Get Updates
Get notified of breaking news, exclusive insights, and must-see stories!

ଇନ୍‌ଫ୍ଲୁଏଞ୍ଜା, SARS-CoV-2 ଏବଂ RSV ଚିହ୍ନଟ କରିବା ପାଇଁ ନୂତନ RT-qPCR କିଟ୍ କୁ ଅନୁମୋଦନ କଲା ICMR

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ RT-qPCR ପରୀକ୍ଷା କିଟ୍ ଅନୁମୋଦନ କରିଛି, ଯାହା ଇନ୍‌ଫ୍ଲୁଏଞ୍ଜା (H1N1, H3N2, ୟାମାଗାଟା ଏବଂ ଭିକ୍ଟୋରିଆ ସବଲାଇନେଜ୍), କୋଭିଡ -19 ଏବଂ ଶ୍ୱାସକ୍ରିୟା ସିନ୍ସିଟିଆଲକୁ ଚିହ୍ନଟ କରିପାରିବ ।

testing kit

ଚେନ୍ନାଇ : ସାରା ଦେଶରେ ବର୍ତ୍ତମାନ ପୁଣି କରୋନା ମାମଲାରେ ବୃଦ୍ଧି ସହିତ ଇନ୍‌ଫ୍ଲୁଏଞ୍ଜା H1N1, H3N2 ମାମଲା ବଢିବାରେ ଲାଗିଛି । ଯାହାକି ବୈଜ୍ଞାନିକ ଏବଂ ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛି । ଏହି ସମୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଗୁରୁବାର ଦିନ ଚେନ୍ନାଇ ସ୍ଥିତ KRIYA ମେଡିକାଲ୍ ଟେକ୍ନୋଲୋଜି ଦ୍ୱାରା ନିର୍ମିତ RT-qPCR ପରୀକ୍ଷା କିଟ୍ ଅନୁମୋଦନ କରିଛି । ଏହା ଇନ୍‌ଫ୍ଲୁଏଞ୍ଜା (H1N1, H3N2, ୟାମାଗାଟା ଏବଂ ଭିକ୍ଟୋରିଆ ସବଲାଇନେଜ୍), କୋଭିଡ -19 ଏବଂ ଶ୍ୱାସକ୍ରିୟା ସିନ୍ସିଟିଆଲକୁ ଚିହ୍ନଟ କରିପାରିବ ।

ଦେଶର ବିଭିନ୍ନ ଭୂତାଣୁଜନିତ ରୋଗର ବୃଦ୍ଧି ପାଉଥଇବା ବେଳେ ଏହି କିଟ୍ କୁ ଅନୁମୋଦନ ମିଳିଛି ।

KRIVIDA Trivus ଇନଫ୍ଲୁଏଞ୍ଜା, SARS-CoV-2 ଏବଂ ଶ୍ୱାସକ୍ରିୟା ସିନ୍ସିଟିଆଲକୁ ଟର୍ନାରାଉଣ୍ଡ ସମୟ ମଧ୍ୟରେ ପୃଥକ କରିଥାଏ । ଏଥିଲାଗି 27 ମିନିଟ୍ ସମୟ ଲାଗେ । 50-60 ମିନିଟ୍ ମଧ୍ୟରେ ଫଳାଫଳ ଯାଞ୍ଚ କରାଯାଇପାରେ । ଏହା ତୁରନ୍ତ ଚିକିତ୍ସା ଲାଇନକୁ ସକ୍ଷମ କରିପାରିବ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି ।ଏହ କିଟ୍ ମଧ୍ୟ ସମସ୍ତ ଉପଲବ୍ଧ RT-PCR ଉପକରଣରେ ବ୍ୟବହାର କରାଯାଇପାରିବ ।

ଆଇସିଏମଆର 225 ଟି ସକରାତ୍ମକ ନମୁନା ଏବଂ 85 ନକାରାତ୍ମକ ନମୁନା ବ୍ୟବହାର କରି ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କିଟ୍ ର ମୂଲ୍ୟାଙ୍କନ କରିଥିଲା । KRIVIDA Trivus ର ସାମଗ୍ରିକ ସମ୍ବେଦନଶୀଳତା 99.11 ପ୍ରତିଶତ ରହିଥିବା ବେଳେ ନିର୍ଦ୍ଦିଷ୍ଟତା 100 ପ୍ରତିଶତ ରହିଛି ।

ଗତ କିଛି ସପ୍ତାହ ମଧ୍ୟରେ, ଆମେ H3N2 ରୋଗ ସଂଖ୍ୟା ବୃଦ୍ଧି ପାଇବା ସହିତ ଦେଶରେ କୋଭିଡ -19 ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଥିବା ଦେଖୁଛୁ । ଆମକୁ ଏକ ପରୀକ୍ଷା ଦରକାର ଯାହାକି ଏହି ସଂକ୍ରମଣ ମଧ୍ୟରେ ସ୍ପଷ୍ଟ ଭାବରେ ଭିନ୍ନ ହୋଇପାରେ ଏବଂ ଡାକ୍ତରମାନଙ୍କୁ ସଠିକ୍ ଚିକିତ୍ସା ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିପାରିବ ବୋଲି କ୍ରିଆ ମେଡିକାଲ୍ ଟେକ୍ନୋଲୋଜିର ସିଇଓ ତଥା ପ୍ରତିଷ୍ଠାତା ଅନୁ ମୋଟୁରୀ ଏକ ବିବୃତ୍ତିରେ କହିଛନ୍ତି ।

ଆମର ଉତ୍ପାଦ ତିନୋଟି ପାଥୋଜେନର ଉପସ୍ଥିତି କିମ୍ବା ଅନୁପସ୍ଥିତି ଚିହ୍ନଟ କରିବା ପାଇଁ ଡିଜାଇନ୍ କରାଯାଇଛି । ପାରମ୍ପାରିକ RT-PCR କିଟ୍ ଯାହା SARS-CoV-2 ର ଉପସ୍ଥିତି କିମ୍ବା ଅନୁପସ୍ଥିତି ଚିହ୍ନଟ କରେ ତାହା KRIVIDA Trivus ଦ୍ୱାରା ବଦଳାଯିବା ଉଚିତ ବୋଲି କମ୍ପାନୀରେ ଅନୁସନ୍ଧାନ ଏବଂ ବିକାଶର ମୁଖ୍ୟ ଡକ୍ଟର ଶାନମୁଗା ପ୍ରିୟା ଯୋଗ ଦେଇଛନ୍ତି ।

ଚେନ୍ନାଇର ଓରାଗଡାମରେ ଥିବା KRIYA ର ଅତ୍ୟାଧୁନିକ ଉତ୍ପାଦନ ସୁବିଧାରେ ଏହି ଟେଷ୍ଟ କିଟ୍ ଉତ୍ପାଦିତ ହେବ । ଏହା ଖୁବ ଶୀଘ୍ର ସାରା ଦେଶରେ ବ୍ୟବସାୟିକ ଭାବରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+