Get Updates
Get notified of breaking news, exclusive insights, and must-see stories!

ଦୃଢ ପଦକ୍ଷେପ ଗ୍ରହଣ କଲେ କମିପାରେ ଦେଶରେ ତୃତୀୟ ଲହରର ବିପଦ - ବିଶେଷଜ୍ଞ

ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ତୃତୀୟ ଲହରର ଚେତାବନୀ ହେବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞମାନେ କହିଛନ୍ତି ଯେ ଦୃଢ ପଦକ୍ଷେପ ଦ୍ୱାରା ଏହି ଲହରର ଆଶଙ୍କା ହ୍ରାସ କରାଯାଇପାରିବ ।

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ତୃତୀୟ ଲହରର ଚେତାବନୀ ହେବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞମାନେ କହିଛନ୍ତି ଯେ ଦୃଢ ପଦକ୍ଷେପ ଦ୍ୱାରା ଏହି ଲହରର ଆଶଙ୍କା ହ୍ରାସ କରାଯାଇପାରିବ । ଶୁକ୍ରବାର ଦିନ କରୋନା ଭାଇରସ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ୍ କହିଛନ୍ତି ଯେ, ଯଦି ଆମେ ସଂକ୍ରମଣ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରୁ, ତେବେ କରୋନା ଭାଇରସର ତୃତୀୟ ଲହରର ପ୍ରଭାବ ଦେଖାଦେବ ନାହିଁ ।

K Vijay Raghaban

'ଆପଣେଇବାକୁ ହେବ ଦୃଢ ପଦକ୍ଷେପ'

ଏହି ଅବସରରେ କେ ବିଜୟ ରାଘବନ୍ କହିଛନ୍ତି ଯେ, ସ୍ଥାନୀୟ ସ୍ତର, ଜିଲ୍ଲା, ସହର ଏବଂ ରାଜ୍ୟରେ କରୋନା ବିରୁଦ୍ଧରେ ଆମେ କେତେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରୁଛୁ ତାହା ଉପରେ ତୃତୀୟ ଲହରର ବିପଦ ଅନେକାଂଶରେ ନିର୍ଭର କରିବ । ଉଲ୍ଲେଖନୀୟ କଥା ହେଉଛି, କେ ବିଜୟ ରାଘବନ୍ ଗୋଟିଏ ଦିନ ପୂର୍ବରୁ କହିୁଥିଲେ, ଦେଶରେ ଯେଉଁ ହାରରେ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଛି, ଏହାକୁ ଲକ୍ଷ୍ୟ କରି ତୃତୀୟ ଲହରର ଆସିବା ନେଇ ଆଶା କରାଯାଇପାରେ ।

12 ଟି ରାଜ୍ୟରେ ସ୍ଥିତି ଗମ୍ଭୀର

ଏଥି ସହ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତୀ ଅହୁଜା କହିଛନ୍ତି ଯେ, ବର୍ତ୍ତମାନ ଦେଶର 12 ଟି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ହୋଇଛନ୍ତି । ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ତାମିଲନାଡୁ, ଛତିଶଗଡ, ପଶ୍ଚିମବଙ୍ଗ, ହରିୟାଣା ଏବଂ ବିହାର । ଏହା ବ୍ୟତୀତ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ଝାଡଖଣ୍ଡ ହେଉଛି ସେହି ରାଜ୍ୟ ଯେଉଁଠାରେ ପ୍ରଥମେ ସଂକ୍ରମଣ ଦ୍ରୁତ ଗତିରେ ବଢିଥିଲା, କିନ୍ତୁ ବର୍ତ୍ତମାନ ଏହି ମାମଲା ଧୀରେ ଧୀରେ ହ୍ରାସ ପାଉଛି ।'

Arati Ahuja

ଏହି ରାଜ୍ୟଗୁଡିକରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି କରୋନା ମାମଲା

ଆରତୀ ଅହୁଜା ଆହୁରି ମଧ୍ୟ କହିଛନ୍ତି, 'କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ହରିୟାଣା, ଓଡ଼ିଶା ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହା ବ୍ୟତୀତ ପଞ୍ଜାବ, ଜାମ୍ମୁ କାଶ୍ମୀର, ଆସାମ, ହିମାଚଳ ପ୍ରଦେଶ, ପୁଡୁଚେରୀ, ମେଘାଳୟ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ କରୋନା ମାମଲା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+