କେବେ ଶେଷ ହେବ କରୋନା ଭାଇରସର ତୃତୀୟ ଲହର, କଣ ରହିଛି ICMR ର ଆକଳନ
ଦେଶରେ ଚାଲିଥିବା କରୋନା ଭାଇରସ ସଂକ୍ରମଣର ତୃତୀୟ ଲହର ଆଗାମୀ ମାସରେ ଅର୍ଥାତ୍ ମାର୍ଚ୍ଚ ମାସରେ ଶେଷ ହେବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ସାଇନ୍ସ (ଆଇସିଏମ୍ଆର) ର ଅତିରିକ୍ତ ମହାନିର୍ଦେଶକ ଡକ୍ଟର ସମୀରନ୍ ପଣ୍ଡା ଶୁକ୍ରବାର ଦିନ ଏହି ଦାବି କରିଛନ୍ତି ।
ନୂଆଦିଲ୍ଲୀ : ଦେଶରେ ଚାଲିଥିବା କରୋନା ଭାଇରସ ସଂକ୍ରମଣର ତୃତୀୟ ଲହର ଆଗାମୀ ମାସରେ ଅର୍ଥାତ୍ ମାର୍ଚ୍ଚ ମାସରେ ଶେଷ ହେବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ସାଇନ୍ସ (ଆଇସିଏମ୍ଆର) ର ଅତିରିକ୍ତ ମହାନିର୍ଦେଶକ ଡକ୍ଟର ସମୀରନ୍ ପଣ୍ଡା ଶୁକ୍ରବାର ଦିନ ଏହି ଦାବି କରିଛନ୍ତି । ଏହି ଲହରରେ ସେ ବିଶେଷ ଭାବରେ ପ୍ରଭାବିତ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ନାମ ନେଇଛନ୍ତି । ଡକ୍ଟର ପଣ୍ଡା କହିଛନ୍ତି ଯେ ଚଳିତ ମାସ ଫେବୃଆରୀ ଶେଷରେ କରୋନା ମାମଲା ବହୁ ପରିମାଣରେ ହ୍ରାସ ପାଇବ ।

ଡ଼ ସମୀରନ୍ ପଣ୍ଡା କହିଛନ୍ତି ଯେ ତୃତୀୟ ଲହର ବିଭିନ୍ନ ରାଜ୍ୟରେ ବିଭିନ୍ନ ସମୟରେ ଶେଷ ହେବ । ଜାନୁଆରୀ ଆରମ୍ଭରେ ଯେଉଁ ରାଜ୍ୟ ଏବଂ ଜିଲ୍ଲାମାନଙ୍କରେ ଅନେକ ନୂଆ ମାମଲା ଆସୁଥିଲା, ଏବେ ସଂକ୍ରମଣରେ ଧୀରେ ଧୀରେ ହ୍ରାସ ପାଉଛି । ମହାରାଷ୍ଟ୍ର, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ କରୋନାର ତୃତୀୟ ଲହର ଏହି ମାସ ଶେଷ ସୁଦ୍ଧା ଶେଷ ହୋଇପାରେ । ତୃତୀୟ ଲହର ଶିଖର ଏହି ରାଜ୍ୟଗୁଡିକରେ ଅତିକ୍ରମ କରିସାରିଛି ଏବଂ ଏହା ଚଳିତ ମାସ ଶେଷ ସୁଦ୍ଧା ବେସ୍ ସ୍ତରରେ ପହଞ୍ଚିବ । ଯେତେ ଦୂର ସମଗ୍ର ଦେଶର କଥା, ତୃତୀୟ ଲହର ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଡକ୍ଟର ପଣ୍ଡା କହିଛନ୍ତି ଯେ ମହାମାରୀ ବର୍ତ୍ତମାନ ସ୍ଥିରତା ଆଡକୁ ଗତି କରୁଛି ଏବଂ ଭବିଷ୍ୟତରେ କରୋନା ଭାଇରସର କୌଣସି ବିପଜ୍ଜନକ ଭାରିଆଣ୍ଟ ନ ଆସେ ତେବେ ସବୁକିଛି ନିୟନ୍ତ୍ରଣକୁ ଆସିବ ।
ଗତ କିଛି ଦିନ ହେବ ଦେଶରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟିଛି । ଶନିବାର ଦିନ ଏହି ପରିସଂଖ୍ୟାନ ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,27,952 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 1059 ଜଣଙ୍କର ମୃତ୍ୟୁ ଘଟିଛି । କରୋନା ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟ ହ୍ରାସ ପାଇଛି, ସକ୍ରିୟ ମାମଲା ବର୍ତ୍ତମାନ 13,31,648 କୁ ଖସି ଆସିଛି । ଏହା ବ୍ୟତୀତ କରୋନା ଭାଇରସର ସକରାତ୍ମକତା ହାର ମଧ୍ୟ 7.98 ପ୍ରତିଶତକୁ ଖସି ଆସିଛି ।












Click it and Unblock the Notifications