UNHRC ରେ ଭାରତର ମତ : 'ଆଶା କରୁଛୁ ଆତଙ୍କବାଦୀମାନେ ଆଫଗାନିସ୍ତାନର ମାଟି ବ୍ୟବହାର କରିବେ ନାହିଁ'
ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (UNHRC) ର ଏକ ସ୍ୱତନ୍ତ୍ର ଅଧିବେଶନରେ ମଙ୍ଗଳବାର ଦିନ ଭାରତ କହିଛି ଯେ ଆଶା କରୁଛୁ ଆତଙ୍କବାଦୀମାନେ ଆଫଗାନିସ୍ତାନର ମାଟି ବ୍ୟବହାର କରି ବିଶ୍ୱରେ ଅଶାନ୍ତି ସୃଷ୍ଟି କରିବେ ନାହିଁ ।
ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଆତଙ୍କବାଦୀମାନେ ଆଫଗାନିସ୍ତାନ ମାଟି ବ୍ୟବହାର କରି ଅଶାନ୍ତି ବିସ୍ତାର କରିବା ନେଇ ବିଶ୍ୱର ଅନେକ ଦେଶ ଚିନ୍ତିତ ଅଛନ୍ତି । ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (UNHRC) ର ଏକ ସ୍ୱତନ୍ତ୍ର ଅଧିବେଶନରେ ମଙ୍ଗଳବାର ଦିନ ଭାରତ କହିଛି ଯେ ଆଶା କରୁଛୁ ଆତଙ୍କବାଦୀମାନେ ଆଫଗାନିସ୍ତାନର ମାଟି ବ୍ୟବହାର କରି ବିଶ୍ୱରେ ଅଶାନ୍ତି ସୃଷ୍ଟି କରିବେ ନାହିଁ । ଭାରତ କହିଛି ଯେ ଆଫଗାନିସ୍ତାନର ପରିସ୍ଥିତି ପଡୋଶୀ ଦେଶ ପାଇଁ ଚ୍ୟାଲେଞ୍ଜ ହେବ ନାହିଁ ବୋଲି ଆଶା ରହିଛି । ଆଜିକାଲି ଜେନେଭାରେ UNHRC ର ଏକ ସ୍ୱତନ୍ତ୍ର ଅଧିବେଶନ ଚାଲିଛି, ଯେଉଁଠାରେ "ଆଫଗାନିସ୍ତାନରେ ମାନବ ଅଧିକାରର ପ୍ରୋତ୍ସାହନ ଏବଂ ସୁରକ୍ଷା" ଉପରେ ବିଚାର କରାଯାଉଛି । ଏହି ସମୟରେ ଭାରତ ମଧ୍ୟ ନିଜର ମନ୍ତବ୍ୟ ଦେଇଛି ।

ବଢୁଥିବା ମୌଳିକ ଅଧିକାରର ଉଲ୍ଲଂଘନକୁ ନେଇ ଭାରତ ଚିନ୍ତିତ
ମିଳିତ ଜାତିସଂଘରେ ଭାରତର ପ୍ରମୁଖ୍ୟ ପ୍ରତିନିଧୀ ଇନ୍ଦ୍ର ମଣି ପାଣ୍ଡେ କହିଛନ୍ତି, "ଆମେ ଆଶା କରୁଛୁ ଯେ ଲଶ୍କର-ଏ-ତୋଏବା (ଏଲଟିଏ) ଏବଂ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆଫଗାନିସ୍ତାନର ମାଟିର ଅପବ୍ୟବହାର କରାଯିବନି ।" ଆତଙ୍କବାଦୀମାନେ ଆଫଗାନିସ୍ତାନ ଅଞ୍ଚଳ ବ୍ୟବହାର କରି ଅନ୍ୟ ଦେଶରେ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବା ନେଇ ଭାରତ ଉଦବେଗ ପ୍ରକାଶ କରିଛି ।
ଭାରତ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନର ପଡୋଶୀ ଦେଶ ଭାବରେ ଏହାର ପରିସ୍ଥିତି ଆମ ପାଇଁ ଚିନ୍ତାର ବିଷୟ । ଇନ୍ଦ୍ର ମଣି ପାଣ୍ଡେ କହିଛନ୍ତି, "ଆଫଗାନିସ୍ତାନ ନାଗରିକଙ୍କ ମୌଳିକ ଅଧିକାରର ଉଲ୍ଲଂଘନକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । ଆଫଗାନି ମାନେ ସମ୍ମାନର ସହ ବଞ୍ଚିବାର ଅଧିକାରକୁ ସମ୍ମାନ ଦିଆଯିବ କି ନାହିଁ ଚିନ୍ତା କରୁଛନ୍ତି । ସେମାନେ କେବେ ସମ୍ମାନର ସହ ବଞ୍ଚିବାର ସୁଯୋଗ ପାଇବେ କି ?
'ଭାରତ ଏବଂ ଆଫଗାନିସ୍ତାନର ବନ୍ଧୁତା ବହୁତ ପୁରୁଣା'
ଜାତିସଂଘ ମାନବ ଅଧିକାର ପରିଷଦରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ନାସିର ଅହମ୍ମଦ ଅନ୍ଦିଶା କହିଛନ୍ତି ଯେ ମାନବିକ ଅଧିକାର ବ୍ୟବସ୍ଥା ନୀରବ ଭାବେ ଅପେକ୍ଷା କରିପାରିବ ନାହିଁ । ଆମକୁ ଏହା ଉପରେ ଧ୍ୟାନ ଦେବା ସହ ଏହି ପ୍ରସଙ୍ଗରେ ପଦକ୍ଷେପ ନେବା ଆବଶ୍ୟକ ।
ଭାରତୀୟ ରାଜଦୂତ କହିଛନ୍ତି ଯେ ଆଫଗାନିସ୍ତାନ ସହ ଏହାର ବନ୍ଧୁତା ଦୀର୍ଘ ଦିନରୁ ରହିଆସିଛି, ଯାହା ଲୋକ-ଲୋକଙ୍କ ସମ୍ପର୍କର ଦୃଢତା ଉପରେ ନିର୍ଭର କରେ । ଇନ୍ଦ୍ର ମଣି ପାଣ୍ଡେ କହିଛନ୍ତି ଯେ "ଭାରତ ସର୍ବଦା ଶାନ୍ତିପୂର୍ଣ୍ଣ, ସମୃଦ୍ଧ ତଥା ପ୍ରଗତିଶୀଳ ଆଫଗାନିସ୍ତାନ ପାଇଁ ଛିଡା ହୋଇଛି । ଆଫଗାନିସ୍ତାନରୁ ଆସିଥିବା ବନ୍ଧୁମାନଙ୍କୁ ସେମାନଙ୍କର ଆକାଂକ୍ଷା ପୂରଣ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ ଅଛି । ଆଫଗାନିସ୍ତାନକୁ ସାହାଯ୍ୟ କରିବା ପାଇଁ ଆମେ ସେମାନଙ୍କ ସହିତ ଅଛୁ ।"












Click it and Unblock the Notifications