ବଢିବ ଭାରତୀୟ ବାୟୁସେନା ଶକ୍ତି : ଆସନ୍ତା ସପ୍ତାହରେ ଆସିବ 3ଟି ରାଫେଲ୍, ଅପ୍ରେଲରେ ସାମିଲ ହେବ ଆହୁରି 9 ଯୁଦ୍ଧବିମାନ
ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବା ପାଇଁ ତିନୋଟି ରାଫେଲ୍ ଯୁଦ୍ଧ ବିମାନ ଆସନ୍ତା ସପ୍ତାହରେ ଅମ୍ବାଲାରେ ପହଞ୍ଚିବ । ଏହା ସହିତ ଅପ୍ରେଲ୍ ମଧ୍ୟଭାଗରେ ଫ୍ରାନ୍ସରୁ ଆଉ 9 ଟି ରାଫେଲ୍ ବିମାନ ଭାରତରେ ପହଞ୍ଚିବ ।
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବା ପାଇଁ ତିନୋଟି ରାଫେଲ୍ ଯୁଦ୍ଧ ବିମାନ ଆସନ୍ତା ସପ୍ତାହରେ ଅମ୍ବାଲାରେ ପହଞ୍ଚିବ । ଏହା ସହିତ ଅପ୍ରେଲ୍ ମଧ୍ୟଭାଗରେ ଫ୍ରାନ୍ସରୁ ଆଉ 9 ଟି ରାଫେଲ୍ ବିମାନ ଭାରତରେ ପହଞ୍ଚିବ । ସେଗୁଡ଼ିକୁ ଉତ୍ତର ବଙ୍ଗଳାରେ ହାସିମାରା ବେସରେ ନିୟୋଜିତ କରାଯିବ । ଏଥିରୁ 5 ଟି ରାଫେଲ ବିମାନ ଅରୁଣାଚଳ, ସିକ୍କିମ୍ ସହ ସଂଲଗ୍ନ ଚୀନ୍ ସୀମା ଉପରେ ନଜର ରଖିବା ଆରମ୍ଭ କରିବ ।
ଭାରତୀୟ ଏବଂ ଫରାସୀ କୂଟନୀତିଜ୍ଞଙ୍କ ଅନୁଯାୟୀ, ଭାରତୀୟ ବାୟୁସେନାର ଏକ ଟିମ୍ ବୋର୍ଡିଏକ୍ସ ସ୍ଥିତ ମାରିଗନାକ୍ ଏୟାରବେସରେ ପହଞ୍ଚି ତିନି ରାଫାଲ୍ ବିମାନର ଅମ୍ବାଲାରେ ପହଞ୍ଚିବାର ତାରିଖ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ଆକଳନ ଅନୁଯାୟୀ, 30 କିମ୍ବା 31 ମାର୍ଚ୍ଚରେ ଏହି ତିନି ରାଫେଲ୍ ଭାରତରେ ପହଞ୍ଚିବ ।

36 ରାଫାଲ୍ ବିମାନ କିଣିଛି ଭାରତ
ସେପ୍ଟେମ୍ବର 2016 ରେ ଭାରତ ଫ୍ରାନ୍ସ ସହିତ 36 ଟି ରାଫେଲ କିଣିବା ନେଇ ଚୁକ୍ତି କରିଥିଲା । ଫ୍ରାନ୍ସର ଦସାଁ ଆଭିଏସନ ଗତ ବର୍ଷ ଜୁଲାଇ 28 ରେ 59000 କୋଟି ଟଙ୍କାର ପ୍ରଥମ କିସ୍ତି ପରେ 5ଟି ରାଫେଲ ବିମାନ ପଠାଇସାରିଛି । ଅମ୍ବାଲା ସ୍ଥିତ ଗୋଲଡେନ୍ ଏରୋ ସ୍କ୍ୱାଡ୍ରନ୍ ଜୁଲାଇ 2020 ଠାରୁ 11 ଟି ରାଫେଲ୍ ବିମାନକୁ ଏହାର ଦଳରେ ସାମିଲ କରିସାରିଛି । ଲଦାଖ ବିମାନଗୁଡ଼ିକ ବାୟୁସେନାରେ ଯୋଗଦେବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେଗୁଡ଼ିକୁ ଗେମ୍ ଚେଞ୍ଜର ବୋଲି କହିଥିଲେ । ଏହି ରାଫେଲ ବିମାନଗୁଡ଼ିକ ଲଦାଖରେ ନିୟୋଜିତ କରାଯାଇଛି । ଲଦାଖରେ ଚୀନ୍ ସେନା ସହ ବିବାଦ ପରେ ଗତ ବର୍ଷ ମେ ମାସରୁ ଭାରତୀୟ ସେନା ସତର୍କ ହୋଇ ରହିଛି ।
ବୃଦ୍ଧି ପାଇଛି ଭାରତର ଶକ୍ତି
ସାମରିକ ବିଶେଷଜ୍ଞମାନେ କହିଛନ୍ତି ଯେ, ରାଫେଲ ବାୟୁସେନାରେ ସାମିଲ ହେବା ପରେ ଭାରତ ପଡୋଶୀ ଦେଶମାନଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇପାରିଛି । ରାଫେଲ ଯୁଦ୍ଧ ବିମାନଟି ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀ ଯେପରିକି ଲଙ୍ଗ ରେଞ୍ଜ ମେଟେର ମିସାଇଲ, ହାମର ସ୍ମାର୍ଟ ମୁନିସନ ଏବଂ ସ୍କାଲପ କ୍ରୁଜ ମିସାଇନ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଧାରଣା କରିଛି । ଏହା 100 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବା ଭଳି ବ୍ୟବସ୍ଥା ରହିଛି । ଅପେରଲ ମାସରେ ଆଉ 9ଟି ରାଫେଲ ବିମାନଗୁଡ଼ିକ ପହଞ୍ଚିବା ପରେ ସେଗୁଡ଼ିକୁ ଦେଶର ବିଭିନ୍ନ ବେସରେ ନିୟୋଜିତ କରାଯିବ ଯେଉଁଠାରୁ ସେମାନେ ସମଗ୍ର ଦେଶ ଉପରେ ନଜର ରଖିପାରିବେ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications