ଯିବାକୁ ପଡ଼ବନି ଆଧାର କେନ୍ଦ୍ର, ଘରେ ବସି ବଦଳାଇ ପାରିବେ ଠିକଣା
ବର୍ତ୍ତମାନ ଲୋକ ପରିବାରର ମୁଖ୍ୟଙ୍କ ସହମତିରେ ଆଧାରରେ ଅନଲାଇନରେ ଠିକଣା ଅପଡେଟ୍ କରିପାରିବେ । ଉଭୟ ଆବେଦନକାରୀ ଏବଂ ପରିବାରର ମୁଖ୍ୟ (HOF) ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉଲ୍ଲେଖ କରି ସମ୍ପର୍କ ପ୍ରମାଣ ଦେଇ ଠିକଣା ବଦଳାଇପାରିବେ ।
ଆପଣଙ୍କ ଆଧାର କାର୍ଡ଼ରେ ଥିବା ଠିକଣା ଭୁଲ୍ ଅଛି କି ? ଭୁଲ୍ ଠିକଣାକୁ ଆପଣ ବଦଳାଇବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କୁ ଏଥିଲାଗି ଆଉ ଆଧାର କେନ୍ଦ୍ର ଯିବାକୁ ପଡ଼ିବ ନାହିଁ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର ଧାରକଙ୍କ ପାଇଁ ଆଣିଛି ଏକ ସୁବିଧା । ବର୍ତ୍ତମାନ ଲୋକ ପରିବାରର ମୁଖ୍ୟଙ୍କ ସହମତିରେ ଆଧାରରେ ଅନଲାଇନରେ ଠିକଣା ଅପଡେଟ୍ କରିପାରିବେ । ଉଭୟ ଆବେଦନକାରୀ ଏବଂ ପରିବାରର ମୁଖ୍ୟ (HOF) ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉଲ୍ଲେଖ କରି ସମ୍ପର୍କ ପ୍ରମାଣ ଦେଇ ଠିକଣା ବଦଳାଇପାରିବେ । ତେବେ ଆସନ୍ତୁ ଜାଣିବା କିପରି କରିବେ ଭୁଲ୍ ଠିକଣା ପରବିର୍ତ୍ତନ ।

UIDAI ବିବୃତ୍ତି ଅନୁଯାୟୀ, ଯଦି ସମ୍ପର୍କ ଦଲିଲର ପ୍ରମାଣ ଉପଲବ୍ଧ ନଥାଏ ତେବେ UIDAI ଦ୍ୱାରା ନିର୍ଦ୍ଧାରିତ ଫର୍ମାଟରେ ପରିବାରର ମୁଖ୍ୟଙ୍କ ଦ୍ୱାରା ଏକ ଆତ୍ମ-ଘୋଷଣା ଦାଖଲ କରିବାକୁ ଅନୁମତି କରିଥାଏ । ଆଧାରରେ ପରିବାରର ମୁଖ୍ୟ( HOF) ଆଧାରିତ ଅନଲାଇନ୍ ଠିକଣା ଅପଡେଟ୍ ଜଣେ ବାସିନ୍ଦାଙ୍କ ସମ୍ପର୍କୀୟ (ପିଲା), ଜୀବନସାଥୀ, ପିତାମାତା ଇତ୍ୟାଦି ପାଇଁ ବହୁତ ସାହାଯ୍ୟ କରିବ । ଯେଉଁମାନଙ୍କ ନିଜ ଆଧାରରେ ଠିକଣା ଅପଡେଟ୍ କରିବାକୁ ନିଜ ନାମରେ କୌଣସି ସହାୟକ ଡକ୍ୟୁମେଣ୍ଟ୍ ନାହିଁ ସେମାନେ ଏହି ଉପାୟରେ ଠିକଣା ପରିବର୍ତ୍ତନ କରିପାରିବେ । ବିଭିନ୍ନ କାରଣରୁ ଦେଶର ସହର ଯାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହି ସୁବିଧା ଲାଭଦାୟକ ହେବ ।
