ଜାରି ହେଲା CISCE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଟାଇମ୍ ଟେବୁଲ୍, ଏହି ତାରିଖରେ ହେବ ପରୀକ୍ଷା
ଭୁବନେଶ୍ୱର: ଜାରି ହେଲା CISCE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଟାଇମ୍ ଟେବୁଲ୍ । କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମିନେଶନ (CISCE) ପକ୍ଷରୁ ଆଇସିଏସଇ (ଦଶମ) ଏବଂ ଆଇଏସସି(ଦ୍ୱାଦଶ) ବୋର୍ଡ ପରୀକ୍ଷା 2024 ର ଡେଟସିଟ ତଥା ଟାଇମ ଟେବୁଲ ଜାରି କରାଯାଇଛି । ବୋର୍ଡର ଅଫିସିଆଲ ୱେବସାଇଟ cisce.org ରେ ଟାଇମ୍ ଟେବୁଲ୍ ଉବଲବ୍ଧ ରହିଛି ।
ଜାରି ହୋଇଥିବା ଟାଇମ୍ ଟେବୁଲ୍ ଦଶମ ଆଇସିଏସଇ ବୋର୍ଡ ପରୀକ୍ଷା ଫେବୃଆରୀ 21 ତାରିଖରେ ହେବ । ପ୍ରଥମ ଦିନ ଇଂରାଜୀ ଭାଷା ପେପର ରହିଛି । ସେହିପରି 2024 ମାର୍ଚ୍ଚ 28 ତାରିଖରେ କଳା ପେପର-4 ସହ ସରିବ । ଆର୍ଟ ପେପର ସକାଳ 9 ଟା ରୁ ଆରମ୍ଭ ହେବାକୁ ଥିବାବେଳେ ଅନ୍ୟ ପେପର ସବୁ ସକାଳ 11 ଟାରେ ଆରମ୍ଭ ହେବ । ଆର୍ଟ ପେପରର ଅବଧି 3 ଘଣ୍ଟା ଥିବାବେଳେ ଅନ୍ୟ ପେପରର ଅବଧି 2 ଘଣ୍ଟା ରହିବ ।

ସେହିପରି ଦ୍ୱାଦଶ ପରୀକ୍ଷା ଫେବୃଆରୀ 12 ରୁ ଆରମ୍ଭ ହୋଇ ଅପ୍ରେଲ 3 ତାରିଖରେ ଶେଷ ହେବ । ସମସ୍ତ ପେପରର ପରୀକ୍ଷା ଅପରାହ୍ନ 2 ଟାରୁ ଆରମ୍ଭ ହେବ । ପରୀକ୍ଷା ଅବଧି 3 ଘଣ୍ଟା ରହିଛି । ତେବେ ପ୍ରଶ୍ନ ପତ୍ର ପଢିବା ପାଇଁ ଅଧିକ 15 ମିନିଟ ଦିଆଯିବ ।
ଅମିତି ଜାଣନ୍ତୁ ଟାଇମ୍ ଟେବୁଲ୍
ପ୍ରଥମେ ବୋର୍ଡର ଅଫିସିଆଲ ୱେବ ସାଇଟ cisce.orgକୁ ଯାଆନ୍ତୁ
ହୋମ ପେଜରେ ICSE ବା ISC ବୋର୍ଡ ପରୀକ୍ଷା 2024 ଟାଇମ ଟେବୁଲରେ କ୍ଲିକ କରନ୍ତୁ
ବୋର୍ଡ ପରୀକ୍ଷା ଟାଇମ ଟେବୁଲର ପିଡିଏଫ ସ୍କ୍ରିନରେ ଖୋଲିବ, ଏହାକୁ ଡାଉନଲୋଡ୍ କରି ରଖିପାରିବେ
ଆବଶ୍ୟକ ପଡିଲେ ପ୍ରିଣ୍ଟଆଉଟ ବି କାଢି ନିଅନ୍ତୁ












Click it and Unblock the Notifications