କଠୋର ଅନୁକରଣ ହେଉ କୋଭିଡ ପ୍ରୋଟୋକଲ, ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଅ : ଦିଲ୍ଲୀ ହାଇକୋର୍ଟ
ବିମାନ ଉଡ଼ାଣ ସମୟରେ ଯାତ୍ରୀମାନେ ସଠିକ୍ ଭାବେ ନ ପିନ୍ଧିବଲେ ଜରିମାନା ଆଦାୟ କରିବାକୁ ହାଇକୋର୍ଟ କହିଛନ୍ତି । ଏଥିସହ କୋର୍ଟ କହିଛନ୍ତି ଯେ କୋଭିଡ ପ୍ରୋଟୋକଲକୁ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ଉଚିତ ।
ନୂଆଦିଲ୍ଲୀ : ବିମାନବନ୍ଦର ଏବଂ ବିମାନରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରୁ ନ ଥିବା ଯାତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିମାନ ଉଡ଼ାଣ ସମୟରେ ଯାତ୍ରୀମାନେ ସଠିକ୍ ଭାବେ ନ ପିନ୍ଧିବଲେ ଜରିମାନା ଆଦାୟ କରିବାକୁ ହାଇକୋର୍ଟ କହିଛନ୍ତି । ଏଥିସହ କୋର୍ଟ କହିଛନ୍ତି ଯେ କୋଭିଡ ପ୍ରୋଟୋକଲକୁ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ଉଚିତ ।

ବିମାନ ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ଉଲ୍ଲଂଘନରକୁ ନେଇ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି ବେଳେ ଶୁକ୍ରବାର ଦିନ କୋର୍ଟ କହିଛନ୍ତି ଯେ ବିମାନ ଏବଂ ବିମାନ ବନ୍ଦରରେ ମାସ୍କ ପିନ୍ଧିବାର ନିୟମ କଡାକଡି ଭାବେ ପାଳନ କରାଯିବା ଉଚିତ ।
ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି (ଏସିଜେ) ବିପୀନ ସାଂଘୀଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ବିମାନବନ୍ଦର ଏବଂ ବିମାନରେ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କ ଉପରେ ଭାରି ଜରିମାନା ଲାଗୁ କରାଯିବା ଉଚିତ । ଯଦି ଆବଶ୍ୟକ ହୁଏ ତେବେ ବିମାନ ବନ୍ଦରରୁ ଏବଂ ବିମାନରୁ ବାହାର କରିଦେବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।
କୋର୍ଟ କହିଛନ୍ତି ଯେ କୋଭିଡ କାରଣରୁ ନିୟମାବଳୀ, ଗ୍ରାଉଣ୍ଡ ସ୍ତରରେ କାର୍ଯ୍ୟକାରୀ କରିବା ଆବଶ୍ୟକ । ଯାତ୍ରୀ ଏବଂ ନିୟମ ଉଲ୍ଲଂଘନ କରୁଥିବା ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିସିଏ କଡା ନିର୍ଦ୍ଦେଶନାମା ଜାରି କରିବା ଉଚିତ୍ । ଏହିପରି ବ୍ୟକ୍ତିଙ୍କ ବିରୋଧରେ ମାମଲା ପଞ୍ଜିକୃତ ହେବା ଉଚିତ୍ । ସେମାନଙ୍କୁ ଜରିମାନା ଏବଂ ନୋ-ଫ୍ଲାଏ ତାଲିକାରେ ରଖିବା ଉଚିତ୍ । ACJ କହିଛନ୍ତି ଯେ ମାସ୍କ ପଛରେ ଥିବା ଧାରଣା ହେଉଛି କୋଭିଡ ବିପଦକୁ ହ୍ରାସ କରିବା । ଯାତ୍ରୀମାନେ କିଛି ଖାଇବା କିମ୍ବା ପିଇବା ସମୟରେ ସେମାନଙ୍କର ମାସ୍କ କାଢି ପାରନ୍ତି, କିନ୍ତୁ ଯଦି ସେମାନେ ଅନାବଶ୍ୟକ ଭାବରେ ବିମାନବନ୍ଦରରେ ମାସ୍କ ବିନା ବୁଲନ୍ତି କିମ୍ବା ବିମାନରେ ତାହା କରନ୍ତି, ତେବେ ଏହା ଠିକ୍ ନୁହେଁ ।
ଆବେଦନକାରୀ ତାଙ୍କ ପିଟିସନରେ କୋର୍ଟଙ୍କୁ କହିଛନ୍ତି ଯେ ଯାତ୍ରା ସମୟରେ ସେ ଦେଖିଛନ୍ତି ଯେ ଲୋକମାନେ ମାସ୍କ ପିନ୍ଧନ୍ତି ନାହିଁ । ଏଭଳି ପରିସ୍ଥିତିରେ ଅଦାଲତ ଏହା ଉପରେ କଡା ନିର୍ଦ୍ଦେଶ ଦେବା ସହିତ ଏହାକୁ ବିଚାର କରିବା ପାଇଁ ଜଣେ ବିଶେଷଜ୍ଞ ଆଣିବାକୁ ମଧ୍ୟ ବିଚାର କରିବା ଉଚିତ୍ ।












Click it and Unblock the Notifications