Get Updates
Get notified of breaking news, exclusive insights, and must-see stories!

ମିଥ୍ୟା ଖବର ପ୍ରଚାର ଅଭିଯୋଗରେ 22 ଟି ୟୁଟ୍ୟୁବ୍ ଚ୍ୟାନେଲ୍, 3 ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କଲେ ଭାରତ ସରକାର

ମିଥ୍ୟା ଖବର ପ୍ରସାର କରୁଥିବା ଡିଜିଟାଲ୍ ମିଡ଼ିଆ ଆକାଉଣ୍ଟ ଉପରେ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ 22 ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଛି ।

ନୂଆଦିଲ୍ଲୀ : ମିଥ୍ୟା ଖବର ପ୍ରସାର କରୁଥିବା ଡିଜିଟାଲ୍ ମିଡ଼ିଆ ଆକାଉଣ୍ଟ ଉପରେ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ 22 ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଛି । ଏହା ସହିତ 3 ଟି ଟ୍ୱିଟର୍, ଗୋଟିଏ ଫେସବୁକ ଏବଂ ଗୋଟିଏ ନ୍ୟୁଜ୍ ୱେବସାଇଟ୍ କୁ ମଧ୍ୟ ବନ୍ଦ କରାଯାଇଛି । ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସମ୍ବନ୍ଧୀୟ ପ୍ରଚାର ପ୍ରସାର ପାଇଁ I&B ମନ୍ତ୍ରଣାଳୟ ପାକିସ୍ତାନର 4 ଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ସମେତ 22 ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଛି ।

youtube

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଆଇଟି ନିୟମ, 2021 ଅନୁଯାୟୀ 18 ଟି ଭାରତୀୟ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲକୁ ବ୍ଲକ୍ କରିଛି । ଏହା ସହିତ 4 ଟି ପାକିସ୍ତାନର ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଲୋଗୋ ଏବଂ ନକଲି ଥମ୍ବନେଲ ବ୍ୟବହାର କରୁଥିଲେ ।

ସୂଚନାନୁସାରେ, ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ମଧ୍ୟରେ ଅନଲାଇନ୍ ଖବର, ଡିପି ନ୍ୟୁଜ୍, କିଷାନ୍ ତକ୍, ARP ନ୍ୟୁଜ୍, ସରକାରୀ ବାବୁ, ଭାରତ ମୌସମ୍, ଦିନଭର କେ ଖବରେଁ, ଡିଜି ଗୁରୁକୁଲ ଆଦି ନାମକ ଆକାଉଣ୍ଟ ରହିଛି । ଯେତେବେଳେ କି ପାକିସ୍ତାନର ଦୁନିଆ ମେରେ ଆଗେ, ଗୁଲାମ ନବୀ ମଦନୀ, ହକିକତ୍ ଟିଭି, ହକିକତ୍ ଟିଭି 2.0 ନାମକ ଚ୍ୟାନେଲଗୁଡିକୁ ବ୍ଲକ କରାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ ଜାନୁଆରୀ ମାସରେ ମୋଦୀ ସରକାର ଡିଜିଟାଲ୍ ଷ୍ଟ୍ରାଇକ୍ କରିବା ସମୟରେ 35 ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରିଥିଲେ । ଉଲ୍ଲେଖନୀୟ ବିଷୟ ହେଉଛି, ଜାନୁଆରୀ 20 ରେ ମନ୍ତ୍ରଣାଳୟ 35 ଟି ୟୁଟ୍ୟୁବ୍ ଚ୍ୟାନେଲ, 2 ଟ୍ୱିଟର ଆକାଉଣ୍ଟ, 2 ଇନଷ୍ଟାଗ୍ରାମ ଆକାଉଣ୍ଟ, 2 ୱେବସାଇଟ୍ ଏବଂ ଗୋଟିଏ ଫେସବୁକ୍ ଆକାଉଣ୍ଟକୁ ଗୁପ୍ତଚର ଇନପୁଟ୍ ଆଧାରରେ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହି ସମସ୍ତ ଆକାଉଣ୍ଟଗୁଡିକ ପାକିସ୍ତାନରୁ ପରିଚାଳିତ ହୋଇ ମିଥ୍ୟା ଏବଂ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+