'ପାକ୍-ବାଂଲାଦେଶ-ଆଫଗାନିସ୍ତାନର ଅଳ୍ପସଂଖ୍ୟକଙ୍କୁ ଗୁଜୁରାଟରେ ନାଗରିକତା', ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ ନିଷ୍ପତ୍ତି
ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର 6 ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଗୁଜୁରାଟରେ ନାଗରିକତା ଦେବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି । ହିନ୍ଦୁ, ଶିଖ, ପାରସୀ, ଖ୍ରୀଷ୍ଟିଆନ, ବୌଦ୍ଧ ଏବଂ ଜୈନଙ୍କୁ ଗୁଜୁରାଟରେ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିବ
ନୂଆଦିଲ୍ଲୀ : ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନର 6 ଟି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଗୁଜୁରାଟରେ ନାଗରିକତା ଦେବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛି । ହିନ୍ଦୁ, ଶିଖ, ପାରସୀ, ଖ୍ରୀଷ୍ଟିଆନ, ବୌଦ୍ଧ ଏବଂ ଜୈନଙ୍କୁ ଗୁଜୁରାଟରେ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିବାକୁ ଗୃହ ମନ୍ତ୍ରଣାଳୟ କ୍ଷମତା ପ୍ରଦାନ କରିଛି । ଏ ନେଇ କଲେକ୍ଟରଙ୍କୁ ଏକ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଜିଲ୍ଲାପାଳ ଏହି ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରମାଣପତ୍ର ଦେଇପାରିବେ । ଏହି ଆଦେଶ ଏପରି ଏକ ସମୟରେ ଆସିଛି ଯେତେବେଳେ ଗୁଜରାଟ ନିର୍ବାଚନ ଆଉ କିଛି ଦିନ ବାକି ରହିଛି ।

1955 ର ନାଗରିକତ୍ୱ ଅଧିନିୟମ ଅନୁଯାୟୀ ଗୃହ ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶ 31 ଅକ୍ଟୋବରରେ ଜାରି କରାଯାଇଛି । ଏହି ଆଦେଶ ବିବାଦୀୟ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA), 2019 ସହିତ ଜଡିତ ନୁହେଁ । କାରଣ ଦେଶରେ CAA ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ।
ଆପଣଙ୍କୁ କହି ରଖୁଛୁ 2019 ରେ ପାସ୍ ହୋଇଥିବା CAA ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ଥାନରୁ ଆସୁଥିବା 6 ଟି ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ଅଧିକାର ଦେଇଥାଏ । କିନ୍ତୁ ଏହି ନିୟମ ଏପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ, ତେଣୁ ଏହି ଦେଶର ନାଗରିକମାନଙ୍କୁ ଏହା ଅଧୀନରେ ନାଗରିକତ୍ୱ ଦିଆଯିବ ନାହିଁ ।
ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ ଅଧିକାରୀମାନଙ୍କୁ ଏହି ଦେଶର ନାଗରିକମାନଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରୁଥିବାବେଳେ ଭାରତ ସରକାରଙ୍କ ସମସ୍ତ ନିୟମ ପାଳନ କରିବାକୁ କୁହାଯାଇଛି । ନାଗରିକତ୍ୱ ପାଇଁ ଆବେଦନ ଅନଲାଇନରେ ଦାଖଲ କରିବାକୁ ପଡିବ । ଏହା ପରେ ନାଗରିକତ୍ୱ ପ୍ରଦାନ କରାଯାଉଥିବା ବ୍ୟକ୍ତିଙ୍କ ପରିବାରର ଯାଞ୍ଚ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯିବ । ଏଥି ସହିତ ଏହାର ସୂଚନା କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ମଧ୍ୟ ଦିଆଯିବ ।
ଏଭଳି ଆଦେଶ ଦେବାରେ ଏହା ମନ୍ତ୍ରଣାଳୟର ପ୍ରଥଣ ଘଟଣା ନୁହଁ । ଏହାପୂର୍ବରୁ ମନ୍ତ୍ରଣାଳୟ ଦ୍ୱାରା ବିଭିନ୍ନ ଜିଲ୍ଲାର ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କୁ ଏହି କ୍ଷମତା ଦିଆଯାଇଛି । ଜାଣି ରଖନ୍ତୁ, ନାଗରିକତା ଏକ କେନ୍ଦ୍ରୀୟ ବିଷୟ । ଏଭଳି ପରିସ୍ଥିତିରେ ଗୃହ ମନ୍ତ୍ରଣାଳୟ ସମୟ ସମୟରେ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଆଇନଗତ ପ୍ରକ୍ରିୟା ଅନୁସରଣ କରି ପ୍ରବାସୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ କ୍ଷମତା ପ୍ରଦାନ କରିଥାଏ ।












Click it and Unblock the Notifications