ପତ୍ନୀ କେବଳ ଖାଇବାକୁ ଦେଉଥିଲେ ମ୍ୟାଗି, ସ୍ୱାମୀ ଦେଲେ ଛାଡ଼ପତ୍ର
ମ୍ୟାଗି ! ଆପଣ ନିଶ୍ଚୟ ମ୍ୟାଗି ଖାଇଥିବେ । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରାୟତଃ ଏହି ମ୍ୟାଗି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମ୍ୟାଗି କାରଣରୁ କେହି ଛାଡପତ୍ର ପାଇଛନ୍ତି ? ହଁ ଆଜ୍ଞା, କର୍ଣ୍ଣାଟକର ବେଲେରୀରେ ଏପର
ନୂଆଦିଲ୍ଲୀ : ମ୍ୟାଗି ! ଆପଣ ନିଶ୍ଚୟ ମ୍ୟାଗି ଖାଇଥିବେ । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରାୟତଃ ଏହି ମ୍ୟାଗି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମ୍ୟାଗି କାରଣରୁ କେହି ଛାଡପତ୍ର ପାଇଛନ୍ତି ? ହଁ ଆଜ୍ଞା, କର୍ଣ୍ଣାଟକର ବେଲେରୀରେ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ମ୍ୟାଗି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହେବାର କାରଣ ପାଲଟିଛି । ବାସ୍ତବରେ, ଜଣେ ପତ୍ନୀ ପ୍ରତିଦିନ ସକାଳେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ କେବଳ ମ୍ୟାଗି ତିଆରି କରି ନିଜ ସ୍ୱାମୀଙ୍କୁ ଖାଇବାକୁ ଦେଉଥିଲେ । ଫଳରେ ଦୁଇଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି ।

ଦିନରେ ତିନିଥର ମ୍ୟାଗି ଖାଇବା ପରେ ସ୍ୱାମୀ ବିରକ୍ତ ହୋଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ସ୍ୱାମୀ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କୁ ରୋଷେଇ ଜଣା ନାହିଁ କିମ୍ବା ସେ ଶିଖିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ସେ କେବଳ ଜାଣନ୍ତି କିପରି ମ୍ୟାଗି ତିଆରି କରିବେ । ସ୍ୱାମୀଙ୍କ ଯନ୍ତ୍ରଣା ଶୁଣି କୋର୍ଟ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ପାରସ୍ପରିକ ସହମତି କ୍ରମେ ଛାଡପତ୍ର ପାଇଁ ଆବେଦନ ମଧ୍ୟ ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ସେସନ୍ସ କୋର୍ଟର ବିଚାରପତି ଥିବା ଏମ.ଏଲ୍ ରଘୁନାଥ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ କହିଛନ୍ତି । ଏପରିକି ଜଜ୍ ଏହାକୁ 'ମ୍ୟାଗି କେସ୍' ବୋଲି କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ ଏମ.ଏଲ୍ ରଘୁନାଥ କହିଛନ୍ତି ଯେ ଆଜିକାଲି ଛୋଟ ଛୋଟ ପ୍ରସଙ୍ଗରେ ଛାଡପତ୍ର ଆବେଦନ କରାଯାଉଛି । ବିବାହର କିଛି ଦିନ ପରେ, ପାରସ୍ପରିକ ସମନ୍ୱୟର ଅଭାବ ହେତୁ ଲୋକମାନେ ଛାଡପତ୍ର ପାଇଁ ଆବେଦନ କରୁଛନ୍ତି । ସେ କହିଛନ୍ତି ଯେ ପ୍ଲେଟରେ ଭୁଲ ସ୍ଥାନରେ ଲୁଣ ପକାଇବା କିମ୍ବା ବିବାହ ସୁଟର ରଙ୍ଗ ପସନ୍ଦ ନ ଆସିବା କାରଣରୁ ଲୋକମାନେ ଛାଡପତ୍ର ପାଇଁ ମଧ୍ୟ ଆବେଦନ କରିଛନ୍ତି । ଜଷ୍ଟିସ ରଘୁନାଥ କହିଛନ୍ତି ଯେ ଛାଡପତ୍ର ମାମଲାରେ ଦିଆଯାଉଥିବା ଆବେଦନରେ ବିବାହର ବ୍ୟବସ୍ଥା ଏବଂ ପ୍ରେମ ସମ୍ପର୍କର ସମାନ ମାମଲା ରହିଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications