ପୁଅ ଅସଦ ଅହମ୍ମଦର ଏନକାଉଣ୍ଟର ଉପରେ ନୀରବତା ଭାଙ୍ଗିଲା ଅତିକ୍, କହିଲା - 'ମୁଁ ଦାୟୀ'
ଲକ୍ଷ୍ନୌ : ମଫିଆରୁ ରାଜନେତା ପାଲଟିଥିବା ଅତିକ୍ ଅହମ୍ମଦର ପୁଅକୁ 13 ଅପ୍ରେଲରେ ଏନକାଉଣ୍ଟର କରିଛି ଉତ୍ତର ପ୍ରଦେଶ ପୋଲିସ୍ । ନିଜର 19 ବର୍ଷୀୟ ପୁଅର ଏନକାଉଣ୍ଟର ଶୁଣି ଭାଙ୍ଗି ପଡ଼ିଥିଲା ଅତିକ୍ । କୋର୍ଟ ରୁମରେ କାନ୍ଦି ପକାଇଥିଲା ।
ଏହି ଏନକାଉଣ୍ଟରରେ ପୁଅ ଅସଦ୍ ର ମୃତ୍ୟୁ ହେବା ପରେ ମୁହଁ ଖୋଲିଛି ଅତିକ୍ ଅହମ୍ମଦ । ଏହରି ଘଟଣା ପାଇଁ ନିଜକୁ ଦାୟୀ କରିଛି ଅତିକ୍ । ଏହି ସମୟରେ ଅତିକ୍ ଅହମ୍ମଦ ପୁଅର ଶେଷ ରୀତିନୀତିରେ ଯୋଗଦେବାକୁ ଅନୁମତି ଦେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ।

ସୂଚନାଥଆଉକି, ଅପ୍ରେଲ 13 (ଗୁରୁବାର) ଦିନ, ୟୁପି ସ୍ପେଶାଲ ଟାସ୍କ ଫୋର୍ସ ଏନକାଉଣ୍ଟରରେ ଅତିକ୍ ଅହମ୍ମଦର ପୁଅ ଅସାଦ ଅହମ୍ମଦ ଏବଂ ସୁଟର ମହମ୍ମଦ ଗୁଲାମକୁ ହତ୍ୟା କରିଛି । ଉମେଶ ପାଲ ହତ୍ୟା ମାମଲା ପରେ ଉଭୟ ଫେରାର୍ ଥିଲେ । ପୋଲିସ ସେମାନଙ୍କ ଉପରେ 5 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।
ୟୁପି ଏସଟିଏଫ ଏଡିଜି ଅମିତାଭ ୟଶ କହିଛନ୍ତି ଯେ ଗତ ଦେଢ ମାସ ଧରି ଅସଦ ଏବଂ ଗୁଲାମଙ୍କୁ ପୋଲିସ ଖୋଜୁଥିଲା । ସେମାନଙ୍କୁ ଜୀବନ୍ତ ଧରିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା, କିନ୍ତୁ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପୋଲିସର ପାଲଟା ଗୁଳିରେ ଉଭୟଙ୍କ ମୃତ୍ୟୁ ହୋଇଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅସଦର ଏନକାଉଣ୍ଟର ବିଷୟରେ ଜାଣିବା ମାତ୍ରେ ଅତିକ୍ କୋର୍ଟ ରୁମରେ ହିଁ କାନ୍ଦିଥିଲା ।
ଏହି ସମୟରେ ଅତିକ୍ ଅହମ୍ମଦ ତାର ପୁଅ ଅସଦକୁ ଭେଟିବାକୁ ଜେଲ ପ୍ରଶାସନକୁ ଅନୁରୋଧ କରିଥିଲା, ଯାହାକୁ ଜେଲ ପ୍ରଶାସନ ପ୍ରତ୍ୟାଖ୍ୟାନ କରିଛି । ଏହା ପରେ ଅତିକ୍ ଜେଲ୍ ବ୍ୟାରେକରେ ତଳେ ବସି କାନ୍ଦିବାକୁ ଲାଗିଥିଲା ।
କୁହାଯାଉଛି ଯେ ଅତିକ୍ ଅହମ୍ମଦ ନିଜ କାମ ପାଇଁ ଅନୁତାପ କରୁଛି । ସେ କହିଛି ଯେ ମୋ ଯୋଗୁଁ ସବୁକିଛି ଘଟିଛି । ଏପରିକି ଅସଦକୁ କେଉଁଠି ସମାଧି ଦିଆଯିବ ବୋଲି ସେ ପ୍ରଶ୍ନ କରିଛି ।












Click it and Unblock the Notifications