ଦୀପାବଳୀ ସକାଳୁ ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଲା ହିସାର ଏବଂ ଗାଜିଆବାଦ
ଦୀପାବଳୀ ପାଖେଇ ଆସିବା ସହିତ ଦେଶର ଅନେକ ରାଜ୍ୟରେ ପ୍ରଦୂଷଣ ସମସ୍ୟା ଦେଖାଦେଇଛି । ଏହି କ୍ରମରେ, ହରିୟାଣାର ହିସାର ଏବଂ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା ଗୁରୁବାର ଦିନ ଭାରତର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ।
ନୂଆଦିଲ୍ଲୀ : ଦୀପାବଳୀ ପାଖେଇ ଆସିବା ସହିତ ଦେଶର ଅନେକ ରାଜ୍ୟରେ ପ୍ରଦୂଷଣ ସମସ୍ୟା ଦେଖାଦେଇଛି । ଏହି କ୍ରମରେ, ହରିୟାଣାର ହିସାର ଏବଂ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା ଗୁରୁବାର ଦିନ ଭାରତର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି । ଏହି ଉଭୟ ସହରରେ, ଦିପାବଳୀ ସକାଳେ ଦିଲ୍ଲୀ-ଏନସିଆର ଅଞ୍ଚଳ ଘନ କୁହୁଡିରେ ଆଚ୍ଛାଦିତ ହୋଇଥିଲା । ସକାଳ 8 ଟାରେ ହିସାର ରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) 396 ରେକର୍ଡ କରାଯାଇ ଥିବାବେଳେ ଗାଜିଆବାଦରେ AQI 389 ରେକର୍ଡ କରାଯାଇଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ସାମଗ୍ରିକ AQI ସକାଳ 6 ଟାରେ 334 ଥିଲା । ଆପଣଙ୍କୁ କହି ରଖୁଛୁ, 0-50 AQI 'ଭଲ', 51-100 କୁ 'ସନ୍ତୋଷଜନକ', 101-200 କୁ 'ମଧ୍ୟମ', 201 ରୁ 300 ମଧ୍ୟରେ ରହିଲେ ଖରାପ ଏବଂ 301 ରୁ 400 ମଧ୍ୟରେ ରହିଲେ ଏହାକୁ 'ଅତ୍ୟନ୍ତ ଖରାପ' ଭାବରେ ବିବେଚନା କରାଯାଉଥିବାବେଳେ 401 ଏବଂ 500 'ଗୁରୁତର' ଭାବରେ ବିବେଚନା କରାଯାଏ ।
ଗତ ଦୁଇ ଦିନ ଧରି ଏହି ପ୍ରକ୍ରିୟା ଜାରି ରହିଛି । ଦୀପାବଳୀ ଯୋଗୁ ପ୍ରଦୂଷଣ ବଢିବା ସହ ଏକ୍ୟୁଆଇ ଉପରମୁହାଁ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପଡୋଶୀ ଜିଲ୍ଲାରେ ଚଳିତ ବର୍ଷ ଫାର୍ମ ନିଆଁ ଲାଗି ନଥିବା ସହ ପ୍ରବଳ ବର୍ଷ ହେବାରୁ ବାୟୁ ପ୍ରଦୂଷଣ ହ୍ରାସ ପାଇଥିଲା । ବାୟୁ ପ୍ରଦୂଷଣ ଆକଳନକାରୀ ସଂସ୍ଥା ସଫର ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଦୀପାବଳିରେ 50 ପ୍ରତିଶତ ବାଣ ହ୍ରାସ ପାଇବା ସମ୍ଭାବନା ଥିବା ସତ୍ତ୍ୱେ ଏକ୍ୟୁଆଇ ଗୁରୁତର ହେବା ଆଶଙ୍କା ରହିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications