ହୋଲି ରଙ୍ଗରେ ରଙ୍ଗୀନ ସାରା ଦେଶ, ଗାଁ ରୁ ସହର ସବୁଆଡ଼େ ଉତ୍ସାହ
ରଙ୍ଗର ପର୍ବ ହୋଲିକୁ ନେଇ ସାରାଦେଶରେ ଉତ୍ସାହର ମାହୋଲ । ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି ।

ଭୁବନେଶ୍ୱର : ରଙ୍ଗର ପର୍ବ ହୋଲିକୁ ନେଇ ସାରାଦେଶରେ ଉତ୍ସାହର ମାହୋଲ । ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି । ପରସ୍ପରକୁ ରଙ୍ଗ ଲଗାଇ ବେଶ୍ ଧୁମଧାମରେ ଭାଇଚାରାର ସହ ହୋଲିର ଶୁଭେଚ୍ଛା ଜଣାଉଛନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ଆହୁରି ମଜବୁତ କରୁଛନ୍ତି ।
ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । କେବଳ ଦେଶ ନୁହଁ ବିଦେଶରେ ରହୁଥିବା ଭାରତୀୟ ମାନେ ମଧ୍ୟ ରଙ୍ଗର ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରାଯାଉଛି ।
ବିଭିନ୍ନ ସଂସ୍ଥା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ହୋଲି ସେଲିବ୍ରେସନ । ବୃନ୍ଦାବନରେ କୃଷ୍ଣ ପ୍ରେମରେ ରଙ୍ଗ ଖେଳି ମଜିଛନ୍ତି ଶ୍ରଦ୍ଧାଳୁ । ରଙ୍ଗବେରଙ୍ଗ ଫଗୁରେ ରଙ୍ଗାୟିତ ହୋଇଛି ବୃନ୍ଦାବନର ପବିତ୍ର ମାଟି । ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ କୃଷ୍ଣ ଭକ୍ତିରେ ଲିନ ହୋଇ ହୋଲି ଖେଳରେ ମାତିଥିଲେ । ସେହିପରି ଜମ୍ମୁ କାଶ୍ମୀର ସୀମାରେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଉତ୍ସବ ପାଳିଛନ୍ତି ବିଏସଏଫ ଯବାନ ।












Click it and Unblock the Notifications