Get Updates
Get notified of breaking news, exclusive insights, and must-see stories!

ହିମାଚଳ ପ୍ରଦେଶ ସ୍କୁଲ୍ ବସ୍ ଦୁର୍ଘଟଣା : ଖାଇସୁ ଖସିଲା ଗାଡ଼ି, ସ୍କୁଲ ପିଲାମାନଙ୍କ ସମେତ 16 ଜଣଙ୍କର ମୃତ୍ୟୁ

ସୋମବାର ଏକ ସ୍କୁଲ୍ ବସ୍ ଖାଇକୁ ଖସି ପଡ଼ିବା ଫଳରେ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 16 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ସ୍କୁଲ ପିଲା ମଧ୍ୟ ଅଛନ୍ତି ।

କୁଲ୍ଲୁ : ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସୋମବାର ଏକ ସ୍କୁଲ୍ ବସ୍ ଖାଇକୁ ଖସି ପଡ଼ିବା ଫଳରେ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 16 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ସ୍କୁଲ ପିଲା ମଧ୍ୟ ଅଛନ୍ତି । ଅନେକ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆଖପାଖର ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

Himachal Pradesh bus accident

ସୂଚନାନୁସାରେ, ଏହି ବଡ଼ ଦୁର୍ଘଟଣା କୁଲ୍ଲୁ ଜିଲ୍ଲାର ଶୌଂଶରରେ ଘଟିଛି । ସ୍କୁଲ ପିଲା ଏବଂ ଅନ୍ୟମାନେ ଏକ ବସରେ ଯାତ୍ରା କରୁଥିଲେ । କୁହାଯାଉଛି ଯେ ଘଟଣା ସମୟରେ ପ୍ରାୟ 40 ଜଣ ଲୋକ ବସ୍‌ରେ ଥିଲେ । ବସଟି ଜଙ୍ଗଲା ଗ୍ରାମ ନିକଟରେ ହଠାତ୍ ଅନିୟନ୍ତ୍ରିତ ହୋଇ ପ୍ରାୟ 200 ମିଟର ଖାଇକୁ ଖସି ପଡ଼ିଥିଲା ।

କୁହାଯାଉଛି ଯେ ସୋମବାର ଦିନ ପ୍ରାୟ 8.30 ସମୟରେ ଏହି ଦୁର୍ଘଟଣା ଘଟିଛି । ବସ୍ ଶୌଂଶର ରୁ ଓଟ ଅଭିମୁଖେ ଯାଉଥିଲା । ଡେପୁଟି କମିଶନର ଅଶୁତୋଷ ଗର୍ଗ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି । ବର୍ତ୍ତମାନ ସୁଦ୍ଧା 16 ଟି ମୃତଦେହ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଲୋକଙ୍କ ମୃତଦେହ ବସ୍ ଭିତରେଫସି ରହିଛି । ସେମାନଙ୍କୁ ବାହାର କରିବା କଷ୍ଟକର ହୋଇ ପଡିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+