Get Updates
Get notified of breaking news, exclusive insights, and must-see stories!

ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଘଟଣା : ନମାଜ ପାଠ ପରେ ଦିଲ୍ଲୀର ଜାମା ମସଜିଦ ବାହାରେ ବିରୋଧ ପ୍ରଦର୍ଶନ

ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀର ଜାମା ମସଜିଦ ବାହାରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏକତ୍ରିତ ହୋଇଥିଲେ । ବିକ୍ଷୋଭକାରୀମାନେ ନୁପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

ନୂଆଦିଲ୍ଲୀ : ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଉପରେ ବିରୋଧ ଥମିବାର ନାମ ନେଉନାହିଁ । ଆଜି ଶୁକ୍ରବାର ଦିନ ଦିଲ୍ଲୀ ଏବଂ କୋଲକାତାରେ ବିରୋଧ ପ୍ରଦର୍ଶନ କରାଯାଇଛି । ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀର ଜାମା ମସଜିଦ ବାହାରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏକତ୍ରିତ ହୋଇଥିଲେ । ବିକ୍ଷୋଭକାରୀମାନେ ନୁପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଘଟଣାରେ ନୁପୁର ଶର୍ମାଙ୍କୁ ବିଜେପି ନିଲମ୍ବିତ କରିସାରିଛି ।

jama masjid

ଶୁକ୍ରବାର ଦିନ ବିରୋଧର ଆଶଙ୍କାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ ରହିଥିଲା । ପରେ ଦିଲ୍ଲୀ ପୋଲିସ ବିକ୍ଷୋଭକାରୀଙ୍କୁ ସେଠାରୁ ହଟାଇ ଦେଇଥିଲା । ଦିଲ୍ଲୀ ପୋଲିସ କହିଛି ଯେ ଲୋକମାନେ ଜାମା ମସଜିଦ ବାହାରେ ଏକାଠି ହୋଇଥିଲେ । ପୋଲିସ ପ୍ରଦର୍ଶନକାରୀଙ୍କୁ ଘଟଣାସ୍ଥଳରୁ ହଟାଇ ଦେଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ।

ଏଥି ସହିତ, ଏକ ବିଶେଷ କଥା ସାମ୍ନାକୁ ଆସିଛି ଯେ ଜାମା ମସଜିଦର ଶାହୀ ଇମାମ ଏହି ପ୍ରଦର୍ଶନରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ କହିଛନ୍ତି ଯେ ବିରୋଧକାରୀ କିଏ ସେ ଜାଣଇ ନାହାଁନ୍ତି । ଶାହୀ ଇମାମ କହିଛନ୍ତି ଯେ ମସଜିଦ କମିଟି ଦ୍ୱାରା କୌଣସି ବିରୋଧ ପ୍ରଦର୍ଶନ ପାଇଁ ଆହ୍ୱାନ କରାଯାଇ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତକାଲି ଯେତେବେଳେ କିଛି ଲୋକ ଏହି ପ୍ରତିବାଦ ପାଇଁ ଯୋଜନା କରୁଥିଲେ, ସେତେବେଳେ ଆମେ ଏହା ସ୍ପଷ୍ଟ କରିଥିଲୁ ଯେ ମସଜିଦ ପକ୍ଷରୁ ବିରୋଧର କୌଣସି ଆହ୍ୱାନ ଦିଆଯାଇ ନାହିଁ ।

ଏହି ବିରୋଧ ପ୍ରଦର୍ଶନ ପାଇଁ ଜାମା ମସଜିଦର ଇମାମ AIMIM କୁ ଦାୟୀ କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଶାହୀ ଇମାମଙ୍କ ବିବୃତ୍ତିରୁ ରିପୋର୍ଟ କରିଛି ଯେ "ଏହି ଲୋକମାନେ କିଏ ବିରୋଧ କରୁଛନ୍ତି ତାହା ଆମେ ଜାଣି ନାହୁଁ । ମୁଁ ଭାବୁଛି ସେମାନେ AIMIM କିମ୍ବା ଓୱାଇସିର ଲୋକ । ଯଦି ସେମାନେ ବିରୋଧ କରନ୍ତି ତେବେ ଆମେ ଏହା ସ୍ପଷ୍ଟ କରିସାରିଛୁ ଯେ ଆପଣ ବିରୋଧ କରନ୍ତୁ କିନ୍ତୁ ଆମେ ଏହାକୁ ସମର୍ଥନ କରିବୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+