Get Updates
Get notified of breaking news, exclusive insights, and must-see stories!

ଡିସେମ୍ବର ସୁଦ୍ଧା ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତା ମୂଳକ, ନଚେତ୍ ଗଣିବେ 10 ହଜାର ଜରିମାନା

ରାଜ୍ୟର ସମସ୍ତ ଗାଡ଼ିରେ ଲାଗିବ ନୂଆ ନମ୍ବର ପ୍ଲେଟ୍ । ନୂଆ ପୁରୁଣା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟର ସମସ୍ତ ଗାଡ଼ିରେ ଲାଗିବ ନୂଆ ନମ୍ବର ପ୍ଲେଟ୍ । ନୂଆ ପୁରୁଣା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍‌ ଲଗାଇବାକୁ କଡ଼ା ନିର୍ଦ୍ଦେଶ ରହିଛି ।

2019 ମସିହାରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବ୍ୟବହାର ହେଉଥିବା ବେଳେ ଏହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍‌ ରହିଛି । କିନ୍ତୁ ଏବେ ଆଉ ପୁରୁଣା ନମ୍ବର ପ୍ଲେଟ୍‌ ଚଳିବ ନାହିଁ । ନୂଆ ନମ୍ବର ପ୍ଲେଟ୍‌ ବ୍ୟବହାରକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବାଧ୍ୟତାମୂଳକ କରିଛନ୍ତି ।

number plate

କିପରି କରିବେ ନୂଆ ନମ୍ବର ପ୍ଲେଟ୍

ଏହି ନମ୍ବର ପ୍ଲେଟ୍‌ କରିବା ପାଇଁ ସାରା ଦେଶରେ 45 ଟି ସ୍ୱୀକୃତିପ୍ରାପ୍ତ ସଂସ୍ଥା ଥିବା ବେଳେ ଓଡ଼ିଶା ପାଇଁ ରହିଛି 4 ଟି ସଂସ୍ଥା । ନମ୍ବର ଆବେଦନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍‌ ଆପ୍‌ ମଧ୍ୟ ବ୍ୟବହାର କରିପାରିବେ । ଏସ୍‌ଆଇଏଏମ୍‌ ପୋର୍ଟାଲ୍‌(ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମାନୁଫ୍ୟାକ୍ଚର୍ସ)ରେ ଆପଣଙ୍କୁ ଆବେଦନ କରିବାକୁ ହେବ । ଆବେଦନ ସମୟରେ ଗାଡ଼ି ଓ ଉକ୍ତ କମ୍ପାନି ବାବଦରେ ଉଲ୍ଲେଖ କରିବା ପରେ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ କେଉଁ ଭେଣ୍ଡରଙ୍କ ପାଖରେ ହୋଇପାରିବ, ଏହାର କେଉଁଠି କେଉଁଠି ଶାଖା ରହିଛି, ତାହା ପ୍ରଦର୍ଶିତ ହେବ ।

ଗାଡ଼ିମାଲିକ ସେମାନଙ୍କ ସୁବିଧା ମୁତାବକ ଏଜେନ୍‌ସି ବାଛିବେ । ହେଲେ ଅନ୍ୟ କୌଣସି ରାଜ୍ୟର ଗାଡ଼ିର ଏଚ୍‌ଏସ୍‌ଆର୍‌ପି ପ୍ଲେଟ୍‌ ଓଡ଼ିଶାରେ ମିଳିବ ନାହିଁ । ଯେଉଁମାନେ ଏନ୍‌ଓସି(ନୋ ଅବ୍‌ଜେକ୍ସନ ସାର୍ଟିଫିର୍କେଟ୍‌) ଆଣିଥିବ‌େ, ସେମାନେ ଅନ୍ୟମାନଙ୍କ ଭଳି ଏଠାରେ ଆବେଦନ କରିପାରିବେ । ଆବେଦନର ସପ୍ତାହକ ମଧ୍ୟରେ ଏହି ନମ୍ବର ପ୍ଲେଟ ମିଳିବ ।

