ଭାରତ-ଚୀନ ସୀମା ବିବାଦ ଉପରେ ବାୟୁସେନା ମୁଖ୍ୟଙ୍କ ମନ୍ତବ୍ୟ ; ରାଫେଲ୍ ଆସିବା ପରେ ବଢିଛି ଚୀନ୍ର ଚିନ୍ତା
ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ କହଛନ୍ତି ଭାରତ ଏକାସାଙ୍ଗରେ ସମସ୍ତ ଶତ୍ରୁ ସହିତ ମୁକାବିଲା କରିବାରେ ସକ୍ଷମ । ଫ୍ରାନ୍ସରୁ ଭାରତ ଆସିଥିବା ରାଫେଲ୍ ବିମାନ ଚୀନ୍ ସେନାର ଚିନ୍ତା ବଢାଇଛି ।
ନୂଆଦିଲ୍ଲୀ : ଗତ ବର୍ଷ ମେ ମାସରେ ଲଦାଖ ଏବଂ ସିକ୍କିମରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଥିଲା । କିଛି ଦିନ ପରେ ସିକ୍କିମରେ ମାମଲା ଶାନ୍ତ ହୋଇଯାଇଥିବା ବେଳେ ଲଦାଖରେ ପରିସ୍ଥିତି ଏବେ ବି ତିକ୍ତ ରହିଛି । ଏହି ସମୟରେ ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିବାରେ ଲାଗିଛି । ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ କହଛନ୍ତି ଭାରତ ଏକାସାଙ୍ଗରେ ସମସ୍ତ ଶତ୍ରୁ ସହିତ ମୁକାବିଲା କରିବାରେ ସକ୍ଷମ । ଫ୍ରାନ୍ସରୁ ଭାରତ ଆସିଥିବା ରାଫେଲ୍ ବିମାନ ଚୀନ୍ ସେନାର ଚିନ୍ତା ବଢାଇଛି ।

ଖବର ସରବରାହ ସଂସ୍ଥା ANI ସହ କଥାବାର୍ତ୍ତା କରି ବାୟୁସେନା ମୁଖ୍ୟ କହିଛନ୍ତି ଯେ ଭାରତ-ଚୀନ୍ ସୀମାରେ ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି । ଉଭୟ ପାର୍ଶ୍ୱର ମିଳିତ ଆଲଚନା ମାଧ୍ୟମରେ ବିବାଦର ସମାଧାନ କରିବା ପାଇଁ ପ୍ରୟାସ ଜାରି ରହିଛି । ଯଦି ସମାଧାନ ନହୋଇ କୌଣସି ପ୍ରକାର ଅପ୍ରିତିକାର ପରିସ୍ଥିତି ଉଠେ, ତେବେ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏଥି ସହିତ, ରାଫେଲ୍ ଆସିବା ପରେ ଚୀନର ଚିନ୍ତା ବଢିଛି କି ବୋଲି ଏକ ପ୍ରଶ୍ନରେ ସେ କହିଛନ୍ତି , ହଁ ରାଫେଲ୍ ଆସିବା ପରେ ଚୀନର ଚିନ୍ତା ବହୁତ ବଢିଯାଇଛି ।
ବାୟୁସେନା ମୁଖ୍ୟଙ୍କ କହିବାନୁସାରେ, ଯେତେବେଳେ ରାଫେଲ ବିମାନ ଭାରତରେ ପହଞ୍ଚିଲା ଚୀନ୍ ଏହାର ଯୁଦ୍ଧ ବିମାନ ଜେ -20 ପୂର୍ବ ଲଦାଖକୁ ଆଣିଥିଲା, ଯଦିଓ ସେମାନେ ପରେ ଫେରିଯାଇଥିଲେ । କିନ୍ତୁ ସେଠାରେ କିଛି ସୂଚନା ଥିଲା ଯେ ସେମାନେ ନିଜର ବାୟୁସେନା ଶକ୍ତି ଦେଖାଇବାକୁ ଚାହୁଁଥିଲେ । ସେ ଏହା ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ବାୟୁସେନା ଶତ୍ରୁକୁ ଉପଯୁକ୍ତ ଉତ୍ତର ଦେବାରେ ସକ୍ଷମ, ଆମେ ଚୀନ୍ର କାର୍ଯ୍ୟ ଏବଂ ସାମର୍ଥ୍ୟ ବିଷୟରେ ଅବଗତ ଅଛୁ ।
ସେ କହିଛନ୍ତି ଯେ ପୁଞ୍ଜି ବ୍ୟୟ ବୃଦ୍ଧି କ୍ଷେତ୍ରରେ 20,000 କୋଟି ଟଙ୍କା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ । ଗତ ବର୍ଷ ମଧ୍ୟ 20,000 କୋଟି ଟଙ୍କା ଅତିରିକ୍ତ ପାଣ୍ଠି ଉପଲବ୍ଧ କରାଯାଇଥିଲା । ଯାହା ତିନି ସୈନ୍ୟବାହିନୀକୁ ସାହାଯ୍ୟ କଲା । ମୁଁ ଭାବୁଛି ଆମର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ ଏହା ଯଥେଷ୍ଟ । ଏଥି ସହିତ ଚୀନ୍ ସହ ହୋଇଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା LAC ନିକଟରେ 30 ଟି ନୂତନ ସ୍କ୍ରାଡ୍ରନ୍ ଆରମ୍ଭ କରିବାକୁ ଯାଉଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications