କେତେ ବିପଦ ଚୀନ୍ ରେ ବ୍ୟାପିଥିବା ରହସ୍ୟମୟ ନିମୋନିଆ ? ଜରୁରୀକାଳୀନ ପରିସ୍ଥିତି ପାଇଁ କିଭଳି ପ୍ରସ୍ତୁତ ଭାରତ ସରକାର
ନୂଆଦିଲ୍ଲୀ: ଚୀନ୍ ରେ ରହସ୍ୟମୟ ନିମୋନିଆର ପ୍ରାଦୁର୍ଭାବ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଦେଶର ଅନେକ ସହରର ଡାକ୍ତରଖାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଚୀନରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତାଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ସଂକ୍ରମଣ ଅଣାୟତ ଭାବେ ବଢୁଥିବାରୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା ବଢିଛି ।

ଏହି ସମୟରେ, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଚୀନ୍ ରେ H9N2 ରୋଗ ଏବଂ ଶିଶୁମାନଙ୍କ ମଧ୍ୟରେ ଶୀଘ୍ର ବିସ୍ତାରିତ ଶ୍ୱାସକ୍ରିୟା ରୋଗ ଉପରେ ସେମାନେ ତୀକ୍ଷ୍ଣ ନଜର ରଖିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚୀନ୍ ରେ ଦେଖାଯାଉଥିବା ବାର୍ଡ ଇନଫ୍ଲୁଏଞ୍ଜା ମାମଲା ସହିତ ଶ୍ୱାସ ରୋଗର ପ୍ରଭାବରେ ଭାରତ ପ୍ରତି ବିପଦ ହେବାର ସମ୍ଭାବନା କମ୍ । ଏହା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ କହିଛି ଯେ ଏହା ଯୋଗୁଁ ସୃଷ୍ଟି ହେବାରକୁ ଥିବା କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଭାରତ ପ୍ରସ୍ତୁତ ଅଛି ।
ଅକ୍ଟୋବର 2023 ରେ ଚାଇନାରେ H9N2 (ଏଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ) ର ମାମଲା ରିପୋର୍ଟ ହେବା ପରେ DGHS ର ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହାର ରିପୋର୍ଟ WHO କୁ ଦିଆଯାଇଥିଲା ।
ଏହା ଦ୍ୱାରା ସୃଷ୍ଟି ହେବାକୁ ଥିବା କୌଣସି ପ୍ରକାରର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ଭାରତ ପ୍ରସ୍ତୁତ ରହିଛି । ଏହିପରି ଜନସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଭାରତ ଏକ ସ୍ୱାସ୍ଥ୍ୟ ପନ୍ଥା ଉପରେ କାର୍ଯ୍ୟ କରୁଛି । କରୋନା ମହାମାରୀ ପରେ ଭାରତର ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜବୁତ ହୋଇଛି ।
ଚୀନ୍ କୁ ରିପୋର୍ଟ ମାଗିଛି WHO
ଚୀନରେ ବିସ୍ତାର ହୋଇଥିବା ଏହି ରୋଗର ସବିଶେଷ ରୋପିର୍ଟ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । WHO ଚୀନକୁ ନିର୍ଦ୍ଦେଶ ଦେଇଛି ଯେ, ପିଲାମାନଙ୍କଠାରେ ଶ୍ୱାସକ୍ରିୟା ରୋଗ ଏବଂ ନିମୋନିଆର ବୃଦ୍ଧି ବିଷୟରେ ବିସ୍ତୃତ ରିପୋର୍ଟ ଦାଖଲ କର । WHO କହିଛି ଯେ ଅକ୍ଟୋବର ମଧ୍ୟଭାଗରୁ ଉତ୍ତର ଚୀନ୍ ରେ ଗତ ତିନିବର୍ଷ ମଧ୍ୟରେ ସମାନ ସମୟରେ ଇନଫ୍ଲୁଏଞ୍ଜା ଭଳି ରୋଗରେ ବୃଦ୍ଧି ଘଟିଛି ।
ଇନ୍ଫ୍ଲୁଏଞ୍ଜା, ଇନ୍ଫ୍ଲୁଏଞ୍ଜା ଭଳି ରୋଗ, RSV, ଏବଂ SARS-CoV-2 ବିଷୟରେ ସୂଚନା ସଂଗ୍ରହ କରିବା ଏବଂ ବିଶ୍ୱର ଇନଫ୍ଲୁଏଞ୍ଜା ନୀରିକ୍ଷଣ ରିପୋର୍ଟ କରିବା ପାଇଁ WHO ର ବ୍ୟବସ୍ଥା ଅଛି ।
ପ୍ରତିରୋଧର ପଦ୍ଧତି କହିଛି WHO
ଏହି ରୋଗର ଆଶଙ୍କା ହ୍ରାସ କରିବାକୁ WHO କିଛି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି । ଯେଉଁଥିରେ ଟୀକାକରଣ, ରୋଗୀମାନଙ୍କଠାରୁ ଦୂରତା ବଜାୟ ରଖିବା, ଅସୁସ୍ଥ ଥିବାବେଳେ ଘରେ ରହିବା, ମାସ୍କ ବ୍ୟବହାର କରିବା, ନିୟମିତ ଭାବେ ହାତ ଧୋଇବା ଭଳି ପଦକ୍ଷେପ ନେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି ।
-
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ











Click it and Unblock the Notifications