ମଣିପୁର: କାକସିଙ୍ଗ ଜିଲ୍ଲାରେ IED ବିସ୍ଫୋରଣ, ପାଟ୍ରୋଲିଂ ଟିମର ଦୁଇଜଣ ଆଇଟିବିପି କର୍ମଚାରୀ ଆହତ
ରାଜଧାନୀ ଇମ୍ଫାଲ ଠାରୁ 45 କିଲୋମିଟର ଦୂରରେ ଥିବା କାକସିଙ୍ଗ ଜିଲ୍ଲାର ୱାଙ୍ଗୁ ତେରା ଅଞ୍ଚଳରେ ରବିବାର ଦିନ IED ବିସ୍ଫୋରଣ ହୋଇଛି । ଏଥିରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ ଫୋର୍ସର 2 ଜଣ କର୍ମଚାରୀ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ : ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ରାଜନୈତି ମାହୋଲ ସରଗରମ ରହିଛି । ରାଜନୈତିକ ଦଳ ମାନେ ନିଜ ନିଜର ପ୍ରଚାରରେ ଲାଗିପଡ଼ିଛନ୍ତି । ଏହି ସମୟରେ, ସନ୍ତ୍ରାସବାଦୀ ସଂଗଠନ ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି । ରାଜଧାନୀ ଇମ୍ଫାଲ ଠାରୁ 45 କିଲୋମିଟର ଦୂରରେ ଥିବା କାକସିଙ୍ଗ ଜିଲ୍ଲାର ୱାଙ୍ଗୁ ତେରା ଅଞ୍ଚଳରେ ରବିବାର ଦିନ IED ବିସ୍ଫୋରଣ ହୋଇଛି । ଏଥିରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ ଫୋର୍ସର 2 ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ 8 ଟା ବେଳେ ଏହି ବିସ୍ଫୋରଣ ହୋଇଛି । ଯେଉଁଥିରେ ଆଇଟିବିପି କନଷ୍ଟେବଳ ଗୌରବ ରାୟ ଏବଂ ଗିରିଜା ଶଙ୍କର ଆହତ ହୋଇଛନ୍ତି । ଉଭୟ ଯବାନ ସ୍ଥାନୀୟ ପୋଲିସ ସହିତ ଏହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ବିସ୍ପୋରଣ ପରେ ତୁରନ୍ତ ପୋଲିସ ଟିମ୍ ସେମାନଙ୍କୁ ଜିଲ୍ଲା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଉଭୟ ଚିକିତ୍ସିତ ହେଉଛନ୍ତି ।
ଏହି ପ୍ରସଙ୍ଗରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଚଳିତ ମାସ ଶେଷରେ ରାଜ୍ୟରେ ନିର୍ବାଚନ ହେଉଛି, ଯେଉଁଥିପାଇଁ ପାରାମିଲିଟାରୀ ଫୋର୍ସର ସହାୟତା ନିଆଯାଉଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଚାଲିଛି । ଏଥିସହ ସମସ୍ତ ପାଟ୍ରୋଲିଂ ପାର୍ଟିକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଘଟଣା ପରେ କାକଚିଙ୍ଗ ଏସପି ପୋଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ପରିସ୍ଥିତିର ଅନୁଧ୍ୟାନ କରିଥିଲେ ।
ମଣିପୁରରେ ଫେବୃଆରୀ 28 ଏବଂ ମାର୍ଚ୍ଚ 5 ରେ ମତଦାନ ହେବ । ରାଜ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ରହିଛି । ଯେଉଁଥିରେ ପ୍ରଥମଟି ହେଉଛି ରାଜ୍ୟର ଭୌଗୋଳିକ ଅବସ୍ଥାନ, ଦ୍ୱିତୀୟଟି ହେଉଛି ସେଠାରେ କାର୍ଯ୍ୟ କରୁଥିବା ସନ୍ତ୍ରାସବାଦୀ ସଂଗଠନ । ବର୍ତ୍ତମାନ ଉଭୟ ଆହ୍ୱାନକୁ ମୁକାବିଲା କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ସ୍ଥାନୀୟ ପୋଲିସ ସହିତ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି ।












Click it and Unblock the Notifications