Get Updates
Get notified of breaking news, exclusive insights, and must-see stories!

ଓମିକ୍ରନ୍ ବିପଦ : ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦେବାକୁ ଦାବି କଲା IMA

ଓମିକ୍ରନର ବିପଦକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଏକ ବୁଷ୍ଟର୍ ଡୋଜ୍ ଦାବି କରିଛି ।

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ 'ଓମିକ୍ରନ୍' ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 21 ଟି ଓମିକ୍ରନ୍ ମାମଲା ଚିହ୍ନଟ ହୋଇସାରିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ନୂଆ ଭାରିଆଣ୍ଟ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ଯେହେତୁ ବିଶେଷଜ୍ଞ ମାନେ ପୂର୍ବରୁ କହିସାରିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟ କରୋନା ର ପୂର୍ବ ଭାରିଆଣ୍ଟ ଅପେକ୍ଷା ଅଧିକ ମାରାତ୍ମକ ଏବଂ ଶୀଘ୍ର ବ୍ୟାପିବାରେ, ତେଣୁ ବର୍ତ୍ତମାନ ଦେଶରେ ବୁଷ୍ଟର ଡୋଜ ନେଇ ପ୍ରଶ୍ନ ଉଠିଲାଣି । ଓମିକ୍ରନର ବିପଦକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଏକ ବୁଷ୍ଟର୍ ଡୋଜ୍ ଦାବି କରିଛି । ଅନେକ ଟୀକା ଉତ୍ପାଦନକାରୀ ସଂସ୍ଥାମାନେ ସେମାନଙ୍କର ଟୀକା ଓମିକ୍ରନ୍ ବିରୋଧରେ ପ୍ରଭାବଶାଳୀ କି ନାହିଁ ତାହା ପରୀକ୍ଷା କରିବା ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକ ଆବଶ୍ୟକ ହେଲେ ନୂତନ ଡୋଜର ବିକାଶ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି ।

vaccination

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ସଭାପତି ଡ଼ ଜେଏ ଜୟଲାଲ କହିଛନ୍ତି ଯେ "ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଟୀକାର ବୁଷ୍ଟର୍ ଡୋଜ ଦିଆଯିବା ଜରୁରୀ ।" ଆମେ ଆପଣଙ୍କୁ କହିରଖୁଛୁ ଯେ ଆଇଏମଏର ଏହି ଦାବି ସମସ୍ତ ବୟସ ବର୍ଗଙ୍କ ପାଇଁ ବୁଷ୍ଟର ଡୋଜର ଚାହିଦା ଅନୁଯାୟୀ ମଧ୍ୟ ଦେଖାଯାଉଛି, କାରଣ ଯେତେବେଳେ ଜାନୁଆରୀ 16 ରେ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା, ସେତେବେଳେ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ପ୍ରଥମେ ଟୀକାକରଣ କରାଯାଇଥିଲା ।

ଆପଣଙ୍କୁ କହି ରଖୁଛୁ ଭାରତ ବାହାରେ ଥିବା ଅନେକ ୟୁରୋପୀୟ ଦେଶରେ କେବଳ ବୁଷ୍ଟର ଡୋଜ ପାଇଁ ଘୋଷଣା କରାଯାଇ ନାହିଁ, ବରଂ ବୁଷ୍ଟର ଡୋଜ ମଧ୍ୟ ଦିଆଯାଉଛି । ଇସ୍ରାଏଲ ହେଉଛି ବିଶ୍ୱର ପ୍ରଥମ ଦେଶ, ଯେଉଁଠାରେ ବୁଷ୍ଟର ଡୋଜ ପ୍ରୟୋଗ ନେଇ ଘୋଷଣା କରାଯାଇଥିଲା ଏବଂ ଏହା ମଧ୍ୟ ଆରମ୍ଭ ହୋଇ ସାରିଛି । ଇସ୍ରାଏଲରେ, 12 ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଏହି ଟୀକାର ବୁଷ୍ଟର ଡୋଜ ଦିଆଯାଉଛି । ଇସ୍ରାଏଲ୍ ବ୍ୟତୀତ ଆମେରିକା, କାନାଡା, ଅଷ୍ଟ୍ରିଆ, ବ୍ରିଟେନ, ଚେକ ରିପବ୍ଲିକ୍, ଫ୍ରାନ୍ସ, ଜର୍ମାନୀ, ହଙ୍ଗେରୀ, ଆୟର୍ଲାଣ୍ଡ, ଇଟାଲୀ, ନରୱେ, ପୋଲାଣ୍ଡ, ସ୍ପେନ, ସ୍ୱିଡେନ, ବେଲଜିୟମ, ବୁଲଗେରିଆ, ଡେନମାର୍କ, ଫିନଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ୱିଜରଲ୍ୟାଣ୍ଡ, ଜାପାନ, ତୁର୍କୀ, ଚିଲି, ଚୀନ୍ ଏବଂ ଦକ୍ଷିଣ କୋରିଆରେ ବୁଷ୍ଟର ଡୋଜ ଲାଗୁ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+