ଆଫଗାନିସ୍ତାନର ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚ ସ୍ତରୀୟ ବୈଠକ, ଏନଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ
ଆଫଗାନିସ୍ତାନରେ ତାଲିବାନର କାର୍ଯ୍ୟକଳାପ ଭାରତର ଚିନ୍ତା ବଢାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ କରୁଛନ୍ତି ।
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର କାର୍ଯ୍ୟକଳାପ ଭାରତର ଚିନ୍ତା ବଢାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ କରୁଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନରେ ଘଟୁଥିବା ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାକୁ କହିଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଆଫଗାନିସ୍ତାନର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଗତକାଲି ରାତିରେ କାବୁଲରୁ ବିମାନ ଉଡ଼ାଣ ବିଷୟରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା । କାବୁଲରୁ ଫେରି ଆସିଥିବା ନାଗରିକଙ୍କ ପାଇଁ ଖାଦ୍ୟ, ପାନୀୟ ଏବଂ ଆବାସ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟମାନେ ଉଦ୍ଧାର ପାଇଁ ବିକଳ ହେଉଛନ୍ତି । ଆଫଗାନିସ୍ତାନରୁ ସେମାନେ ଭାରତ ସରକାରଙ୍କୁ ନିବେଦନ କରି ଭିଡିଓ ମଧ୍ୟ ଜାରି କରୁଛନ୍ତି। ଏସବୁ ଭିତରେ ମୋଦି ଜରୁରୀ ବୈଠକ କରିଥିବାରୁ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି ।
Delhi: Prime Minister Narendra Modi chairs the meeting of Cabinet Committee on Security (CCS), the meeting is currently underway. pic.twitter.com/ygXH9CvPOK
— ANI (@ANI) August 17, 2021
ଉଦ୍ଧାର ଠାରୁ ଆରମ୍ଭ କରି ବିଭିନ୍ନ ଦିଗ ଉପରେ ସେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି । ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ଆଜିର ବୈଠକରେ କ୍ୟାବିନେଟ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ଉଦ୍ଧାର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଦୂତାବାସ କର୍ମଚାରୀ ଏୟାରଲିଫ୍ଟ ହେବା ପରେ କାବୁଲରେ ଥିବା ଭାରତର କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିବା ଖବରରେ ନୂଆ ଟ୍ୱିଷ୍ଟ ଆସିଛି । ଦୂତାବାସ କର୍ମଚାରୀ ଫେରିଥିଲେ ମଧ୍ୟ କାବୁଲ କାର୍ଯ୍ୟାଳୟ ବନ୍ଦ ହୋଇନାହିଁ । ସ୍ଥାନୀୟ କର୍ମଚାରୀମାନେ ଲୋକଙ୍କୁ କନସୁଲାର ସେବା ଯୋଗାଇ ଦେଉଛନ୍ତି । ଏଯାଏ 1650 ରୁ ଅଧିକ ଲୋକ ଭାରତ ଫେରିବାକୁ ଆବେଦନ କରିସାରିଛନ୍ତି । ସେମାନଙ୍କୁ ତୁରନ୍ତ ସ୍ୱଦେଶ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications