ଦିଲ୍ଲୀରେ ଘର ଭୁଷୁଡ଼ିବା ଘଟଣା, ଭଙ୍ଗା ଘର ତଳେ ଦବି ଗଲେ 5 ଜଣ
ଜାତୀୟ ରାଜଧାନୀ ଦିଲ୍ଲୀରେ ହୋଇଛି ଏକ ବଡ଼ ଦୁର୍ଘଟଣା । ପୁରୁଣା ଦିଲ୍ଲୀର ସଦ ବଜାରରେ ଥିବା ଏକ ଘର ଭୁଷୁଡ଼ିପଡ଼ିବା ଫଳରେ ଏହା ତଳେ 5 ଜଣ ଦବି ରହିଥିବା କୁହାଯାଉଛି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ହୋଇଛି ଏକ ବଡ଼ ଦୁର୍ଘଟଣା । ପୁରୁଣା ଦିଲ୍ଲୀର ସଦ ବଜାରରେ ଥିବା ଏକ ଘର ଭୁଷୁଡ଼ିପଡ଼ିବା ଫଳରେ ଏହା ତଳେ 5 ଜଣ ଦବି ରହିଥିବା କୁହାଯାଉଛି । ସୂଚନାପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି । ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ।

ସୂଚନା ଅନୁସାରେ, ସାଦର ବଜାରର କୁରେଶି ନଗରର ଚାର୍କି ଗଳିରେ ଏହି ଦୁର୍ଘଟଣା ହୋଇଛି । ସକାଳ 10.30 ରେ ଏହି ଦୁର୍ଘଟଣା ଘଟିଛି । ଏଥି ସହିତ ରବିବାର ଦିନ ଦିଲ୍ଲୀର ଓଖଳା ଫେଜ୍-2 ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ଖବର ନଜରକୁ ଆସିଛି । ଏହା ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ସୂଚନା ଅନୁୟାୟୀ ସଞ୍ଜୟ କଲୋନୀରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏହା ବହୁ ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ଦେଖାଯାଉଥିଲା ।
ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ପାଖାପାଖି 27ଟି ଦମକଳ ଗାଡ଼ି ଏହି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲା । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତକରୁଛି. ତେବେ ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ ।












Click it and Unblock the Notifications