ଠିକଣା ଅପଡେଟ୍ କରିବାର ନୂତନ ବିକଳ୍ପ ହେଉଛି UIDAI ଦ୍ୱାରା ନିର୍ଦ୍ଦିଷ୍ଟ ଠିକଣାର କୌଣସି ବୈଧ ପ୍ରମାଣ ବ୍ୟବହାର କରି ବର୍ତ୍ତମାନର ଠିକଣା ଅପଡେଟ୍ କରିବା । 18 ବର୍ଷରୁ ଅଧିକ କୌଣସି ବାସିନ୍ଦା ଏହି ଉଦ୍ଦେଶ୍ୟରେ HOF ହୋଇପାରନ୍ତି ଏବଂ ଏହି ପ୍ରକ୍ରିୟା ମାଧ୍ୟମରେ ତାଙ୍କ ସମ୍ପର୍କୀୟଙ୍କ ଠିକଣା ପରିବର୍ତ୍ତନ କରି ପାରିବେ ।
କିପରି କରିବେ ଆବେଦନ
ଆଧାର ବ୍ୟବହାରକାରୀ ସେମାନଙ୍କର ଠିକଣା ଅନଲାଇନରେ ଅପଡେଟ୍ କରିବାକୁ 'ମୋ ଆଧାର' ପୋର୍ଟାଲ ପରିଦର୍ଶନ କରିପାରିବେ । ଏହା ପରେ ଲୋକଙ୍କୁ HOF ର ଆଧାର ନମ୍ବର ପ୍ରବେଶ କରିବାକୁ କୁହାଯିବ । HOF ର ପର୍ଯ୍ୟାପ୍ତ ଗୋପନୀୟତା ବଜାୟ ରଖିବା ପାଇଁ, HOF ଆଧାରରେ ଅନ୍ୟ କୌଣସି ସୂଚନା ପରଦାରେ ଦେଖିବାକୁ ମିଳିବ ନାହିଁ ।
ପରିବାର ମୁଖ୍ୟଙ୍କ ଆଧାର ନମ୍ବରର ସତ୍ୟାସତ୍ୟ ଯାଞ୍ଚ ପରେ ସମ୍ପର୍କ ପ୍ରମାଣ ପତ୍ର ଅପଲୋଡ୍ କରିବାକୁ ପଡିବ । ଏହି ବାବଦକୁ ସେବା ଶୁଳ୍କ ଭାବରେ 50 ଟଙ୍କା ଦେବାକୁ ପଡିବ । ଶୁଳ୍କ ପୈଠ କରିବା ପରେ ସେବା ଅନୁରୋଧ ନମ୍ବର (SRN) ବାସିନ୍ଦାଙ୍କୁ ମିଳିବ । ଏପରିକି ଠିକଣା ପରିବର୍ତ୍ତନ ନେଇ ଅନୁରୋଧ ସମ୍ବନ୍ଧରେ HOF କୁ ଏକ SMS ପଠାଯିବ ।
ମୋ ଆଧାର ପୋର୍ଟାଲରେ ଲଗ୍ ଇନ୍ କରି ବିଜ୍ଞପ୍ତି ଗ୍ରହଣ ତାରିଖ ଠାରୁ 30 ଦିନ ମଧ୍ୟରେ HOF ଅନୁରୋଧ ଗ୍ରହଣ କରିବାକୁ ପଡିବ ଏବଂ ଅନୁରୋଧ ପ୍ରକ୍ରିୟାକରଣ କରାଯିବ । ଯଦି HOF ତାଙ୍କ ଠିକଣା ଦେବାକୁ ମନା କରନ୍ତି କିମ୍ବା SRN ପାଇବାର ନିର୍ଦ୍ଦିଷ୍ଟ 30 ଦିନ ମଧ୍ୟରେ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରନ୍ତି ନାହିଁ, ତେବେ ଅନୁରୋଧ ବନ୍ଦ ହୋଇଯିବ । ଯଦି HOF ର ଅନୁମୋଦନ ହେତୁ ଅନୁରୋଧ ବନ୍ଦ କିମ୍ବା ପ୍ରତ୍ୟାଖ୍ୟାନ କରାଯାଏ କିମ୍ବା ପ୍ରକ୍ରିୟା ସମୟରେ ପ୍ରତ୍ୟାଖ୍ୟାନ କରାଯାଏ ତେବେ ଆବେଦନକାରୀଙ୍କୁ ଏହି ରାଶି ଫେରସ୍ତ କରାଯିବ ନାହିଁ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications