ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ଗୃହମନ୍ତ୍ରୀ
ଜାମ୍ମୁରେ ସୁରକ୍ଷା ବାହିନୀ ସିଦ୍ଧ୍ରା ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ସେପଟେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲଦାଖ ଉପରେ ଏବଂ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଜି ଦୁଇଟି ଉଚ୍ଚ ସ୍ତରୀୟ ବୈଠକ ଡାକିଛି ।
ନୂଆଦିଲ୍ଲୀ: ଜାମ୍ମୁରେ ସୁରକ୍ଷା ବାହିନୀ ସିଦ୍ଧ୍ରା ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ସେପଟେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲଦାଖ ଉପରେ ଏବଂ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆଜି ଦୁଇଟି ଉଚ୍ଚ ସ୍ତରୀୟ ବୈଠକ ଡାକିଛି । CRPF, BSF, IB, RAW ଅଧିକାରୀମାନେ ଏହି ବୈଠକରେ ସାମିଲ ହେବେ । ଉଭୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ ।

ସୂଚନାନୁସାରେ, ଗତ 15 ଦିନ ମଧ୍ୟରେ ସୁରକ୍ଷା ଏଜେନ୍ସି ଦୁଇଟି ସତର୍କ ସୂଚନା ଜାରି କରିଥିଲେ ଯେଉଁଥିରେ ଜାମ୍ମୁ କାଶ୍ମୀରରେ ଲସ୍କର-ଏ-ତୋଏବାର ଷଡଯନ୍ତ୍ର ପ୍ରକାଶ ପାଇଥିଲା । ଏହା ବ୍ୟତୀତ ପାକିସ୍ତାନ ମଧ୍ୟ ସୀମାରେ ଷଡଯନ୍ତ୍ର କରୁଛି । ଏ ନେଇ ଡ୍ରୋନ୍ କ୍ରମାଗତ ଭାବରେ ପଠାଯାଉଛି । ଏହି କାରଣରୁ ଏହି ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଛି । କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ୍, ସୁରକ୍ଷା ଏବଂ କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗରେ ଆଲୋଚନା ହେବ । ଅନ୍ୟପକ୍ଷରେ, ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି କାଶ୍ମୀର ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଅନ୍ୟପକ୍ଷରେ ସିଦ୍ଧ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ସକାଳେ ଏକ ଟ୍ରକର ଗତିବିଧି ଦେଖିବାକୁ ମିଳିଥିଲା । ଏହା ଉପରେ ଯବାନମାନେ ତାଙ୍କୁ ଅଟକାଇ ଡ୍ରାଇଭରକୁ ପଚରାଉଚରା ଆରମ୍ଭ କଲେ । କିନ୍ତୁ ସେମାନେ ଶୌଚାଳୟର ବାହାନା କରି ସେଠାରୁ ପଳାଇଥିଲେ । କିଛି ସମୟ ପରେ ଟ୍ରକ ଭିତରୁ ଗୁଳି ମାଡ଼ ଆରମ୍ଭ ହୋଇଥିଲା । ଏହାର ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳଇ ଚଳାଇଥିଲେ । ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଘଟଣା ପରେ ଜାମ୍ମୁ କାଶ୍ମୀର ପୋଲିସ ସତର୍କ ରହିଛି । ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଚାଲିଛି । ଯଦିଓ ଏହି ତିନି ଆତଙ୍କବାଦୀଙ୍କ ମୃତଦେହ ଜବତ କରାଯାଇଛି, କିନ୍ତୁ ସେମାନେ କେଉଁ ସଂଗଠନ ସହ ଜଡିତ ଅଛନ୍ତି ତାହା ଜଣା ପଡିନାହିଁ ।












Click it and Unblock the Notifications