ବର୍ତ୍ତମାନ ରାଜ୍ୟ ସରକାର ଟିକସ ହ୍ରାସ କରନ୍ତୁ, ଲୋକମାନେ ଉପକୃତ ହେବେ - ତେଲ ମୂଲ୍ୟ ବୃଦ୍ଧି ନେଇ ମୋଦୀ
"କେନ୍ଦ୍ର ସରକାର ଗତ ନଭେମ୍ବରରେ ଇନ୍ଧନ ମୂଲ୍ୟ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲେ, ଯେଉଁ କାରଣରୁ ତୈଳ ମୂଲ୍ୟ ହ୍ରାସ ପାଇଥିଲା । ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଯେ ରାଜ୍ୟ ସରକାର ମଧ୍ୟ ଟିକସ ହ୍ରାସ କରନ୍ତୁ, ଯାହା ଦ୍ୱାରା ଲୋକମାନେ ଉପକୃତ ହୋଇପାରିବେ ।"
ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି । ସ୍ୱଳ୍ପ ଆୟ କରୁଥିବା ଲୋକମାନେ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ବର୍ତ୍ତମାନ ଏହି ବର୍ଦ୍ଧିତ ତେଲ ଦରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଆସିଛି । ଭାଟ୍ ହ୍ରାସ କରିବାକୁ ମୋଦୀ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ସେ କହିଛନ୍ତି ଯେ, "କେନ୍ଦ୍ର ସରକାର ଗତ ନଭେମ୍ବରରେ ଇନ୍ଧନ ମୂଲ୍ୟ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲେ, ଯେଉଁ କାରଣରୁ ତୈଳ ମୂଲ୍ୟ ହ୍ରାସ ପାଇଥିଲା । ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଯେ ରାଜ୍ୟ ସରକାର ମଧ୍ୟ ଟିକସ ହ୍ରାସ କରନ୍ତୁ, ଯାହା ଦ୍ୱାରା ଲୋକମାନେ ଉପକୃତ ହୋଇପାରିବେ ।"
ପ୍ରଧାନମନ୍ତ୍ରୀ ମୋଦୀ ଆଜି କହିଛନ୍ତି, "ମୁଁ କାହାକୁ ସମାଲୋଚନା କରୁନାହିଁ, କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଝାଡଖଣ୍ଡ, ତାମିଲନାଡୁ ସରକାରଙ୍କୁ ଭ୍ୟାଟ୍ ହ୍ରାସ କରିବା ଏବଂ ଲୋକଙ୍କୁ ଲାଭ ପ୍ରଦାନ କରିବାକୁ ଅନୁରୋଧ କରୁଛି ।"
ମୋଦୀ କହିଛନ୍ତି ଯେ ନଭେମ୍ବରରେ , ଆମ ସରକାର ଇନ୍ଧନ ମୂଲ୍ୟ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କେତେକ ରାଜ୍ୟରେ ଟିକସ ହ୍ରାସ କରାଯାଇ ନାହିଁ । ମୁଁ ଅନୁରୋଧ କରୁଛି ଯେ ଏହା ଛଅ ମାସ ବିଳମ୍ବ ହୋଇଛି, କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ତେଲ ଉପରେ ଟିକସ ହ୍ରାସ କରିବା ଉଚିତ୍ । ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।












Click it and Unblock the Notifications