେ ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀର ମଦ ସ୍କାମରୁ ମିଳିଥିବା ଟଙ୍କାକୁ ବ୍ୟବହାର କରିଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ପାଣ୍ଠିର କିଛି ଅଂଶ AAP ର ନିର୍ବାଚନ ପ୍ରଚାରରେ ବ୍ୟବହୃତ ହୋଇଛି ବୋଲି ଇଡି ଏହାର ଚାର୍ଜସିଟ୍ ରେ କହିଛି ।

ଇଡି ଅନୁଯାୟୀ, AAP ର ସର୍ଭେ ଟିମର ଅଂଶ ଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରାୟ 70 ଲକ୍ଷ ଟଙ୍କା ନଗଦ ଅର୍ଥ ପ୍ରଦାନ କରାଯାଇଥିଲା । ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ AAP ର ଯୋଗାଯୋଗ ଦାୟିତ୍ୱ ବିଜୟ ନାୟାର "ଅଭିଯାନ ସମ୍ବନ୍ଧୀୟ କାର୍ଯ୍ୟରେ ଜଡିତ କିଛି ବ୍ୟକ୍ତିଙ୍କୁ ନଗଦ ଅର୍ଥ ଗ୍ରହଣ କରିବାକୁ କହିଥିଲେ" ।

ଏଥିସହ କୁହାଯାଇଛି, ଏଏସପି ପକ୍ଷରୁ ବିଜୟ ନାୟାର YSRCP ସାଂସଦ ମଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମଗୁଣ୍ଟା, ଅରୋବିନ୍ଦ ଫାର୍ମା ନିର୍ଦ୍ଦେଶକ ପି ସାରଥ ଚନ୍ଦ୍ର ରେଡ୍ଡୀ, ତେଲେଙ୍ଗାନା ସିଏମ କେସିଆରଙ୍କ ଝିଅ କବିତା କଲୱଙ୍କୁନ୍ତଲାଙ୍କ ଠାରୁ 100 କୋଟି ଟଙ୍କାର ଲାଞ୍ଚ ଗ୍ରହଣ କରିଥିବା କୁହାଯାଇଛି ।
ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅଭିଷେକ ବୋଇନପାଲୀ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହଯୋଗୀ ଦୀନେଶ ଆରୋରାଙ୍କ ସହ ଷଡଯନ୍ତ୍ର କରି ଉକ୍ତ ଟଙ୍କା ଟ୍ରାନ୍ସଫର କରିବାରେ ସହଜ କରିଛନ୍ତି ବୋଲି କେନ୍ଦ୍ରୀୟ ଏଜେନ୍ସି କହିଛି ।

ଇଡି ଏହି ମାମଲାରେ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରି ଗୁରୁବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ସପ୍ଲିମେଣ୍ଟାରୀ ଚାର୍ଜସିଟରେ AAP ର ବିଜୟ ନାୟାର, ବ୍ୟବସାୟୀ ସାରଥ ରେଡ୍ଡୀ, ବିନୋ ବାବୁ, ଅଭିଷେକ ବୋଇନପାଲି ଏବଂ ଅମିତ ଆରୋରାଙ୍କ ନାଁ ଥିଲା ।
ଚାର୍ଜସିଟରେ ମନୀଷ ସିସୋଦିଆଙ୍କ ନାମ ସାମିଲ କରାଯାଇନାହିଁ । ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି ବୋଲି ଇଡି କୋର୍ଟଙ୍କୁ କହିଛନ୍ତି ।

ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଏଏପି ସୁପ୍ରିମୋ ଇଡିଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଏବଂ ଏହା ସମ୍ପୂର୍ଣ୍ଣ କାଳ୍ପନିକ ବୋଲି କହିଛନ୍ତି । ଦିଲ୍ଲୀର ଏକ୍ସାଇଜ୍ ପଲିସି 2021-22 ର କାର୍ଯ୍ୟାନ୍ୱୟନରେ ହୋଇଥିବା ଅନିୟମିତତା ଘଟଣାରେ ସିବିଆଇ ଯାଞ୍ଚ ପାଇଁ ଦିଲ୍ଲୀ ଏଲ୍-ଜି ବିନୟ କୁମାର ସକ୍ସେନା ସୁପାରିଶ କରିବା ପରେ ଏହି ମଦ ଯୋଜନା ସ୍କାନରରେ ଆସିଥିଲା ।

17 ନଭେମ୍ବର 2021 ରୁ ଲାଗୁ ହୋଇଥିବା ଦିଲ୍ଲୀ ଏକ୍ସାଇଜ୍ ପଲିସି ଏହାର କାର୍ଯ୍ୟକାରିତା ଉପରେ ସିବିଆଇ ଯାଞ୍ଚ ପରେ ଜୁଲାଇ 2022 ରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ଦ୍ୱାରା ରଦ୍ଦ କରିଦିଆଯାଇଥିଲା । ଏହି ଦୁର୍ନୀତି ମାମଲାରେ ମନି ଲଣ୍ଡ୍ରିଂ ନେଇ ଯାଞ୍ଚ କରୁଛି ଇଡି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+