Get Updates
Get notified of breaking news, exclusive insights, and must-see stories!

କହ୍ନେୟାଲାଲଙ୍କ ହତ୍ୟା ଘଟଣାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କଲା ଗୃହ ମନ୍ତ୍ରଣାଳୟ

ଏକ ଟ୍ୱିଟରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ (HMO) ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ଏହି ଘଟଣାରେ ଜଡିତ କୌଣସି ସଂଗଠନ ଏବଂ ଆନ୍ତର୍ଜାତୀୟ ଲିଙ୍କ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ । ଏହି ଘଟଣାରେ ଆତଙ୍କବାଦୀଙ୍କ ଲିଙ୍କ ଥିବା ସୁରକ୍ଷା ବିଶେଷଜ୍ଞ ସନ୍ଦେହ କରୁଛନ୍ତି

ଉଦୟପୁର / ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କୁ ତାଙ୍କ ଦୋକାନରେ ପ୍ରବେଶ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ମାମଲାରେ ଆବଶ୍ୟକ ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) କୁ ଦାୟିତ୍ୱ ଦେଇଛି । ଗୃହ ମନ୍ତ୍ରଣାଳୟର ମୁଖ୍ୟାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି ।

Amit Shah

ଏକ ଟ୍ୱିଟରେ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟ (HMO) ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ ଏହି ଘଟଣାରେ ଜଡିତ କୌଣସି ସଂଗଠନ ଏବଂ ଆନ୍ତର୍ଜାତୀୟ ଲିଙ୍କ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ । ଏହି ଘଟଣାରେ ଆତଙ୍କବାଦୀଙ୍କ ଲିଙ୍କ ଥିବା ସୁରକ୍ଷା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି । ଏଥି ସହିତ ସୋଶାଲ ମିଡିଆରେ ହତ୍ୟାକାରୀଙ୍କ ଦ୍ୱାରା ପ୍ରକାଶିତ ଭିଡିଓରେ ଶୁଣିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଭୁଜାଲି ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଧମକ ଦେଉଛନ୍ତି । ତେଣୁ ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଛି ।

ମଙ୍ଗଳବାର ଦିନ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଜି) ର୍ୟାଙ୍କ ଅଧିକାରୀଙ୍କ ସମେତ ଏନଆଇଏର ଏକ ଟିମ୍ ଉଦୟପୁରକୁ ନିଆଯିବା ପରେ ଗୃହ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି । ସରକାରୀ ସୂତ୍ର ଅନୁଯାୟୀ, ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଏନଆଇଏ ଟିମ୍ ଏକ ମାମଲା ପଞ୍ଜିକରଣ କରିବ ।

ଅନ୍ୟପକ୍ଷରେ, ଏହି ଘଟଣା ପରଠାରୁ ସରକାର ସମଗ୍ର ରାଜସ୍ଥାନରେ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିଛନ୍ତି । ଏହା ସହିତ, ଧାରା 144 ଲାଗୁ ହୋଇଛି । ହିଂସା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଉଦୟପୁରରେ କର୍ଫ୍ୟୁ ଲାଗୁ କରାଯାଇଛି ।

ଉଦୟପୁର ଏସପି ମନୋଜ କୁମାର କହିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ସେ କହିଛନ୍ତି, "ଗତକାଲି କିଛି ଲୋକ ବାହାରକୁ ଆସି ନିଜର କ୍ରୋଧ ଦେଖାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେମାନଙ୍କୁ ନିୟନ୍ତ୍ରଣ କରାଯାଇଥିଲା । ଏଥିସହ ଆଖପାଖ ଅଞ୍ଚଳରେ ମଧ୍ୟ କର୍ଫ୍ୟୁ ଲାଗୁ କରାଯାଇଛି ।" ସମସ୍ତ ଏସପି ଏବଂ ଆଇଜି ମାନଙ୍କୁ ବାହିନୀର ନିୟୋଜନ ବୃଦ୍ଧି କରିବା ଏବଂ ଅଧିକାରୀମାନଙ୍କୁ ଉପଯୁକ୍ତ ସ୍ଥଆନରେ ରଖିବା ପାଇଁ ଏକ ରାଜ୍ୟସ୍ତରୀୟ ଆଲର୍ଟ ମଧ୍ୟ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+