ସୂଚନାନୁସାରେ ଯେଉଁ ଗାଡ଼ିଗୁଡ଼ିକର ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ 1 ଓ 2 ରହିଛି, ସେହି ଗାଡ଼ିଗୁଡ଼ିକ ଅଗଷ୍ଟ ଶେଷ ସୁଦ୍ଧା ଏହି ନୂଆ ନମ୍ବର ପ୍ଲେଟ୍‌ ଲଗାଇବେ । ନମ୍ବର ପ୍ଲେଟରେ ଶେଷ ଅଙ୍କ 3 ଓ 4‌ ଥିବା ଗାଡ଼ିଗୁଡ଼ିକ ଅକ୍ଟୋବର 30, ଶେଷରେ 5 ଓ 6 ଥିବା ଗାଡ଼ିଗୁଡ଼ିକ ଅକ୍ଟୋବର 31 ସୁଦ୍ଧା, ଶେଷ ଅଙ୍କ 7 ଓ 8 ଥିବା ଗାଡ଼ି 30 ନଭେମ୍ବର ଏବଂ ଯେଉଁଗାଡ଼ିର ପଞ୍ଜୀକରଣ ନମ୍ବର ଶେଷ ଅଙ୍କ 9 ଓ 0‌ ରହିଛି ସେମାନେ 31 ଡିସେମ୍ବର ସୁଦ୍ଧା ନୂଆ ନମ୍ବର ପ୍ଲେଟ୍‌ ଲଗାଇବେ ।

ଗାଡ଼ି ଚୋରୀ ହେଲେ କିମ୍ବା ନମ୍ବର ପ୍ଲେଟ୍‌ ଭାଙ୍ଗିଗଲେ, ମନଇଚ୍ଛା ନମ୍ବର ପ୍ଲେଟ୍‌ ମିଳିପାରିବ ନାହିଁ । ଏଥିପାଇଁ ସମ୍ପୃକ୍ତ ଥାନାରେ ଅର୍ଥାତ ଯେଉଁ ଅଞ୍ଚଳରେ ଘଟଣା ଘଟିଥିବ, ସେହି ଥାନାରେ ଏକ ମାମଲା ରୁଜୁ କରିବାକୁ ହେବ । ଏଫ୍‌ଆଇଆର୍‌ କପି ସହ ଏସ୍‌ଆଇଏଏମ୍‌ ପୋର୍ଟାଲ୍‌ରେ ଆବେଦନ କରିବେ । ଯେଉଁମାନେ ଏହି ନମ୍ବର ପ୍ଲେଟ ବ୍ୟବହାର କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କୁ 5 ହଜାରରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ।

କଣ ଏହି ସ୍ୱତନ୍ତ୍ର ନମ୍ବର ପ୍ଲେଟ୍

ସୂଚନାଯୋଗ୍ୟ, ଏହି ନମ୍ବର ପ୍ଲେଟ୍‌ ସାଧାରଣ ନମ୍ବର ପ୍ଲେଟ୍‌ଠାରୁ ଭିନ୍ନ । ଏଥିରେ ଏକ ଲେଜର୍‌ କୋଡ୍‌ ରହିଛି, ଯାହାକୁ ଲେଜର ଗନ୍‌ ଦ୍ୱାରା ପଢ଼ି ହେବ । ଏହି କୋଡ୍‌କୁ ଆପ୍‌ 'ବାହାନ'ରେ ମଧ୍ୟ ପଞ୍ଜୀକୃତ କରାଯାଇଥାଏ । ଏଥିରେ ଗାଡ଼ିର ସବିଶେଷ ବିବରଣୀ ଉପଲବ୍ଧ ଥାଏ । ତେଣୁ ଗାଡ଼ି ଚୋରି ହେଲେ ଠାବ କରିବାକୁ ସହଜ ହେବ । ସେହିପରି ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଠାବ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି ଖଞ୍ଜାଯାଇଛି । ଏହି ନମ୍ବର ପ୍ଲେଟ୍‌ରେ ଥିବା କୋଡ୍‌କୁ ସିସିଟିଭି ରେକର୍ଡ କରି ଉଲ୍ଲଂଘନକାରୀଙ୍କ ଘରକୁ ଚାଲାଣ ପଠାଇବ । ସେହିପରି ଏହି ନମ୍ବର ପ୍ଲେଟ୍‌ଧାରୀ କୌଣସି ଗାଡ଼ି ମାଲିକ ଟ୍ୟାକ୍ସ ଫାଙ୍କିପାରିବ‌େ ନାହିଁ । ବଡ଼ କଥା ହେଉଛି ଏହି ପ୍ଲେଟ୍‌ର ନକଲ କରିହେବ ନାହିଁ । ଗୋଟିଏ ନମ୍ବର ପ୍ଲେଟ୍‌ ପାଇଁ କୋଡ୍‌ ଗୋଟିଏ ରହିବ । 'ସ୍ନାପ୍‌ ବୋଲ୍ଟିଂ' ବ୍ୟବସ୍ଥାରେ ଗାଡ଼ିରେ ଖଞ୍ଜାଯାଉଥିବାରୁ ଏହାକୁ ସୁରକ୍ଷିତ ଖୋଲାଯାଇପାରିବ ନାହିଁ । କେହି ଖୋଲିବାକୁ ଉଦ୍ୟମ କଲେ, ତାହା ଭାଙ୍ଗିଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+