ଲୋକସଭାରେ ଉଠିଲା CAA ପ୍ରସଙ୍ଗ, ନିୟମ ସ୍ଥିର କରିବାକୁ 6 ମାସ ସମୟ ମାଗିଲା ଗୃହ ମନ୍ତ୍ରଣାଳୟ
ମଙ୍ଗଳବାର ମୌସୁମୀ ଅଧିବେଶନ ସମୟରେ ଗୃହ ମନ୍ତ୍ରଣାଳୟ ସଂସଦରେ CAA ର ନିୟମ ପ୍ରସ୍ତୁତ କରିବାକୁ ଆଉ 6 ମାସ ସମୟ ମାଗିଛି । ମନ୍ତ୍ରଣାଳୟ ଲୋକସଭା ଓ ରାଜ୍ୟସଭାରେ ଏହି ସୂଚନା ଦେଇଛି ।
ନୂଆଦିଲ୍ଲୀ : ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛି । କରୋନା ଆସିବା ପୂର୍ବରୁ 2019 ଶେଷ ସୁଦ୍ଧା CAA ଏବଂ NRC (ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ଅଫ୍ ଇଣ୍ଡିଆ) ଅଧିନିୟମ ଯୋଗୁଁ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । କରୋନା କାରଣରୁ, CAA ଏବଂ NRC ପୁଣି ନିଜ ମୁଣ୍ଡ ଟେକିଛି । ମଙ୍ଗଳବାର ମୌସୁମୀ ଅଧିବେଶନ ସମୟରେ ଗୃହ ମନ୍ତ୍ରଣାଳୟ ସଂସଦରେ CAA ର ନିୟମ ପ୍ରସ୍ତୁତ କରିବାକୁ ଆଉ 6 ମାସ ସମୟ ମାଗିଛି । ମନ୍ତ୍ରଣାଳୟ ଲୋକସଭା ଓ ରାଜ୍ୟସଭାରେ ଏହି ସୂଚନା ଦେଇଛି ।

CAA କ'ଣ ?
ଲୋକସଭା ତଥା ରାଜ୍ୟସଭାରେ ପାରିତ ହୋଇଥିବା ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) କୁ ମଧ୍ୟ 2019 ଡିସେମ୍ବର 12 ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅନୁମୋଦନ କରିଛନ୍ତି । ଯଦିଓ ଦେଶରେ ଏହି ନିୟମ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ, କିନ୍ତୁ ପ୍ରଥମ ଦିନରୁ ଏହାକୁ ନେଇ ହଙ୍ଗାମା ଦେଖାଦେଇଥିଲା । CAA ଅଧୀନରେ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ 31 ଡିସେମ୍ବର 2014 ପର୍ଯ୍ୟନ୍ତ ଭାରତ ଆସିଥିବା ହିନ୍ଦୁ, ପାର୍ସୀ, ଶିଖ, ଖ୍ରୀଷ୍ଟିଆନ, ଜୈନ ଏବଂ ବୌଦ୍ଧ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତ୍ୱ ଦେବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି । ଏହି ନିୟମ ଅନୁଯାୟୀ, ସେମାନେ ବେଆଇନ ପ୍ରବାସୀ ବିବେଚିତ ହେବେ ନାହିଁ ଏବଂ ସେମାନେ ଭାରତର ନାଗରିକତ୍ୱ ପାଇବାକୁ ଯୋଗ୍ୟ ହେବେ ।
ସଂସଦରେ ଗୃହ ମନ୍ତ୍ରଣାଳୟର ଉତ୍ତର ପରେ ବର୍ତ୍ତମାନ ଏପହି କୁହାଯାଉଛି ଯେ, CAA ର ନିୟମାବଳୀ ପ୍ରସ୍ତୁତ କରିବାକୁ ଆହୁରି ଅଧିକ ସମୟ ଲାଗିପାରେ । ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଉଭୟ ଗୃହର କମିଟି ପକ୍ଷରୁ ଦାବି କରିଛି ଯେ ନାଗରିକତ୍ୱ ସଂଶୋଧନ ଅଧିନିୟମ ଅନୁଯାୟୀ ନିୟମାବଳୀ ପ୍ରସ୍ତୁତ କରିବାକୁ ସେମାନଙ୍କୁ 9 ଜାନୁଆରୀ 2022 ପର୍ଯ୍ୟନ୍ତ ସମୟ ଦିଆଯାଉ । ବାସ୍ତବରେ, ଲୋକସଭାରେ କଂଗ୍ରେସ ନେତା ଗୌରବ ଗୋଗୋଇ ପ୍ରଶ୍ନ କରିଛନ୍ତି ଯେ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ର ନିୟମକୁ ଜଣାଇବା ପାଇଁ କେନ୍ଦ୍ର ସରକାର ଶେଷ ତାରିଖ ସ୍ଥିର କରିଛନ୍ତି କି ? ନିୟମ ସ୍ଥିର ହୋଇନଥିବା ନେଇ ମଧ୍ୟ ଗୌରବ ଗୋଗୋଇ ମଧ୍ୟ ଗୃହ ମନ୍ତ୍ରଣାଳୟକୁ ଏହା ପଛର କାରଣ ପଚାରିଥିଲେ ।












Click it and Unblock the Notifications