ବଙ୍ଗଳା ହିଂସା ଉପରେ ଗୃହ ମନ୍ତ୍ରଣାଳୟର କାର୍ଯ୍ୟାନୁଷ୍ଠାନ, ମମତା ସରକାରଙ୍କ ଠାରୁ ମାଗିଲା ରିପୋର୍ଟ
କୋଲକାତା : ରାମନବମୀ ରେ ପଶ୍ଚିମବଙ୍ଗର ହାୱଡ଼ାରେ ହୋଇଥିବା ହିଂସାକୁ ନେଇ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାମ ନବମୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ମମତା ସରକାରଙ୍କଠାରୁ ରିପୋର୍ଟ ମାଗିଛି ।
ଆପଣଙ୍କୁ କହି ରଖୁଛୁ ଯେ, ରାମ ନବମୀ ଶୋଭାଯାତ୍ରାରେ ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଦେଇଥିଲା । ପରେ ସଂଘର୍ଷ ଏତେ ବଢିଯାଇଥିଲା ଯେ ଗାଡ଼ି ଏବଂ ଅନ୍ୟ ଜିନିଷରେ ଉପଦ୍ରବୀ ମାନେ ନିଆଁ ଲଗାଇ ଦେଇଥିଲେ । ଏହା ପରେ ଏହି ହିଂସା ଅନେକ ସ୍ଥାନକୁ ବ୍ୟାପିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଭାରୀ ପୋଲିସ୍ ଫୋର୍ସ ମୁତୟନ କରିବାକୁ ପଡ଼ିଥିଲା ।

ସୂଚନାନୁସାରେ, ଗୃହ ମନ୍ତ୍ରଣାଳୟର ଚିଠିରେ କୁହାଯାଇଛି ଯେ ବଙ୍ଗଳାରେ କାହିଁକି ସୁରକ୍ଷା ଅଭାବ ଦେଖାଦେଇଛି ? ବିଶେଷକରି ଏପରି ଏକ ସମୟରେ ଯେତେବେଳେ ରାମ ନବମୀ ପାଳନ ହେଉଛି ଏବଂ ମୁସଲମାନ ମାନେ ରମଜାନ ପାଇଁ ଉପବାସ କରୁଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ପୋଲିସର କାର୍ଯ୍ୟାନୁଷ୍ଠାନ ଠିକ୍ ସମୟରେ ହୋଇଥିବାବେଳେ କେବଳ ବଙ୍ଗଳା ଏବଂ ବିହାରରେ କାର୍ଯ୍ୟାନୁଷ୍ଠାନ ଅଭାବ ଦେଖିବାକୁ ମିଳିଛି ।
ସୂଚନା ଥାଉକି, ଗୁରୁବାର (ମାର୍ଚ୍ଚ 30) ହାଓ୍ୱଡ଼ାର ଶିବପୁର ଅଞ୍ଚଳରେ ରାମ ନବମୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହା ପରେ ଶୁକ୍ରବାର ଦିନ ପୋଲିସ ଫୋର୍ସ ମୁତୟନ ହେବା ପରେ ଏହି ଅଞ୍ଚଳରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା କିନ୍ତୁ ପରଦିନ ପୁଣି ହିଂସା ଆରମ୍ଭ ହୋଇଥିଲା । ହିଂସା ସମୟରେ ଅନେକ ଦୋକାନ ଏବଂ ଅଟୋ-ରିକ୍ସା ଭଙ୍ଗାରୁଜା ହୋଇଥିବାବେଳେ କେତେକ ପୋଲିସ ଗାଡି ସମେତ ଅନେକ କାରରେ ନିଆଁ ଲଗାଇଦେଇଥିଲେ ଦୁବୃର୍ତ୍ତ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା ।
ଏହା ପରେ ଗତକାଲି ରାତିରେ ହୁଗୁଳି ଜିଲ୍ଲାରୁ ହିଂସା ହୋଇଥିବା ସୂଚନା ମିଳିଛି । ରିସରା ରେ ଉପଦ୍ରବୀ ମାନେ ହିଂସା ଭିଆଇବା ସହ ପଥର ଫିଙ୍ଗିବା କାରଣରୁ ରେଳ ସେବା ପ୍ରାୟ 3 ଘଣ୍ଟା ପାଇଁ ସ୍ଥଗିତ ରହିଥିଲା । ଏହି ସଂଘର୍ଷ ପାଇଁ ଶାସକ ଟିଏମସି ଏବଂ ବିରୋଧୀ ବିଜେପି ପରସ୍ପରକୁ ଦାୟୀ କରୁଛନ୍ତି ।
ଟିଏମସି ବିଜେପିକୁ ହିଂସା ରଚନା କରିଥିବା ଅଭିଯୋଗ କରିଛି । ବନ୍ଧୁକ ଓ ପିସ୍ତଲ ସହିତ ରାମ ନବମୀ ରାଲି କିପରି ଅନୁଷ୍ଠିତ ହୋଇଥିଲା ? ବରିଷ୍ଠ ଟିଏମସି ନେତା ଅଭିଷେକ ବାନାର୍ଜୀ ଏହି ପ୍ରଶ୍ନ ଉଠାଇଥିଲେ । ଯେତେବେଳେ କି ବଙ୍ଗଳାରେ ବିରୋଧୀ ଦଳର ନେତା ତଥା ବିଜେପି ନେତା ସୁଭେନ୍ଦୁ ଅଧିକାରୀ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି କୋଲକାତା ଫେରିଛନ୍ତି ।












Click it and Unblock the Notifications